ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି ଖୋଜୁଥିବା ଲୋକମାନଙ୍କ ପାଇଁ ଆସିଲା ଖୁସି ଖବର। ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ପାଇଁ ଯୋଗ୍ୟଥିବା ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରିପାରିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଚାକିରି ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ମୋଟ ୪୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଏଥିପାଇଁ ପ୍ରାର୍ଥୀମାନେ ଫେବୃଆରୀ ୨୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଅନଲାଇନ ପରୀକ୍ଷାର ସମ୍ଭାବିତ ତାରିଖ ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କ ପାଇଁ କଲ ଲେଟର ୫ ମାର୍ଚ୍ଚ ସୁଦ୍ଧା ଜାରି କରାଯିବ।
ଖାଲି ପଡ଼ିଥିବା ପଦବୀ:-
ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ସମୁଦାୟ ୪୮ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ଅଛି।
ଆସିଷ୍ଟାଣ୍ଟ ମ୍ୟାନେଜର (ନେଟୱାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ)- ୧୫ ପଦ
ଆସିଷ୍ଟାଣ୍ଟ ମ୍ୟାନେଜର (ରୁଟିଙ୍ଗ୍ ଏବଂ ସ୍ୱିଚିଙ୍ଗ୍)- ୩୩ ପଦ
ଚୟନ ପ୍ରକ୍ରିୟା:-
ଭାରତୀୟ ଷ୍ଟେଟ ବ୍ୟାଙ୍କ କହିଛିଯେ ପ୍ରାର୍ଥୀମାନଙ୍କର ଚୟନ ଅନଲାଇନ୍ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ। ପ୍ରାର୍ଥୀମାନେ ସବିଶେଷ ବିବରଣୀ ଏବଂ ଯୋଗ୍ୟତା ପାଇଁ ବ୍ୟାଙ୍କର ଅଫିସିଆଲ ୱେବସାଇଟ ଲିଙ୍କରେ କ୍ଲିକ କରିପାରିବେ।
କିପରି ଆବେଦନ କରିବେ:-
ଯୋଗ୍ୟ ଥିବା ପ୍ରାର୍ଥୀମାନଙ୍କୁ ଏହି ପଦବୀରେ ଆବେଦନ କରିବା ପାଇଁ ଷ୍ଟେଟ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ sbi.co.in ରେ କ୍ୟାରିୟର ସେକ୍ସନକୁ ଯିବା ପାଇଁ ପଡ଼ିବ। ଏଠାରେ ପ୍ରାର୍ଥୀମାନଙ୍କୁ ନୂତନ ଘୋଷଣା ବିଭାଗରେ ଚାକିରି ସମ୍ବନ୍ଧୀୟ ସୂଚନା ମିଳିପାରିବ। ଏଠାରୁ ଆପଣ ‘RECRUITMENT OF SPECIALIST CADRE OFFICERS’ ଉପରେ କ୍ଲିକ୍ କରି ଚାକିରି ପାଇଁ ଆବେଦନ ମଧ୍ୟ କରିପାରିବେ।
ଆବେଦନର ଶୁଳ୍କ:-
ଭାରତୀୟ ଷ୍ଟେଟ ବ୍ୟାଙ୍କର ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀମାନଙ୍କ ପାଇଁ ଆବେଦନର ଶୁଳ୍କ ୭୫୦ ଟଙ୍କା ରଖାଯାଇଛି। ଅନୁସୂଚିତ ଜାତି/ଜନଜାତି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀମାନଙ୍କୁ କୌଣସି ଆବେଦନର ଶୁଳ୍କ ଦେବାକୁ ପଡ଼ିବ ନାହିଁ।