୨ ବର୍ଷ ପିଲାର ଶ୍ୱାସ-ନଳୀରେ ଫସିଗଲା ବାଦାମ ଚୋପା,ଟିକିଏ ଅବହେଳା ନେଇ ପହଞ୍ଚାଇ ଦେଲା ହସ୍ପିଟାଲରେ,ଅବସ୍ଥା ବହୁତ ଖରାପ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଆପଣଙ୍କୁ ବହୁତ ସତର୍କ ହୋଇ ରହିବା ଆବଶ୍ୟକ | ହରିୟାଣାର ଫରିଦାବାଦରେ ପ୍ୟାରେଣ୍ଟସଙ୍କର ଗୋଟେ ଛୋଟ ଅବହେଳା ପାଇଁ ତାଙ୍କ ପିଲା ଯାଇ ଡାକ୍ତରଖାନାରେ ପହଞ୍ଚିଗଲା | ବାଦାମ ଖାଇବା ସମୟରେ ଏଇ ଦୁଇ ବର୍ଷର ପିଲାର ନିଶ୍ୱାସ ନେବା ନଳୀରେ ବାଦାମର ଚୋପା ଫସିଗଲା | ଏଇଥିରେ ପିଲାଟିକୁ ନିଶ୍ୱାସ ନେବାରେ ଅସୁବିଧା ହେବାକୁ ଲାଗିଲା | ପିଲାଟିର ଅବସ୍ଥା ବହୁତ ଖରାପ ହେବାରୁ ତିନି ଦିନ ପରେ ପରିବାର ଲୋକ ତାଙ୍କୁ ନେଇକରି ନୀଲମ-ବାଟା ରୋଡରେ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ | ଏଠାରେ ବ୍ରୋଙ୍କୋସ୍କୋପି ପରେ ଡାକ୍ତରମାନେ ପ୍ରାୟ ଅଧ ଘଣ୍ଟାର ଚିକିତ୍ସା ପରେ ଶ୍ୱାସନଳୀରୁ ବାଦାମର ଚୋପାକୁ ବାହାର କରିଥିଲେ | ଆଗକୁ ଆପଣଙ୍କୁ କହିବୁ କି ଭୁଲ କେଉଁଠି ହେଲା |

ଛୋଟ ଗୋଟେ ଭୁଲ ପାଇଁ ହେଲା ଅସୁବିଧା :-

ହସ୍ପିଟାଲରେ ENT ବିଶେଷଜ୍ଞ ଡକ୍ଟର ଅପର୍ନା ମହାଜନ କହିଥିଲେ ଯେ ପିଲାଟିର ବାପା-ମାଆଙ୍କୁ ଲାଗୁଥିଲା ଯେ ତଣ୍ଟିରେ ବାଦାମର ଛୋଟ ଖଣ୍ଡ ଫସିଯାଇଥିବ ଯଦି ସେ ଭିତରକୁ ପଳେଇବ, କିନ୍ତୁ ପିଲାଟି ବହୁତ ଅସହଜ ଅନୁଭବ କରିବାକୁ ଲାଗିଲା | ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତିନି ଦିନ ପରେ ପରିବାର ଲୋକ ପିଲାଟିକୁ ନେଇକରି ଡାକ୍ତରଖାନାକୁ ଆସିଥିଲେ |

ଶ୍ୱାସ ନଳୀର ପରୀକ୍ଷା କରିବା ପାଇଁ ଡାକ୍ତରୀ ଟିମ ଛାତିର ଏକ୍ସରେ କରେଇଥିଲେ | ଏହା ପରେ ରିଜିଟ୍ ପେଡିୟାଟ୍ରିକ ବ୍ରୋଙ୍କୋସ୍କୋପି ସାହାଯ୍ୟରେ ଗଳାର ଯାଞ୍ଚ କରାଗଲା ତ ଦେଖାଗଲା କି ବାଦାମ ଚୋପାର ଅନେକ ବଡ଼ ଖଣ୍ଡ ଅଲଗା-ଅଲଗା ହୋଇ ପଡିଛି | ଆଉ ଏହି କାରଣରୁ ଶ୍ୱାସ ନଳୀରେ କଷ୍ଟ ହଉଥିଲା | ଆଉ ଏହା ସହିତ ଫୁସଫୁସରେ ମଧ୍ୟ ସମସ୍ୟା ଆସିବାରେ ଲାଗିଥିଲା | ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି |

