ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର ଦେଇଦେଲା ଜୀବନ,ଜାଣନ୍ତୁ ବିବାହ ରୀତିନୀତି ମଧ୍ୟରେ କଣ ପାଇଁ କଲେ ସୁସାଇଡ ?

0

Get real time updates directly on you device, subscribe now.

ବର୍ତ୍ତମାନ ସାମ୍ନାକୁ ଗୋଟିଏ ଅତି ଦୁଖଦ ଖବର ଆସିଛି | ମଧ୍ୟପ୍ରଦେଶର ଭିଣ୍ଡରେ ଜଣେ ଯୁବକ ବର ହୋଇ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁକୁ ଆପଣାଇ ନେଲା | ବରର ଆତ୍ମହତ୍ୟା ଖବର ପାଇବା ମାତ୍ରେ ହିଁ ବର ଓ କନ୍ୟାଙ୍କ ଘରେ ଶୋକର ବାତାବରଣ ଖେଳିଗଲା | ଯେଉଁଠାରେ ବିବାହର ସଙ୍ଗୀତ ବାଜୁଥିଲା, ସେଠାରେ ଶୋକର ଲହରୀ ଖେଳିଗଲା | ଏହି ମାମଲାରେ ବର୍ତ୍ତମାନ FIR ପଞ୍ଜିକୃତ ହୋଇନାହିଁ |

ସୂଚନା ଅନୁଯାୟୀ, ଭିଂଡ଼ର ଗୁଆଲିୟର ରୋଡ଼ରେ ରହୁଥିବା ୨୭ ବର୍ଷୀୟ ଯୁବକଙ୍କ ବିବାହ ଫେବୃଆରୀ ୯ ତାରିଖରେ ହେବାର ଥିଲା | କନ୍ୟାର ପରିବାର ମଧ୍ୟ ଭିଣ୍ଡରେ ହିଁ ହାଉସିଂ କଲୋନୀରେ ରୁହନ୍ତି | ଦୁହିଁଙ୍କ ବିବାହ ତିନି ମାସ ପୂର୍ବରୁ ସ୍ଥିର ହୋଇଥିଲା | ଯାହାପରେ ନିର୍ବନ୍ଧ ହୋଇଥିଲା | ବର୍ତ୍ତମାନ ବିବାହ ପାଇଁ କନ୍ୟାର ପରିବାର ବରଯାତ୍ରୀକୁ ସ୍ୱାଗତ କରିବାପାଇଁ ପ୍ରସ୍ତୁତ ଥିଲେ | ବର-କନ୍ୟାଙ୍କ ପରିବାର ମଧ୍ୟରେ ବିବାହର ଖୁସି ପାଳନ କରାଯାଉଥିଲା |

ଫେବୃଆରୀ ୮ତାରିଖ ରାତିରେ ଯୁବକଙ୍କୁ ବର କରିବାକୁ ପ୍ରସ୍ତୁତି ଚାଲିଥିଲା | ବିବାହର ଅନେକ ରୀତିନୀତି ପୁରା ହୋଇସାରି ଥିଲା | ବର୍ତ୍ତମାନ ମଣ୍ଡପରେ ତାର ତେଲ-ହଳଦୀର ରୀତିନୀତି ଆରମ୍ଭ ହେବାକୁ ଯାଉଥିଲା | ଖୁସିର ଗୀତ ବାଜୁଥିଲା, ପରିବାରର ଲୋକେ ନାଚୁଥିଲେ |

ଏହାମଧ୍ୟରେ ବର ହେବାକୁ ଯାଉଥିବା ଯୁବକ ଆତ୍ମହତ୍ୟା କରିଦେଲା | ତାଙ୍କୁ ମୃତ ଦେଖି ପରିବାରରେ ଆତଙ୍କ ଖେଳିଗଲା | ପରିବାର ଲୋକେ ଯୁବକଙ୍କୁ ହସ୍ପିଟାଲ ନେଇଗଲେ | କିନ୍ତୁ ସେ ରାସ୍ତାରେ ହିଁ ମୃତ୍ୟୁବରଣ କଲା |

ପରିବାର ଲୋକେ ଯୁବକଙ୍କୁ ଭିଣ୍ଡକୁ ଫେରାଇ ଆଣିଲେ ଏବଂ ତାର ଅନ୍ତିମ ସଂସ୍କାର କରିଦେଲେ | ମୃତକଙ୍କ ପରିବାର କନ୍ୟାର ପରିବାର ଲୋକଙ୍କୁ ଏହାର ସୂଚନା ଦେଲେ | ସେମାନେ ଘରେ ବରଯାତ୍ରୀକୁ ଅପେକ୍ଷା କରିଥିଲେ, କିନ୍ତୁ ବରର ମୃତ୍ୟୁ ଖବର ଆସିବା ପରେ ପରିବାରରେ ବିବାହର ଖୁସି ଶୋକରେ ବଦଳିଗଲା |

ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ :-

ଭିଣ୍ଡରେ ବିବାହ ହେଉଥିବା ଘରେ ହୋଇଥିବା ଏହି ଦୁଖଦ ଘଟଣା ପରେ ନଗରରେ ଶୋକର ଲହରୀ ଖେଳିଯାଇଛି | ପ୍ରକୃତରେ ବରର ମୃତ୍ୟୁର ରହସ୍ୟ କଣ ରହିଛି, ଏ ବିଷୟରେ ସମାଜର ଲୋକମାନେ ଜାଣିନାହାନ୍ତି | ସେହିପରି ବର ଏବଂ କନ୍ୟାର ଘର ଲୋକେ ଏ ବିଷୟରେ କିଛି ବି ନ କହି ନିରବ ରହିଛନ୍ତି | କେହି ବି କିଛି କହିବାପାଇଁ ପ୍ରସ୍ତୁତ ନୁହଁନ୍ତି |

Leave A Reply

Your email address will not be published.