IPL Auction 2022: ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିଲେ,କେଉଁ ଦଳ ଖର୍ଚ୍ଚ କଲେ ସବୁଠୁ ଅଧିକ ଟଙ୍କା !

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ଦିନର ମେଗା ନିଲାମ ଶେଷ ହୋଇଛି। ଫ୍ରାଞ୍ଚାଇଜିମାନେ ପ୍ରଥମ ଦିନରେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି। ଏଥିରେ ଅନେକ ଖେଳାଳି ମଧ୍ୟ କୋଟିପତି ହୋଇ ଯାଇଛନ୍ତି। ଇଶାନ କିଶନ ୨୦୨୨ ନିଲାମରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ଇଶାନ କିଶନଙ୍କୁ ମୁମ୍ଵାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି। ନିଲାମର ପ୍ରଥମ ଦିନରେ ଅନକ୍ୟାପଡ ଖେଳାଳିଙ୍କ ଉପରେ ମଧ୍ୟ ଖୁବ୍ ଟଙ୍କା ବର୍ଷିଛି। ଆଶାଠାରୁ ଅଧିକ ଦରରେ ବିକ୍ରି ହୋଇଛନ୍ତି ଖେଳାଳି। ଅନ୍ୟପଟେ ସୁରେଶ ରୈନା, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ପରି ଖେଳାଳିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ କିଣି ନାହାନ୍ତି। ଆଜିର ନିଲାମ ଶେଷ ହେବା ପରେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଖାତାରେ ସବୁଠୁ କମ ଟଙ୍କା ରହିଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ଖାତାରେ ଅଧିକ ଟଙ୍କା ରହିଛି। ଆସନ୍ତୁ ନଜର ପକାଇବା ପ୍ରତି ଦଳର ସ୍କ୍ଵାଡ ଉପରେ, କେତେ ଖର୍ଚ୍ଚ ହୋଇଛି ଏବଂ କାହା ପାଖରେ କେତେ ଟଙ୍କା ବଳକା ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି):-

ଖର୍ଚ୍ଚ ହୋଇଛି- ୮୦.୭୫ କୋଟି ଟଙ୍କା

ବଳକା ଅଛି- ୯.୨୫ କୋଟି ଟଙ୍କା

ଦଳ:-

ଅନୁଜ ରାଓ୍ଵତ(୩.୪ କୋଟି), ଶହବାଜ ଅହମ୍ମଦ(୨.୪ କୋଟି), ଆକାଶ ଦୀପ(୨୦ ଲକ୍ଷ), ବିରାଟ କୋହଲି(୧୫ କୋଟି), ଜୋଶ ହେଜଲଉଡ(୭.୭୫ କୋଟି), ଦିନେଶ କାର୍ତ୍ତିକ(୫.୫ କୋଟି), ଗ୍ଲେନ ମ୍ୟାକ୍ସଓ୍ଵେଲ(୧୧ କୋଟି), ହର୍ଷଲ ପଟେଲ୍(୧୦.୭୫ କୋଟି), ଫାଫ ଡୁପ୍ଲେସିସ୍(୭ କୋଟି), ଓ୍ଵାନିନ୍ଦୁ ହସରଙ୍ଗା(୧୦.୭୫ କୋଟି), ମହମ୍ମଦ ସିରାଜ(୭ କୋଟି)।

କୋଲକାତା ନାଇଟ ରାଇଡର୍ସ(କେକେଆର):-

ଖର୍ଚ୍ଚ ହୋଇଛି- ୭୭.୩୫ କୋଟି ଟଙ୍କା

ବଳକା ଅଛି- ୧୨.୬୫ କୋଟି ଟଙ୍କା

ଦଳ:-

ଶିବମ ମାଭି(୭.୨୫ କୋଟି), ବରୁଣ ଚକ୍ରବର୍ତ୍ତୀ(୮ କୋଟି), ସୁନିଲ ନାରିନେ(୬ କୋଟି), ଶେଲଡନ ଜ୍ୟାକ୍ସନ(୬୦ ଲକ୍ଷ), ଆନ୍ଦ୍ରେ ରସେଲ(୧୨ କୋଟି), ପାଟ୍ କମିନ୍ସ(୭.୨୫ କୋଟି), ନୀତିଶ ରାଣା(୮ କୋଟି), ଶ୍ରେୟସ ଆୟର(୧୨.୨୫ କୋଟି), ଭେଙ୍କଟେଶ ଆୟର(୮ କୋଟି)।

