ଦେଖନ୍ତୁ ଭିଡ଼ିଓ : ପୁଣି ଜଣେ ମହିଳାଙ୍କ ଉତ୍ପାତ,ବସ ଭିତରେ ପଶି ମହିଳା ଜଣକ ଡ୍ରାଇଭରକୁ ବାଡେ଼ଇଲେ

0

Get real time updates directly on you device, subscribe now.

ଇଣ୍ଟରନେଟ ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ରହୁଥାଏ। ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ହଙ୍ଗାମା ମଚାଉଛି। ଭିଡ଼ିଓରେ ଜଣେ ମହିଳା ବସ ଡ୍ରାଇଭର ସହିତ ଝଗଡ଼ା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଭିଡ଼ିଓ ଏକ ଲୋକାଲ ଜର୍ଣ୍ଣାଲିଷ୍ଟ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରିଛନ୍ତି। ଯେଉଁଥିରେ ଜଣେ ମହିଳା ସିଟ ଉପରେ ବସି ରହିଥିବା ବସ ଡ୍ରାଇଭରଙ୍କୁ ପିଟୁଛି। ଏହି ମାମଲାରେ ଆଇପିଏସ ଅଫିସର ଦିପାଂଶୁ କାବରା କହିଛନ୍ତି, ଆଇନ ହାତକୁ ନେବାର ହକ ନାହିଁ।

ମାମଲା ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର ଅଟେ। ଜଣେ ମହିଳା ରଙ୍ଗ ସାଇଡରେ ଯାଉଥିବା ସମୟରେ ଏକ ସରକାରୀ ବସ ତାଙ୍କ ସ୍କୁଟିକୁ ଧକ୍କା ମାରିଥିଲେ। ଏହାପରେ ମହିଳା ଜଣକ ବସ ଡ୍ରାଇଭରଙ୍କୁ ପିଟୁଥିବାର ନଜର ଆସିଲେ। ଡ୍ରାଇଭର କଲର ଧରି ସେ ଧମକ ଭରା ଅନ୍ଦାଜରେ ତାଙ୍କ ଉପରେ ଚିତ୍କାର କରୁଥିବାର ନଜର ଆସିଲେ। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ମହିଳା ସେହି ଡ୍ରାଇଭରଙ୍କୁ ଭିଡ଼ି ବାହାରକୁ ବାହାର କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଡ୍ରାଇଭର ନିଜର ସୁରକ୍ଷା କରିବାର ନଜର ଆସୁଛନ୍ତି। ଏହାମଧ୍ୟରେ ମହିଳା ବସ ଭିତରେ ଡ୍ରାଇଭରଙ୍କୁ ଜମେଇ ଧୂଲେଇ କରିଥିଲେ।

ଏହି ଭିଡ଼ିଓକୁ ଆଇପିଏସ ଅଫିସର ଦିପାଂଶୁ କାବରା ଶେୟର କରିଥିଲେ, ଯାହା ସହିତ ସେ କ୍ୟାପ୍ସନରେ ଲେଖିଥିଲେ, ମହିଳା ବସ ଡ୍ରାଇଭରଙ୍କୁ ପିଟିବା ସମ୍ପୂର୍ଣ ଭାବରେ ଭୁଲ ଓ ନିନ୍ଦନୀୟ ଅଟେ। କାହାରିକୁ କାନୁନ ନିଜ ହାତକୁ ନେବାର ଅଧିକାର ନାହିଁ। ଏହି ଭିଡ଼ିଓ ଭାଇରାଲ ହେବାପରେ ଲୋକେ ନିଜ ନିଜର ରାୟ ଦେଉଛନ୍ତି।

ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ଆଜି କାଲି ନାରୀ ମହିଳା ଓ ଝିଅ ହେବାର ବହୁତ ଫାଇଦା ଉଠାଉଛନ୍ତି। ଯେମିତି ଲକ୍ନୌ ବାଲା ଝିଅ ଓ ବାଙ୍ଗାଲୋର ବାଲା ଝିଅ ଓ ବର୍ତ୍ତମାନ ଏହି ଝିଅ। ପ୍ରତ୍ୟେକ ସ୍ଥାନରେ ପୁରୁଷ ଭୁଲ ହୋଇନଥାଏ। ସେହିପରି ଅନ୍ୟ ୟୁଜର ଲେଖିଥିଲେ, ଏହି ମହିଳାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହାସହ ଅନ୍ୟ ୟୁଜର୍ସ ମାନେ ମଧ୍ୟ ନିଜର ରିଆକ୍ସନ ଏଥିରେ ଦେଇଛନ୍ତି।

Leave A Reply

Your email address will not be published.