ବେକ କଟିଯିବା ପରେ ମଧ୍ୟ 10 ମିନିଟ୍ ପର୍ଯ୍ୟନ୍ତ ଦୌଡ଼ି ଚାଲିଲେ ବ୍ୟକ୍ତିଜଣକ, ମାଗିଲେ ସାହାଯ୍ୟ ଏବଂ ତାପରେ କଲେ ମୃତ୍ୟୁବରଣ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବୈଶାଳୀ ନଗର ଗାନ୍ଧୀ ପଥ ସ୍ଥିତ ବିବେକ ବିହାରରେ ବୁଧବାର ଦିନ ସକାଳେ ପ୍ରାୟ 10 ଟା 30 ମିନିଟରେ ଘର ଭିତରୁ ଛୁରୀ ଦ୍ଵାରା ବେକ କଟିଯିବା ପରେ 40 ବର୍ଷୀୟ ରାଜୁ ମଣ୍ଡଳ ବଞ୍ଚିବା ପାଇଁ ରାସ୍ତାରେ ଦୌଡିବାକୁ ଲାଗିଲା । ରକ୍ତ ଜୁଡୁବୁଡୁ ହୋଇ ନିଜ ଘରୁ ବାହାରି ସାମ୍ନାରେ ଥିବା ଘରେ ପଶିଗଲା ଏବଂ ତାପରେ ଏଠାରେ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଲା । ଘରୁ ପୁଣି ବାହାରି ରାସ୍ତାରେ ଦୌଡିବାକୁ ଲାଗିଲା । ଛଟପଟ ହୋଇ ସାହାଯ୍ୟ ମାଗିଥିଲା । କିଛି ସମୟ ପରେ ରାସ୍ତାରେ ହିଁ ପଡ଼ିଗଲା । ଏହି କାରଣରୁ ସ୍ଥାନୀୟ ଲୋକେ ମଧ୍ଯ ଆଶ୍ଚର୍ଯ୍ୟ ହୋଇଗଲେ ।

ଲୋକମାନେ କରଣୀ ବିହାର ଥାନା ପୋଲିସ ଏବଂ ଆମ୍ବୁଲାନ୍ସ କୁ ସୂଚନା ଦେଇ ଡକାଇଲେ । କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା । ପୋଲିସ ଏବଂ ପରିବାର ଲୋକେ କହିଲେ ଯେ ଘଟଣା ସମୟରେ ଘରେ ରାଜୁଙ୍କ ସହିତ ପଡୋଶୀରେ ରହୁଥିବା ଭଡାଟିଆ ନନ୍ଦୁ ଥିଲା । ପୋଲିସ ପଡୋଶୀ ଭଡ଼ାଟିଆଙ୍କୁ ପଚରାଉଚରା କରୁଛି ।

ଡିସିପି ରୁଚା ତୋମର କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟ୍ ମିଳିବାପରେ ହିଁ ଜଣାପଡିବ ଯେ ଯୁବକ ନିଜେ ବେକ କରିଛନ୍ତି ନା ଆଉ କେହି କାଟିଲେ । ପ୍ରାଥମିକ ଯାଞ୍ଚ ରେ ମାମଲାଟି ଆତ୍ମହତ୍ୟା ବୋଲି ଜଣାପଡିଛି । କୋଭିଡ଼ ଯାଞ୍ଚ୍ ରିପୋର୍ଟ୍ ସାମ୍ନାକୁ ଆସିବାପରେଗୁରୁବାର ଦିନ ପୋଷ୍ଟମର୍ଟମ କରାଯିବ ।

ପାଟିରୁ ରକ୍ତ ବାହାରୁଥିଲା :-

ଡିସିପି ରୂଚା ତୋମର କହିଛନ୍ତି ଯେ ରାଜୁ 7 ଦିନ ଧରି ରୋଗରେ ପୀଡ଼ିତ ଥିଲା । ଦୁଇଦିନ ପୂର୍ବରୁ ଆତ୍ମହତ୍ୟା କରିବ ବୋଲି କହୁଥିଲା । ମୃତକଙ୍କ ସ୍ତ୍ରୀ ମଞ୍ଜୁ କହିଛନ୍ତି ଯେ ସାତ ଦିନ ପୁର୍ବରୁ କାଶ ସହିତ ପାଟିରୁ ରକ୍ତ ବାହାରୁଥିବାକୁ ନେଇ ରାଜୁ ଚିନ୍ତିତ ଥିଲେ । ପ୍ରାଇଭେଟ୍ ହସ୍ପିଟାଲରେ ମଧ୍ୟ ଦେଖାଇ ଆସିଥିଲେ । ବୁଧବାର ଦିନ ସକାଳେ ସେ କାମକୁ ଚାଲିଗଲେ ଏବଂ ପଛରୁ ଘଟଣା ଘଟିଗଲା । ସ୍ଥାନୀୟ ଲୋକେ କହିଛନ୍ତି ଯେ ରାସ୍ତାରେ ରକ୍ତର ଧାର ବହୁଥିଲା ଏବଂ ରାଜୁ ଏପଟ ସେପଟ ହୋଇ ଦୌଡିବାକୁ ଲାଗିଲା । ଏହା ଦେଖି ସବୁ ଲୋକମାନେ ଡରିଗଲେ ଏବଂ ଘଟଣାସ୍ଥଳରେ ଭିଡ ହୋଇଗଲା ।

ଛୋଟ ଛୁଆ ମାନଙ୍କୁ କିଏ ପଢ଼ାଇବ :-

ବିବେକ ବିହାରରେ ରାଜୁ ମଣ୍ଡଳ ସ୍ତ୍ରୀ ମଞ୍ଜୁ ଏବଂ ଝିଅ ନିତୁ(14), ପୁଅ ସିବମ(12) ସହିତ ରହି ଗୋଟିଏ ଟାଇଲ କମ୍ପାନୀରେ କାମ କରୁଥିଲେ । ମଞ୍ଜୁ ମଧ୍ୟ କିଛି ସ୍ଥାନୀୟ ଘରକୁ କାମ କରିବାକୁ ଯାଉଥିଲେ । ଘଟଣା ପରେ ମଞ୍ଜୁ ନିସ୍ତବ୍ଧ ଅଛନ୍ତି । ଦୁଇ ଛୁଆଙ୍କୁ ଜଣା ନାହିଁ ଯେ ତାଙ୍କ ବାପାଙ୍କର କଣ୍ ହେଲା । ସେମାନେ ଗରିବ ଏବଂ ବର୍ତ୍ତମାନ ଦୁଇ ପିଲାଙ୍କର ପାଠପଢ଼ା ଏବଂ ଘର ଖର୍ଚ୍ଚ ତୁଲାଇବା ବହୁତ୍ କଷ୍ଟକର ହୋଇପଡିଛି ।

Leave A Reply

Your email address will not be published.