ଛୋଟ ପିଲାମାନଙ୍କୁ ଖାଇବାକୁ ଦେବାବେଳେ ରୁହନ୍ତୁ ସାବଧାନ :-

ଡକ୍ଟର. ଅପର୍ନା କହିଛନ୍ତି ଯେ ରିଜିଟ୍ ପେଡିଆଟ୍ରିକ୍ ବ୍ରୋଙ୍କୋସ୍କୋପିରେ ଶ୍ୱାସ ନଳୀରେ ଥିବା ଛୋଟରୁ ଛୋଟ କଣିକାକୁ ମଧ୍ୟ ସଠିକ୍ ଭାବରେ ଦେଖି ବାହାର କରିଦିଆଯାଇଥାଏ | ଏପରି ଘଟଣା ହେଲେ କୌଣସି ଅବହେଳା କରିବା ଉଚିତ୍ ନୁହେଁ | ପିଲାମାନଙ୍କର ଶ୍ୱାସ-ନଳୀ ଛୋଟ ହୋଇଥାଏ ଆଉ ଏଥିରେ କିଛି ଅଟକି ରହିଲେ ବହୁତ ବେଶି ଅସୁବିଧା ହୋଇପାରେ, ତେଣୁ ଡେରି ନକରି ତୁରନ୍ତ ଡାକ୍ତରଙ୍କୁ ଦେଖେଇବା ଉଚିତ | ଛୋଟ ପିଲାଙ୍କୁ ଡ୍ରାଏ-ଫ୍ରୁଟ୍ସ ବା ବାଦାମ ଭଳି ଶୁଖିଲା ଜିନଷ ଖାଇବାକୁ ଦିଅନ୍ତୁ ନାହିଁ, କାହିଁକି ନା ଏହି ସବୁ ତାଙ୍କ ତଣ୍ଟିରେ ଲାଖି ଯାଇପାରେ | କିଛି ବି ଜିନଷ ଯଦି ପିଲର ତଣ୍ଟିରେ ଲାଖିରହିଯାଏ ତେବେ ପିଲାକୁ କାଶୀବାକୁ କୁହନ୍ତୁ | ତାଙ୍କ ପିଠୁକୁ ଥାପୁଡାନ୍ତୁ | ତାଙ୍କ ବେକ ଵାଲା ଅଂଶକୁ ତଳକୁ ନୁଆଇଁକି ରଖନ୍ତୁ | ପିଲାଙ୍କୁ ଖାଇବାକୁ କିମ୍ବା ପିଇବାକୁ କିଛି ବି ଦିଅନ୍ତୁ ନାହିଁ |

ଛୋଟ ପିଲାମାନଙ୍କ ସାମ୍ନାରେ ରଖନ୍ତୁ ନାହିଁ ଏହି ଜିନିଷ :-

ବଢୁଥିବା ବୟସର ପିଲାମାନଙ୍କ ସାମ୍ନାରେ କିମ୍ବା ତଳେ ଚଟାଣରେ କିଛି ରଖନ୍ତୁ ନାହିଁ, ଖାସ କରି ଔଷଧ,ମୁଦ୍ରା, ଆଉ ଛୁଞ୍ଚି ଭଳି ଜିନିଷ | କାହିଁକି ନା ଏହି ଜିନଷକୁ ପିଲାମାନେ ବହୁତ ସହଜରେ ପାଟିରେ ପୁରେଇ ଦିଅନ୍ତି | ଆପଣଙ୍କ ପିଲା ଏପରି କିଛି ଜିନଷ କିମ୍ବା କୌଣସି ଖେଳଣାର କୌଣସି ସେଲକୁ ଯଦି ପାଟିରେ ପୁରେଇ ଦେଉଛି ତେବେ ଆପଣ ଜମା ବି ଡେରି ନ କରି ତାଙ୍କୁ ଜଲ୍ଦି ହସ୍ପିଟାଲ ନେଇକରି ଯାଆନ୍ତୁ,କାରଣ ଯଦି ସେହି ସେଲ ଭିତରକୁ ଯାଇ ଫାଟିଯାଏ ତେବେ ଗୁରୁତର ସମସ୍ୟା ହୋଇପାରେ | ଏପରି ସ୍ଥିତିରେ କୌଣସି ଘରୋଇ ଉପଚାର କରନ୍ତୁ ନାହିଁ | ପିଲାଟିକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାନ୍ତୁ |

Leave A Reply

Your email address will not be published.