ଅଏଲ ଇଣ୍ଡିଆରେ ବମ୍ପର ନିଯୁକ୍ତି, ଯୁକ୍ତ ୨ ପାସ୍‌ କରିଥିଲେ ତୁରନ୍ତ ଆବେଦନ କରନ୍ତୁ

0

Get real time updates directly on you device, subscribe now.

ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ଅଏଲ ଇଣ୍ଡିଆ ଲିମିଟେଡ୍‌ରେ ଯୁବପିଢିମାନଙ୍କର ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ଆସିଲା। ଅଏଲ ଇଣ୍ଡିଆ ଗ୍ରେଡ୍‌ III/V ପଦବୀରେ ଆବେଦନ ଗ୍ରହଣ କରୁଅଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆପଣ ଅନଲାଇନ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ ଅଛନ୍ତି, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବରେ ପଢନ୍ତୁ।

ଯେଉଁମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ତଳେ ଦିଆଯାଇଥିବା ଲିଙ୍କ https://www.oil-india.com/Current_openNew ରେ ଯାଇ ଆବେଦନ କରିପାରିବେ। ଏହା ସହ https://www.oil-india.com/Document/Career/Advertisement ଲିଙ୍କ୍‌ରେ କ୍ଲିକ କରି ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୬୨

ଗ୍ରେଡ V: ୪୬

ଗ୍ରେଡ III : ୧୬

ଜରୁରୀ ତାରିଖ:-

ଆବେଦନ କରିବାର ଜରୁରୀ ତାରିଖ ୧ ଫେବୃଆରୀ ୨୦୨୨ ରୁ ଆରମ୍ଭ ହୋଇ ଶେଷ ୨୫ ଫେବୃଆରୀ ୨୦୨୨ ହେବ।

ଶିକ୍ଷାଗତ ଯୋଗ୍ୟତା:-

ଟେକ୍ନସିଆନ ଅପରେଣ୍ଟିସ ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଯୁକ୍ତ ୨ ପାସ କିମ୍ବା ଗ୍ରାଜୁଏସନର ଡିଗ୍ରୀ ରହିଥିବା ଜରୁରୀ। ଏହା ସହ କାର୍ଯ୍ୟ ସମ୍ବନ୍ଧୀୟ ଅନୁଭବ ରହିବା ମଧ୍ୟ ଜରୁରୀ ଅଟେ।

ଦରମା:-

ଗ୍ରେଡ V- ୩୨,୦୦୦-୧,୨୭,୦୦୦ ଟଙ୍କା

ଗ୍ରେଡ III – ୨୬,୬୦୦-୯୦,୦୦୦ ଟଙ୍କା

ଆବେଦନ ଶୁଳ୍କ:-

ସାଧାରଣ ବର୍ଗ/ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ। ସେହିପରି ଅନ୍ୟ ପ୍ରାର୍ଥୀମାନେ ଏଥିପାଇଁ ନିଶୁଳ୍କରେ ଆବେଦନ କରିପାରିବେ।

ବୟସର ସୀମା:-

ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

ଆବେଦନ କରିବେ କେମିତି:-

– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

– ଏହାପରେ ତଳେ ଦିଆାଇଥିବା ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ।

– ତା’ ପରେ ନିଜର ବ୍ୟକ୍ତିଗତ ବିବରଣୀକୁ ଭରିବା ପରେ ସବମିଟ କରନ୍ତୁ।

– ଆବେଦନ ଶୁଳ୍କ ଭରନ୍ତୁ ଏବଂ ତା’ ପରେ ସବମିଟ ବଟନକୁ କ୍ଲିକ କରନ୍ତୁ।

– ଫର୍ମର ଏକ କପିକୁ ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

ଚୟନ ପ୍ରକ୍ରିୟା:-

ପ୍ରାର୍ଥୀଙ୍କର ଚୟନ କମ୍ପ୍ୟୁଟର ପରୀକ୍ଷା ଆଧାରରେ କରାଯିବ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-
https://www.oil-india.com/Document/Career/Advertisement_for_Multiple_Posts_2022.pdf

Leave A Reply

Your email address will not be published.