ଏହି ୪ କ୍ରିକେଟର ଟେଷ୍ଟ କ୍ରିକେଟରୁ ହେବେ ବିଦା ! ଦଳରେ ନେବେନି ରୋହିତ !

0

Get real time updates directly on you device, subscribe now.

ରୋହିତ ଶର୍ମା ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ଏକ ପ୍ରକାର ସ୍ଥିର ହୋଇସାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ହୋଇଥିବା ଟେଷ୍ଟ ମ୍ୟାଚରେ ୧-୨ରେ ସିରିଜ ହାରିବା ପରେ ବିରାଟ କୋହଲି ଟେଷ୍ଟ ମ୍ୟାଚରୁ ଅଧିନାୟକ ପଦ ଛାଡିଥିଲେ। ଭାରତ ଆଉ କିଛି ଦିନ ପରେ ଶ୍ରୀଲଙ୍କାକୁ ଗସ୍ତ କରିବ। କିନ୍ତୁ ଏହି ଗସ୍ତରେ ଆଜିଙ୍କ୍ୟ ରାହାଣେଙ୍କ ସମେତ ୪ ବରିଷ୍ଠ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିବା ବହୁତ କଷ୍ଟକର। ଏହି ସବୁ ଖେଳାଳିମାନେ ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ ପଡିବେ।

ଇନସାଇଡ ସ୍ପୋର୍ଟସ ଅନୁଯାୟୀ, ରାହାଣେଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ଋଦ୍ଧିମାନ ଶାହଙ୍କୁ ଟେଷ୍ଟ୍ ସିରିଜରେ ସ୍ଥାନ ମିଳିବ ନାହିଁ। ଚୟନକର୍ତ୍ତା କିଛି ନୂଆ ଚେହେରା ଦଳରେ ସାମିଲ କରିପାରନ୍ତି। କୋଚ ରାହୁଲ ଦ୍ରାବିଡ ଓ ଦଳର ମ୍ୟାନେଜମେଣ୍ଟ କିଛି ବରିଷ୍ଠ ସଦସ୍ୟମାନଙ୍କ ସହ କଥା ହୋଇ ଏହି ନିଷ୍ପତ୍ତିକୁ ନେଇଛନ୍ତି।

ରାହାଣେ ଓ ପୂଜାରା ଗତ ଗତ ୨ ବର୍ଷ ମଧ୍ୟରେ ଫର୍ମ ପାଇଁ ସଙ୍ଘର୍ଷ କରୁଛନ୍ତି। ତାଙ୍କୁ ବିସିସିଆଇ ରଣଜୀ ଟ୍ରଫି ଖେଳିବାକୁ କହିଛି। ଉଭୟ ଖେଳାଳି ଟେଷ୍ଟରୁ ପ୍ରଥମ ଶ୍ରେଣୀ କ୍ରିକେଟକୁ ଓହ୍ଲାଇଛନ୍ତି। ଏହି ପ୍ରଦର୍ଶନ ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରେ। ତାଙ୍କ ସ୍ଥାନରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳିପାରେ।

ବିସିସିଆଇ ଅଧିକାରୀଙ୍କ କହିବା ଅନୁସାରେ,ଇଶାନ୍ତ ଓ ଋଦ୍ଧିମାନଙ୍କ ଭଲ ସମୟ ଚାଲିଯାଇଛି। ସେମାନଙ୍କର ବୟସ ମଧ୍ୟ ଅଧିକ ହେଇଗଲାଣି। ସେମାନେ ଦଳ ପାଇଁ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିସାରିଛନ୍ତି। ଇଶାନ୍ତ ଦଳ ପାଇଁ ୧୦୦ରୁ ଅଧିକ ଟେଷ୍ଟ ଖେଳି ସାରିଛନ୍ତି।

Leave A Reply

Your email address will not be published.