ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା, ବାଦ୍‌ ପଡିଲେ ଲୋକେସ୍ ରାହୁଲ ଓ ଅକ୍ଷର ପଟେଲ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

0

Get real time updates directly on you device, subscribe now.

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ପରେ ବର୍ତ୍ତମାନ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ। ଫେବୃଆରୀ ୧୬ ତାରିଖରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ତେବେ ଟି-ଟ୍ବେଣ୍ଟି ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଦଳର ଉପଅଧିନାୟକ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲ ଆହତ କାରଣୁ ଦଳରୁ ବାଦ ପଡିଛନ୍ତି। ଶୁକ୍ରବାର ଦିନ ଏ ବିଷୟରେ ବିସିସିଆଇ ସୂଚନା ଦେଇଛି।

BCCI ଦ୍ବାରା ଏକ ବୟାନ ଜାରି କୁହାଯାଇଛିଯେ, ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ସମୟରେ ରାହୁଲ ଆହତ ହୋଇଥିଲେ। ତାଙ୍କର ହାର୍ମଷ୍ଟ୍ରିଙ୍ଗ ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ସେ ଟି-୨୦ ସିରିଜ୍‌ରୁ ସମ୍ପୂର୍ଣ୍ଣ ରୂପରେ ବାଦ ପଡିଛନ୍ତି। ଅନ୍ୟପଟେ କରୋନାରୁ ସୁସ୍ଥ ହେବାପରେ ଅକ୍ଷର ପଟେଲ ବର୍ତ୍ତମାନ ଅଭ୍ୟାସ ଆରମ୍ଭ କରିଛନ୍ତି । କିନ୍ତୁ ଆହତ ସମସ୍ୟା କାରଣରୁ ସେ ମଧ୍ୟ ଦଳରୁ ବାଦ ପଡିଛନ୍ତି। ଉଭୟ ଖେଳାଳି ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ନେସନାଲ୍ କ୍ରିକେଟ୍‌ ଏକାଡେମୀକୁ ଯିବେ। ସେଠାରେ ପ୍ରଶିକ୍ଷକ ଏବଂ ମେଡିକାଲ ଦଳ ଉଭୟଙ୍କୁ ପରୀକ୍ଷା କରିବା ସହ ଅଭ୍ୟାସ ମଧ୍ୟ କରାଇବେ। ତେବେ ଲୋକେସ ରାହୁଲ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଋତୁରାଜ ଗାୟକଓ୍ବାଡ ଏବଂ ଦୀପକ ହୁଡ୍ଡାଙ୍କୁ ଟି-୨୦ ସ୍କ୍ବାଡ୍‌ରେ ସାମିଲ କରାଯାଇଛି। ପ୍ରଥମ ଟି-ଟ୍ବେଣ୍ଟି ଫେବୃଆରୀ ୧୬ ତାରିଖରେ ଖେଳାଯିବାକୁ ଥିବା ସମୟରେ ଦ୍ବିତୀୟ ମ୍ୟାଚ୍‌ ୧୮ ତାରିଖ ଏବଂ ତୃତୀୟ ମ୍ୟାଚ୍‌ ଫେବୃଆରୀ ୨୦ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ କୋଲକାତାର ଇଡେନ ଗାର୍ଡେରେ ଖେଳାଯିବ।

ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା (ଅଧିନାୟକ), ଇଶାନ୍‌ କିଷାନ, ବିରାଟ କୋହଲି, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍ଗଟେସ୍‌ ଅୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ଯୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଋତୁରାଜ ଗାୟକଓ୍ବାଡ ଏବଂ ଦୀପକ ହୁଡ୍ଡା

Leave A Reply

Your email address will not be published.