ପଞ୍ଜାବ କିଙ୍ଗ୍ସ(ପିକେ):-

ଖର୍ଚ୍ଚ ହୋଇଛି- ୬୧.୩୫ କୋଟି

ବଳକା ଅଛି- ୨୮.୬୫ କୋଟି ଟଙ୍କା

ଦଳ:-

ରାହୁଲ ଚହର(୫.୨୫ କୋଟି), ଅର୍ଶଦୀପ ସିଂହ(୪ କୋଟି), ପ୍ରଭସିମରନ ସିଂହ(୬୦ ଲକ୍ଷ), ହରପ୍ରୀତ ବରାର(୩.୮ କୋଟି), ଶିଖର ଧାଓ୍ଵନ(୮.୨୫ କୋଟି), ଜୋନି ବେୟାରଷ୍ଟୋ(୬.୭୫ କୋଟି), ମୟଙ୍କ ଅଗ୍ରଓ୍ଵଲ(୧୨ କୋଟି), କାଗିସୋ ରାବଡା(୯.୨୫ କୋଟି), ଶାହରୁଖ ଖାନ(୯ କୋଟି), ଜିତେଶ ଶର୍ମା(୨୦ ଲକ୍ଷ), ଇଶାନ ପୋରେଲ(୨୫ ଲକ୍ଷ)।

ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ):-

ଖର୍ଚ୍ଚ ହୋଇଛି- ୬୯.୫୫ କୋଟି ଟଙ୍କା

ବଳକା ଅଛି- ୨୦.୪୫ କୋଟି ଟଙ୍କା

ଦଳ:-

ଋତୁରାଜ ଗାଏକଓ୍ଵାଡ(୬ କୋଟି), କେଏମ ଆସିଫ(୨୦ ଲକ୍ଷ), ରବୀନ୍ଦ୍ର ଜାଡେଜା(୧୬ କୋଟି), ମହେନ୍ଦ୍ର ସିଂହ ଧୋନୀ(୧୨ କୋଟି), ଅମ୍ବତି ରାୟୁଡୁ(୬.୭୫ କୋଟି), ରବିନ ଉଥପ୍ପା(୨ କୋଟି), ଦୀପକ ଚହର(୧୪ କୋଟି), ଡ୍ଵେନ ବ୍ରାଭୋ(୪.୪ କୋଟି), ତୁଷାର ଦେଶପାଣ୍ଡେ(୨୦ ଲକ୍ଷ), ମୋଇନ ଅଲ୍ଲୀ(୮ କୋଟି)।

ଦିଲ୍ଲୀ କ୍ୟାପିଟାଲ୍ସ(ଡିସି):-

ଖର୍ଚ୍ଚ ହୋଇଛି- ୭୩.୫୦ କୋଟି ଟଙ୍କା

ବଳକା ଅଛି- ୧୬.୫୦ କୋଟି ଟଙ୍କା

ଦଳ:-

ପୃଥ୍ଵୀ ଶ(୭.୫ କୋଟି), କମଲେଶ ନାଗରକୋଟି(୧.୧ କୋଟି), ଡେଭିଡ୍ ଓ୍ଵାର୍ଣ୍ଣର(୬.୨୫ କୋଟି), ମିଚେଲ୍ ମାର୍ଶ(୬.୫୦ କୋଟି), ମୁସ୍ତାଫିଜୁର ରେହମାନ(୨ କୋଟି), ଶାର୍ଦ୍ଦୁଳ ଠାକୁର(୧୦.୭୫ କୋଟି), ଏନରିଚ୍ ନୋର୍ତ୍ତଜେ(୬.୫୦ କୋଟି), କେଏସ ଭରତ(୨ କୋଟି), ଅକ୍ଷର ପଟେଲ(୯ କୋଟି), କୁଲଦୀପ ଯାଦବ(୨ କୋଟି), ସରଫରାଜ ଖାନ(୨୦ ଲକ୍ଷ), ଅଶ୍ଵିନ ହେବର(୨୦ ଲକ୍ଷ), ଋଷଭ ପନ୍ତ(୧୬ କୋଟି)।

ରାଜସ୍ଥାନ ରୟାଲ୍ସ(ଆରଆର):-

ଖର୍ଚ୍ଚ ହୋଇଛି- ୭୭.୮୫ କୋଟି ଟଙ୍କା

ବଳକା ଅଛି- ୧୨.୧୫ କୋଟି ଟଙ୍କା

ଦଳ:-

ରିୟାନ ପରାଗ(୩.୮ କୋଟି), ଦେବଦତ୍ତ ପାଡିକଲ(୭.୭୫ କୋଟି), ଯଶସ୍ଵୀ ଜୟସଓ୍ଵାଲ(୪ କୋଟି), ଆର ଅଶ୍ଵିନ(୫ କୋଟି), ଟ୍ରେଣ୍ଟ ବୋଲ୍ଟ(୮ କୋଟି), ଜୋସ୍ ବଟଲର(୧୦ କୋଟି), ସଞ୍ଜୁ ସାମସନ(୧୪ କୋଟି), ୟୁଜବେନ୍ଦ୍ର ଚହଲ(୬.୫ କୋଟି), ସିମରନ ହେଟମାୟର(୮.୫ କୋଟି), କେସି କେରିୟପ୍ପା(୩୦ ଲକ୍ଷ), ପ୍ରସିଦ୍ଧ କୃଷ୍ଣା(୧୦ କୋଟି)

ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ):-

ଖର୍ଚ୍ଚ ହୋଇଛି- ୬୨.୧୫ କୋଟି ଟଙ୍କା

ବଳକା ଅଛି- ୨୭.୮୫ କୋଟି ଟଙ୍କା

ଦଳ:-

ଡେଭାଲ୍ଡ ବ୍ରେଭିସ୍(୩ କୋଟି), କିରଣ ପୋଲାର୍ଡ(୬ କୋଟି), ରୋହିତ ଶର୍ମା(୧୬ କୋଟି), ସୂର୍ଯ୍ୟକୁମାର ଯାଦବ(୮ କୋଟି), ମୁରୁଗାନ ଅଶ୍ଵିନ(୧.୬ କୋଟି), ଯଶପ୍ରୀତ ବୁମରା(୧୨ କୋଟି), ଇଶାନ କିଶନ(୧୫.୨୫ କୋଟି), ବାସିଲ ଥମ୍ପି(୩୦ ଲକ୍ଷ)।

ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ):-

ଖର୍ଚ୍ଚ ହୋଇଛି- ୬୯.୮୫ କୋଟି ଟଙ୍କା

ବଳକା ଅଛି- ୨୦୧.୫ କୋଟି ଟଙ୍କା

ଦଳ:-

ପ୍ରିୟମ ଗର୍ଗ(୩୦ ଲକ୍ଷ), ଅଭିଷେକ ଶର୍ମା(୬.୫ କୋଟି), କାର୍ତ୍ତିକ ତ୍ୟାଗୀ(୪ କୋଟି), ଅବଦୁଲ ସାମଦ(୪ କୋଟି), ଉମରାନ ମଲିକ(୪ କୋଟି), କେନ ଓ୍ଵିଲିୟମସନ(୧୪ କୋଟି), ଭୁବନେଶ୍ଵର କୁମାର(୪.୨ କୋଟି), ରାହୁଲ ତ୍ରିପାଠୀ(୮.୫ କୋଟି), ଜେ ସୂଚିତ(୨୦ ଲକ୍ଷ), ନିକୋଲାସ ପୂରନ(୧୦.୭୫ କୋଟି), ଓ୍ଵାଶିଂଟନ ସୁନ୍ଦର(୮.୭୫ କୋଟି), ଟି ନଟରାଜନ(୪ କୋଟି), ଶ୍ରେୟସ ଗୋପାଲ(୭୫ ଲକ୍ଷ)।

ଲକ୍ଷ୍ମୌ ସୁପର ଜାୟଣ୍ଟସ(ଏଲଏସଜି):-

ଖର୍ଚ୍ଚ ହୋଇଛି- ୮୩.୧୦ କୋଟି ଟଙ୍କା

ବଳକା ଅଛି- ୬.୯୦ କୋଟି ଟଙ୍କା

ଦଳ:-

ରବି ବିଶ୍ନୋଇ(୪ କୋଟି), ମନୀଷ ପାଣ୍ଡେ(୪.୬ କୋଟି), ମାର୍କସ ଷ୍ଟୋଇନିସ୍(୯.୨ କୋଟି), ମାର୍କ ଉଡ(୭.୫ କୋଟି), କ୍ଵିଣ୍ଟନ ଡିକକ୍‌(୬.୭୫ କୋଟି), ଜାସନ ହୋଲଡର(୮.୭୫ କୋଟି), କେଏଲ ରାହୁଲ(୧୭ କୋଟି), କୃଣାଲ ପାଣ୍ଡ୍ୟା(୮.୨୫ କୋଟି), ଦୀପକ ହୁଡ୍ଡା(୫.୭୫ କୋଟି), ଅଙ୍କିତ ରାଜପୁତ(୫୦ ଲକ୍ଷ), ଅଭେଶ ଖାନ(୧୦ କୋଟି)।

ଗୁଜରାଟ ଟାଇଟନ୍ସ(ଜିଟି):-

ଖର୍ଚ୍ଚ ହୋଇଛି- ୭୧.୧୫ କୋଟି ଟଙ୍କା

ବଳକା ଅଛି- ୧୮.୮୫ କୋଟି ଟଙ୍କା

ଦଳ:-

ଆର ସାଇ କିଶୋର(୩ କୋଟି), ଶୁଭମାନ ଗିଲ୍(୮ କୋଟି), ନୁର ଅହମ୍ମଦ(୩୦ ଲକ୍ଷ), ଜାସନ ରୟ(୨ କୋଟି), ରାହୁଲ ତେଓ୍ଵତିଆ(୯ କୋଟି), ମହମ୍ମଦ ଶାମି(୬.୨୫ କୋଟି), ଲୋକି ଫର୍ଗ୍ୟୁସନ(୧୦ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା(୧୫ କୋଟି), ଅଭିନବ ମନୋହର(୨.୬ କୋଟି), ରଶିଦ ଖାନ(୧୫ କୋଟି)।

Leave A Reply

Your email address will not be published.