ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି ମହିଳା, ଏହିପରି ଭାବେ କରିଥାନ୍ତି ଯୋଗାଯୋଗ ଏବଂ ପଠାଇଥାନ୍ତି ବାର୍ତ୍ତା….

0

Get real time updates directly on you device, subscribe now.

ଇଂଲଣ୍ଡର ଜଣେ ମହିଳା ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି । କଣ ହେଲା ! ଆପଣ ଚମକି ପଡ଼ିଲେ ନା ? ଆଜ୍ଞା ହଁ, ଏହି ମହିଳା ଦାବି କରିଛନ୍ତି ଯେ ଖୁବଶୀଘ୍ର ସେ ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି । ଇଂଲଣ୍ଡର ଅକ୍ସଫର୍ଡସାୟର ବାସିନ୍ଦା ବ୍ରୋକାରଡେ ନାମକ ଜଣେ 38 ବର୍ଷିୟ ମହିଳା ଏହି ଅଜବ ପ୍ରକାରର ଦାବି କରିଛନ୍ତି । ମହିଳାଙ୍କ ଏହି ଦାବି ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଛି । ମହିଳା ଦାବି କରିଛନ୍ତି ଯେ ଏଡୱାର୍ଡୋ ନାମକ ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି ।

ଭିକ୍ଟୋରିଆନ ସମୟର ସୈନିକ ଅଟନ୍ତି ମହିଳାଙ୍କ ପ୍ରେମିକ :-

ଡେଲି ଷ୍ଟାରର ରିପୋର୍ଟ୍ ଅନୁଯାୟୀ, ମହିଳା ଯେଉଁ ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି, ସେ ଭିକ୍ଟୋରିଆନ ସମୟର ସୈନିକ ଥିଲା । ବ୍ରୋକାରଡେ ନିଜେ ଜଣେ ସିଙ୍ଗର ଅଟନ୍ତି । ମହିଳା କହିଛନ୍ତି ଯେ ସେ ଏଡୱାର୍ଡୋ ଭୂତକୁ ବହୁତ୍ ଅଧିକ ଭଲ ପାଉଛନ୍ତି । ମହିଳା କହିଛନ୍ତି ଏଡୱାର୍ଡୋ ଟିକେ ଚିଡ଼ିଚିଡା ସ୍ୱଭାବର ଅଟନ୍ତି । ଦୁହେଁ ବିବାହର ତାରିଖ ସ୍ଥିର କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିବାହର ତାରିଖ ସ୍ଥିର ହୋଇନାହିଁ ।

ମହିଳା କହିଛନ୍ତି ଯେ ସେ ଖରାଦିନେ ବିବାହ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ପ୍ରେମିକ କୁ ଶୀତ ଦିନ ଭଲ ଆଗେ । ବ୍ରୋକାରଡେ ଏହା ମଧ୍ୟ କହିଛନ୍ତି ଯେ ସେ ଏଡୱାର୍ଡୋଙ୍କ ସହିତ ବହୁତ୍ ଅଜବ ଉପାୟରେ କଥାବାର୍ତ୍ତା କରନ୍ତି । ଏଡୱାର୍ଡୋ କ୍ରିପ୍ଟିକ ମେସେଜ ବ୍ୟବହାର କରି ତାଙ୍କୁ ବାର୍ତ୍ତା ଦେଇଥାନ୍ତି । ମହିଳା କହିଛନ୍ତି ଯେ ଏଡୱାର୍ଡୋ ଗାଧୋଇବା ସମୟରେ ଗରମ ପାଣିର ବାଷ୍ପରେ ଲେଖି ତାଙ୍କ ସହିତ କଥା ହୁଅନ୍ତି କିମ୍ବା କୌଣସି ଜିନିଷ ପକାଇ ତାର ଶବ୍ଦରେ କଥା ହୁଅନ୍ତି ।

ତକିଆ ପାଖରେ ମୁଦି ରଖି କରିଥିଲେ ପ୍ରୋପୋଜ :-

ମହିଳା ଦାବି କରିଛନ୍ତି ଯେ ଏଡୱାର୍ଡୋ ଗତ ବର୍ଷ ଗୋଟିଏ ମୁଦି ତାଙ୍କ ତକିଆ ପାଖରେ ରଖିଥିଲେ ଏବଂ ପ୍ରପୋଜ କରିଥିଲେ । ତାପରେ ବାଷ୍ପରେ ପ୍ରଶ୍ନ ଚିହ୍ନ କରି ପଚାରିଥିଲେ ଯେ କଣ ମୁଁ ତାଙ୍କ ପ୍ରେମକୁ ସ୍ବୀକାର କରିବି । ମହିଳା କହିଛନ୍ତି ଯେ ଦୁହେଁ ବହୁତ୍ ଉତ୍ସାହର ସହିତ ବିବହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ନିଜ ବିବାହରେ ସେମାନେ ସ୍ବର୍ଗତ ଅଭିନେତା ମର୍ଲିନ ମୁନରୋଙ୍କ ଭୂତକୁ ମଧ୍ୟ ଡାକିବାକୁ ଚାହୁଁଛନ୍ତି । ଏହାବ୍ୟତୀତ ଦୁନିଆର ପ୍ରସିଦ୍ଧ ନାଟ୍ୟକାର ବିଲିୟମ ସେକ୍ସପୀୟରଙ୍କ ଭୂତକୁ ମଧ୍ୟ ସେ ବିବାହକୁ ଡାକିବେ ।

Leave A Reply

Your email address will not be published.