ସ୍ତ୍ରୀ ଠାରୁ ଲୁଚିକି ପ୍ରେମିକା ସହିତ କୋର୍ଟରେ ବାହାହେବାକୁ ଯାଉଥିଲା ସ୍ୱାମୀ, ଧରା ପଡ଼ିଯିବାରୁ ରାସ୍ତାରେ ହାଇଭୋଲ୍‌ଟେଜ ଡ୍ରାମା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜର ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଥିଲେ। ଏହି ସମୟରେ ତାଙ୍କର ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ। ଆଉ ଏହାପରେ ସେମାନେ ଜ୍ୱାଇଁଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ ତାପରେ ନିର୍ଦ୍ଧୁମ୍‌ ପିଟିଥିଲେ। ବିଚ୍‌ ରାସ୍ତାରେ ଏଭଳି ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ, ଯେତେ ପର୍ଯ୍ୟନ୍ତ ତାଙ୍କ ଜ୍ୱାଇଁ ନ ସୁଧୁରିଛି, ସେ ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରା ଚାଲିଥିବ। କଟିହାରର ଆଜମନଗର ଥାନା ଅଧୀନ ମଲ୍ଲିକପୁର ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଆବିଦ ଖାନଙ୍କ ବିବାହ ସନା ଖାତୁନଙ୍କ ସହ ହୋଇଥିଲା। ବିବାହ ପରେ ସବୁକିଛି ଠିକଠାକ୍‌ ଚାଲିଥିଲା। କିଛି ମାସ ପରେ ଆବିଦ୍ କାମ କରିବା ପାଇଁ ମୁମ୍ବାଇ ଚାଲି ଯାଇଥିଲେ। ସେଠାରୁ ଆବିଦ ପ୍ରତି ମାସରେ ନିଜ ସ୍ତ୍ରୀଙ୍କ ପାଖକୁ ଟଙ୍କା ମଧ୍ୟ ପଠାଇବା ଆରମ୍ଭ କରିଥିଲେ, କିନ୍ତୁ ୨୦୨୦ ପରଠାରୁ ହଠାତ୍ ସେ ଟଙ୍କା ଦେବା ବନ୍ଦ କରିଦେଲେ।

ସନା ଖାତୁନଙ୍କ କହିବା ହେଲାକି, ମୁମ୍ବାଇରେ ଆବିଦଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ କଟିହାରର ପଡୋଶୀ ଗାଁ ତେଲତା ମାଧୋପୁରର ହିଁ ବାସିନ୍ଦା ଅଟନ୍ତି। ସେ ପ୍ରାୟତଃ ମୁମ୍ବାଇକୁ ଯିବାଆସିବା କରୁଥିଲେ। ଆବିଦ୍ ଯୁବତୀଙ୍କୁ ନିଜର ପ୍ରେମ ଜାଲରେ ଫସାଇ ନେଇଥିଲେ ଏବଂ କୋର୍ଟ ମ୍ୟାରେଜ ପାଇଁ ରାଜି ମଧ୍ୟ କରାଇ ଦେଇଥିଲେ। ଶନିବାର ଆବିଦ ନିଜର ପ୍ରେମିକା ସହ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଥିବା ସମୟରେ ଏହି ଖବର ତାଙ୍କ ଶ୍ୱଶୁର ଘର ଲୋକଙ୍କ ନିକଟରେ ପହଞ୍ଚି ଯାଇଥିଲା। ସେମାନେ କୋର୍ଟ ମ୍ୟାରେଜ ପୂର୍ବରୁ ଦୁହିଁଙ୍କୁ ଧରି ନେଇଥିଲେ।

ସନା କହିଛନ୍ତିକି, ଆବିଦ୍‌ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା ନେଇ ମୁଁ ମୋ ପରିବାରର ସଦସ୍ୟଙ୍କୁ ଜଣାଇଥିଲି। ଖବର ପାଇବା ପରେ ଘର ଲୋକ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଏହାପରେ ସେମାନେ ଆବିଦଙ୍କୁ ଧରି ଏକ ଖୁଣ୍ଟରେ ବାନ୍ଧି ବହୁତ ପିଟିଥିଲେ। ଆବିଦଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତିଯେ ଆବିଦ ଓ ସନାଙ୍କ ଇଚ୍ଛା ଅନୁସାରେ ବିବାହ ହୋଇଥିଲା। ବର୍ତ୍ତମାନ ସେ ନିଜର ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ଯୁବତୀଙ୍କ ସହ ରହିବା ପାଇଁ ଚାହୁଁଛନ୍ତି। ଆବିଦ ନିଜର ସ୍ତ୍ରୀ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଏଥିପାଇଁ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ତାଙ୍କୁ ଖୁଣ୍ଟରେ ବାନ୍ଧି ଖୁବ ପିଟାଯାଇଛି।

Leave A Reply

Your email address will not be published.