ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ,ଟ୍ରୋଲ କଲା କଲିକତା,ଆଉ କହିଲା…..

0

Get real time updates directly on you device, subscribe now.

ମୁମ୍ବାଇ ଇଣ୍ଡିଆନ୍ସ କିଣିଛି ଅର୍ଜୁନ ତେନ୍ଦୁଲକରଙ୍କୁ। ମହାନ ବ୍ୟାଟ୍ସମ୍ୟାନ ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନଙ୍କୁ କିଣିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦଳକୁ ଟ୍ରୋଲ କରାଯାଉଛି। ନେଟିଜେନ୍ସମାନେ ଅନେକ ପ୍ରକାର କଥା କହୁଛନ୍ତି। ଏହାରି ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରୋଲ କରିଛି।

ଗତ ସିଜିନରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ୨୦ ଲକ୍ଷରେ କିଣିଥିଲା। ଶେଷ ଦିନରେ ହିଁ ଅର୍ଜୁନଙ୍କୁ ନିଜ ଦଳରେ ଦଳ ସାମିଲ କରିଥିଲା। ଏହାପରେ ନେଟିଜେନ୍ସ ସଚିନଙ୍କ ପାଇଁ ଅର୍ଜୁନଙ୍କୁ ସ୍ଥାନ ମିଳିଥିବା କହିଥିଲେ। ଏହାର ଜବାବରେ ମଧ୍ୟ ଦଳ ରଖିଥିଲା। ବର୍ତ୍ତମାନ ପୁଣି ପୂର୍ବଥର ଅପେକ୍ଷା ୧୦ ଲକ୍ଷ ଅଧିକରେ କିଣିବା ପରେ ଦଳକୁ ସମାଲୋଚନା କରାଯାଉଛି।

ଏଥର କିନ୍ତୁ କିଛି ନୂଆ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିଲାମ ଟେବୁଲରେ ଅର୍ଜୁନଙ୍କୁ ବିଡିଂ ବେଳେ ୨୦ ଲକ୍ଷରେ ଡାକିଥିଲା। ଏହାପରେ ତୁରନ୍ତ ଗୁଜୁରାଟ ଲାୟନ୍ସ ୨୫ ଲକ୍ଷ କହିଥିଲା। ମୁମ୍ବାଇ ଦଳର ଫ୍ରାଞ୍ଜାଇଜି ଆକାଶ ଅମ୍ବାନୀ ଅଳ୍ପ ହସିବା ସହିତ ଗୁଜୁରାଟ ଦଳକୁ ଅନାଇଥିଲେ। ଏହାପରେ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣି ନେଇଥିଲା। ଏହି ସମୟରେ ଉଭୟ ମୁମ୍ବାଇ ଓ ଗୁଜୁରାଟ ସଦସ୍ୟଙ୍କ ମଧ୍ୟରେ ଏକ ସ୍ମିତହାସ୍ୟ ଦେଖିବାକୁ ମିଳିଥିଲା।

ଏହି ବିଡକୁ ଦେଖି କୋଲକାତା ନାଇଟ ରାଇଡର୍ସ ଏକ ଟ୍ୱିଟ କରିଛି। ଯେତେ ଯାହା ହେଲେ ମଧ୍ୟ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ହିଁ ନେବ ବୋଲି କୋଲକାତା କହିଛି। କେକେଆରର ଏହି ଟ୍ୱିଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ମୁମ୍ୱାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ପୂର୍ବଥର କିଣିଥିଲା। କିନ୍ତୁ ତାଙ୍କୁ ଖେଳିବାକୁ ଆଦୌ ସୁଯୋଗ ମିଳିନଥିଲା। ସେ ଚୁଡାନ୍ତ ଏକାଦଶରେ ସାମିଲ ହୋଇନଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ମାତ୍ର ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

Leave A Reply

Your email address will not be published.