ୟଙ୍ଗ ସେନ୍‌ସେସନ ସାରା ତେନ୍ଦୁଲକରଙ୍କୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା,କାହାର ସେ ପ୍ରେମିକା ?

0

Get real time updates directly on you device, subscribe now.

ବଲିଉଡ ଟାଉନରେ ଇଣ୍ଡଷ୍ଟ୍ରିର ଷ୍ଟାରକିଡଙ୍କ ଅପେକ୍ଷା କ୍ରିକେଟରଙ୍କ ପିଲାମାନଙ୍କୁ ନେଇ ଦବଦବା ରହିଛି। ଭାରତୀୟମାନେ କେବଳ କ୍ରିକେଟକୁ ଭଲ ପାଆନ୍ତି, ତା ନୁହେଁ କ୍ରିକେଟରଙ୍କର ଫ୍ୟାନ୍‌ କ୍ଲବ ମଧ୍ୟ ବହୁତ ବଡ। ସେମିତି ସେମାନଙ୍କର ଫ୍ୟାମିଲି ସହିତ ପିଲାମାନଙ୍କ ବିଷୟରେ ମଧ୍ୟ ସବୁବେଳେ କ୍ରିକେଟ ପ୍ରେମୀ ଜାଣିବାକୁ ଚାହାନ୍ତି। ଏଭଳି ଅନେକ ଷ୍ଟାରକିଡଙ୍କ ମଧ୍ୟରେ ସାରା ତେନ୍ଦୁଲକର ଅନ୍ୟତମ।

କ୍ରିକେଟର ଗଡ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦଲକରଙ୍କ ଝିଅ। ସେ ମଧ୍ୟ ଜଣେ ସେଲିବ୍ରିଟି। ସେ ୟଙ୍ଗ ସେନସେସନ ଆଉ ଫେମସ। ଗ୍ଲାମର ଆଉ ଷ୍ଟାଇଲ ସହ ତାଙ୍କର ଲୁକ୍ସ ବଲିଉଡ୍‌ ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇଦିଏ। ତେବେ ସାରା ତେନ୍ଦୁଲକର ଜଣେ ଷ୍ଟନର। ଫିଲ୍ମ ଜଗତରେ ଏଣ୍ଟ୍ରି ନକରି ଆଲୋଚନା ତାଲିକାରେ। ସୋସିଆଲ ମିଡିଆରେ ସାରା ଆକ୍ଟିଭ ରୁହନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୧.ମିଲିୟନରୁ ଅଧିକ ଫ୍ୟାନ୍‌ ଫଲୋର୍ସ ମଧ୍ୟ ଅଛନ୍ତି।

ସଚ୍ଚିନ୍‌ ଓ ଡକ୍ଟର ଅଞ୍ଜଲୀଙ୍କର ଗେହ୍ଲି ଝିଅ ସାରା ୧୨ ଅକ୍ଟୋବର ୧୯୯୭ ମସିହାରେ ଜନ୍ମ ହୋଇଥିଲେ। ସାରାଙ୍କ ସାନ ଭାଇ ଅର୍ଜୁନ୍‌ ମଧ୍ୟ କ୍ରିକେଟ୍‌ ଜଗତରେ ନିଜର କ୍ୟାରିୟର ଗଢିଛନ୍ତି। ଦେଶ ବିଦେଶରେ ସାରାଙ୍କ ଲୋକପ୍ରିୟତା ବହୁତ ରହିଛି। ସାରା ବାପା ସଚିନଙ୍କର ଖୁବ୍‌ ଲାଡଲି ଅଟନ୍ତି। ୨୪ ବର୍ଷିୟ ସାରା ଧିରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ୍‌ରେ ପାଠ ପଢିଥିଲେ। ପରେ ଗ୍ରାଜ୍ୟୁଏସନ୍‌ ପାଇଁ ଲଣ୍ଡନକୁ ଯାଇଥିଲେ। ସେଠାରେ ସେ ମେଡିକାଲ ସାଇନ୍ସରେ ଡ୍ରିଗ୍ରୀ କରିଛନ୍ତି। ବର୍ତ୍ତମାନ ସାରା ତେନ୍ଦୁଲକର ମଡେଲିଂ ଦୁନିଆର ପାଦ ରଖିଛନ୍ତି। ନିକଟରେ ଏକ ଲୋକପ୍ରିୟ କ୍ଲଦିଙ୍ଗ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିୟା ଶ୍ରଫଙ୍କ ସହିତ ସେ ମଡେଲିଂ କରିଛନ୍ତି।

ସୋସିଆଲ ମିଡିଆରେ ହେଉ କିମ୍ୱା ଗଣମାଧ୍ୟମ, ସାରାଙ୍କର ଲଭ୍‌ ଲାଇଫକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଲିଙ୍କ-ଅପ୍‌କୁ ନେଇ ସାରା ଚର୍ଚ୍ଚାରେ ଥାନ୍ତି। ତାଙ୍କର ନାଁ କୌଣସି ଫିଲ୍ମ ଷ୍ଟାରଙ୍କ ସହ ନୁହଁ ବରଂ କ୍ରିକେଟ୍‌ ତାରକା ଶୁଭମନ ଗିଲ୍‌ଙ୍କ ସହ ଯୋଡାଯାଉଛି। ୟଙ୍ଗ କ୍ରିକେଟର ଶୁଭମନ ଗତ ବର୍ଷ ଅଣ୍ଡର ୧୯ କ୍ରିକେଟ୍‌ ୱାଲର୍ଡ କପ୍‌ ଚାମ୍ପିୟନ ଦଳର ଷ୍ଟାର ଖେଳାଳୀ ଅଟନ୍ତି। ତେବେ ଏହା ଲଭ୍ ନା ଗସିପ୍‌ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁଭମନଙ୍କର ଅପେକ୍ଷା ସାରା ବଡ ସେଲିବ୍ରିଟି, ଫେମସ ,ଷ୍ଟାରକିଡ ଅଟନ୍ତି।

Leave A Reply

Your email address will not be published.