ପ୍ରତିଶୋଧ ପାଇଁ ପ୍ରେମିକ ସାଜିଲା ସଇତାନ : ଅଢେଇ ବର୍ଷ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଭାଇରଲ କଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ

0

Get real time updates directly on you device, subscribe now.

ପ୍ରତିଶୋଧ ପାଇଁ ପ୍ରେମିକ କିପରି ସଇତାନ ସାଜିପାରେ, ସେ ନେଇ ଏକ ଅଭିଯୋଗ ଆସିବା ପରେ ବର୍ତ୍ତମାନ ଚାରିଆଡେ ଏହା ଏକ ଚର୍ଚ୍ଚାର ବିଷୟ ହୋଇଯାଇଛି। ସିତେଶ ନାମକ ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ଅବିବାହିତ କହି ତାଙ୍କ ସହିତ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣକ ସତ ଜାଣିବା ପରେ ଦୂରେଇ ଯାଇଥିଲେ। ଶେଷରେ ସମ୍ପର୍କ ଭାଙ୍ଗିଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ସହିତ ଥିବା ତାଙ୍କର ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ପ୍ରେମିକ ସିତେଶ ଭାଇରାଲ କରି ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ କରିଛି।

“ମୋ ପ୍ରେମିକ ଧୋକାବାଜ ଅଟେ। ତାକୁ ଜୀବନରେ ସବୁଠୁ ବେଶୀ ଭଲ ପାଉଥିଲି, କିନ୍ତୁ ସେ ମୋ ବିଶ୍ୱାସରେ ବିଷ ଦେଇଦେଲା। ଅଢ଼େଇ ବର୍ଷ ଧରି ସେ ଅନ୍ଧ ଭଳି ଯାହାକୁ ନିଜର ଜୀବନ ସାଥୀ କରିବା ପାଇଁ ସ୍ୱପ୍ନ ଦେଖିଥିଲି, ସେ ମୋ ଅନ୍ତରଙ୍ଗର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ମୋତେ ସମାଜରେ ବହୁତ ବଦନାମ କରିଦେଲା।’

ପ୍ରତିଶୋଧ ପାଇଁ ଭାଇରାଲ ହେଲା ଭିଡିଓ। ପ୍ରେମିକ ବ୍ଲାକମେଲିଂ କରୁଥିଲା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସିତେଶ କୁମାର ପ୍ରଧାନ ତାଙ୍କୁ ଅଢ଼େଇ ବର୍ଷ ଧରି ପ୍ରେମ କରୁଥିଲେ। ସେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲାକି, ସୀତେଶ ଆଗରୁ ବିବାହିତ ଓ ପରେ ଛାଡ଼ପତ୍ର ମଧ୍ୟ ହୋଇସାରିଛି।

ଏପରିକି ଏକାଧିକ ଯୁବତୀଙ୍କ ସହ ସୀତେଶଙ୍କର ସମ୍ପର୍କ ଥିବା ଜାଣିବା ପରେ ଯୁବତୀ ଜଣକ ତାଙ୍କ ଠାରୁ ଦୂରେଇ ଆସିଥିଲେ। ଆଉ ସବୁକିଛି ସମାଧାନ କରିବାକୁ କହି ସୀତେଶ ଯୁବତୀଙ୍କୁ ଡାକି ବାରମ୍ବାର ବ୍ଲାକମେଲିଂ ମଧ୍ୟ କରିଥିଲେ। କହିଥିଲେକି ସମ୍ପର୍କ ନରଖିଲେ ଭିଡିଓ ଭାଇରାଲ କରିଦେବି। ଆଉ ସତରେ ସେ ଭିଡିଓ ଭାଇରାଲ ମଧ୍ୟ କରିଦେଇଥିଲେ।

ଯୁବତୀ ଜଣକ ଏ ବିଷୟରେ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏଭଳି ସଙ୍ଗୀନ ଓ ସାଂଘାତିକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସୀତେଶ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୁଦ୍ଧରେ ଦଫା ୩୪୧, ୨୯୪, ୩୫୪, ୩୨୩, ୩୫୪-ଡି ଏବଂ ୫୦୬ରେ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.