ଦେଖନ୍ତୁ ଭିଡ଼ିଓ : ଗୋଟିଏ ହାତ ନାହିଁ କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି କ୍ରିକେଟ୍, ଘାତକ ବୋଲିଂ କରୁଛନ୍ତି ଏବଂ ବଡବଡ ସଟ୍ ବି ଖେଳୁଛନ୍ତି
ଯିଏ ହାରିଯାଏ ସିଏ ସବୁବେଳେ ନିଜର ଭାଗ୍ୟକୁ ନିନ୍ଦା କରିଥାଏ। ଆଉ ଯିଏ ଜିତିଥାଏ ସିଏ ପରିସ୍ଥିତିର ବିପରୀତ ସୁଅରେ ଖେଳିବା ଶିଖିଯାଏ। ଶରୀରର ଅଙ୍ଗଟେ ନଥିଲେ କଣ ହେଲା, ଦୃଢ ମନୋବଳ ଏବଂ ଆତ୍ମ ବିଶ୍ବାସ ଆଜି ତାଙ୍କୁ ଜଣେ ସଫଳ କ୍ରିକେଟର କରିଦେଇଛି। କିନ୍ତୁ ତାଙ୍କୁ ଦେଖିଲେ ଜଣାପଡୁ ନାହିଁଯେ, ସେ ଜଣେ ଦିବ୍ୟାଙ୍ଗ ବୋଲି। ତାଙ୍କୁ ଦିବ୍ୟାଙ୍ଗ କହିବା ହୁଏତ ଭୁଲ ହୋଇପାରେ। କାରଣ ଗୋଟିଏ ହାତ ନଥାଇ ମଧ୍ୟ ସେ ଜଣେ ସଫଳ ବ୍ୟାଟ୍ସମ୍ୟାନ ଏବଂ ଚମତ୍କାର ବୋଲର ମଧ୍ୟ। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି।
ପରିସ୍ଥିତି ଯେତେ ବିଷମ ହେଉ ନା ପଛେ, ଜୀବନ ଅଛିମାନେ ଲଢିବାକୁ ହେବ। ଯାହାକୁ ଜଣେ କ୍ରିକେଟର ପ୍ରମାଣିତ କରି ଦେଖାଇଛନ୍ତି। କର୍ଣ୍ଣାଟକର କୋପାଲ ଅଞ୍ଚଳର ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଖେଳାଳି ଗୋଟିଏ ହାତ ନଥାଇ ମଧ୍ୟ ଚମତ୍କାର ବୋଲିଂ କରିବା ସହିତ ଓ୍ବିକେଟ ନେଉଥିବାର ଭିଡିଓରେ ଦେଖିବା ପାଇଁ ମିଳୁଛି।
View this post on Instagram
କେବଳ ସେତିକି ନୁହେଁ ଗୋଟିଏ ହାତରେ ବ୍ୟାଟିଂ କରି ସେ ଛକା, ଚୌକାର ବର୍ଷା ମଧ୍ୟ କରୁଛନ୍ତି। ପଡିଆର ବିଭିନ୍ନ ଦିଗରେ ସେ ବଡ ବଡ ସଟ ମାରୁଥିବାର ଭିଡିଓରେ ଦେଖିବା ପାଇଁ ମିଳୁଛି। ତାଙ୍କ ଖେଳୁଆଡ ମନୋବଳକୁ ଦେଖି ଏତିକି ଲାଗୁଛିକି ଲଢିବା ପାଇଁ ପ୍ରବଳ ସାହସ ଦରକାର ଆଉ ଭାଂଗିଯିବା ପାଇଁ ଦୁର୍ବଳ ମନୋବୃତ୍ତି ଟିଏ ଯଥେଷ୍ଟ ମଧ୍ୟ।
କର୍ଣ୍ଣାଟକର କୋପାଲ ଅଞ୍ଚଳରେ ଏମକେ ଓ୍ବାରିୟର୍ସ ଏବଂ ଏମ୍ସିସି ଲେବ୍ଗେରୀ ମଧ୍ୟରେ ମ୍ୟାଚ୍ ଚାଲିଥିବା ସମୟରେ ବୋଲିଂ ଭାର ଜଣେ ଭିନ୍ନକ୍ଷମ ସମ୍ଭାଳିଥିଲେ। ସେ ନିଜର ଯାଦୁଗରୀ ବୋଲିଂ ଶୈଳୀରେ ବ୍ୟାଟ୍ସମାନଙ୍କୁ ଅତି ସହଜରେ ଚମକାଇ ଦେଉଥିଲେ। କେବଳ ଭଲ ବୋଲିଂ କରୁଥିଲେ ତାହା ନୁହେଁ ସେ ଓ୍ବିକେଟ ମଧ୍ୟ ନେଉଥିଲେ ବ୍ୟାଟିଂ ପାଳି ଆସିବା ପରେ ଗୋଟିଏ ହାତରେ ପଡିଆର ଚାରିଆଡେ ବଡ ବଡ ସଟ ମଧ୍ୟ ଏହି ଭିନ୍ନକ୍ଷମ କ୍ରିକେଟର ଖେଳୁଛନ୍ତି। କେବଳ ସେତିକି ନୁହେଁ ସେ ନିଜର ଚତୁରତା ବଳରେ ଥାର୍ଡ ମ୍ୟାନ୍କୁ ସ୍ବିପ୍ ସଟ୍ ମଧ୍ୟ ମାରୁଥିବର ଭିଡିଓରେ ଦେଖିବା ପାଇଁ ମିଳୁଛି। ଆଜିର ସମାଜ ପାଇଁ ଏଭଳି କ୍ରିକେଟର ବହୁତ ପ୍ରେରଣାଦାୟୀ ଅଟନ୍ତି।