ଟ୍ରକ ଵାଲା ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଝିଅଟିର ଇଜ୍ଜତ, ୪ ବର୍ଷ ପରେ ଝିଅଟି ଏପରି ଭାବରେ ଶୁଝିଲେ ଉପକାର

0

Get real time updates directly on you device, subscribe now.

ଏହି ଢ଼େଗ ଟା ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ “ଯାହାର କେହି ନଥାନ୍ତି,ତାଙ୍କପାଇଁ ଭଗବାନ ଥାନ୍ତି” | ଅସୁଭିଧାରେ ପଡିଲେ ଲୋକମାନେ ପ୍ରାୟତଃ ଭଗବାନଙ୍କୁ ମାନେ ପକାଆନ୍ତି ଆଉ ଯଦି ପ୍ରାଥନା ହୃଦୟରୁ କରାଯାଏ, ତେବେ ଭଗବାନ ତାଙ୍କୁ ବଞ୍ଚାଇବା ପାଇଁ କାହାକୁ ନା କାହାକୁ ଦୂତ କରି ମଧ୍ୟ ପଠେଇଥାନ୍ତି | ଆଜି ଆମେ ଆପଣଙ୍କୁ ପିଲୀଭିତ ଆଉ ଟନକପୁର ରାସ୍ତାରେ ଅବସ୍ଥିତ ହର୍ଦୟାଲପୁର ଗାଁର ଏପରି ଏକ ଘଟଣା କହିବୁ, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଏହି ଢ଼େଗକୁ ବିଶ୍ୱାସ କରିବାକୁ ଲାଗିବେ |

ଏହି ଗାଁର ଚାରିପାଖରେ ଘଞ୍ଚ ଜଙ୍ଗଲ ଅଛି ଆଉ ଗାଁଠାରୁ ପ୍ରାୟ 300 ମିଟର ଦୂରରେ ସାବିତ୍ରୀ ଦେବୀଙ୍କର ଝୁମ୍ପୁଡ଼ି ଅଛି | ସାବିତ୍ରୀ ଝୁମ୍ପୁଡ଼ିରେ ତାଙ୍କର 17 ବର୍ଷର ଝିଅ କିରଣଙ୍କ ସହିତ ରୁହନ୍ତି | ସାବିତ୍ରୀଙ୍କ ସ୍ୱାମୀ 4 ବର୍ଷ ପୂର୍ବେ ଏହି ଦୁନିଆରୁ ବିଦାୟ ନେଇସାରିଛନ୍ତି | ସ୍ୱାମୀଙ୍କ ଚାଲିଯିବା ପରେ ଉଭୟ ମା-ଝିଅ ଏକୁଟିଆ ରହିଗଲେ |

କିଛି ଦିନ ପୂର୍ବରୁ ଦୁହେଁ ନିଜର

ଝୁମ୍ପୁଡ଼ିରେ ଶୋଇଥିଲେ ଆଉ ସେତିକିବେଳେ କିଛି ଗୁଣ୍ଡା ତାଙ୍କ ଘର ଉପରେ ଆକ୍ରମଣ କରିଦେଲେ | ସେହି ସମୟରେ ରାତି ପ୍ରାୟ 1.30 ବାଜିଥିଲା | ସେମାନେ ଜବରଦସ୍ତି ସାବିତ୍ରୀଙ୍କ ଝିଅ କିରଣଙ୍କୁ ଉଠେଇ ନେଇ ଆଉ ତାଙ୍କୁ ଜଙ୍ଗଲ ଆଡକୁ ନେଇଗଲେ | ଏହି ସମୟରେ କିରଣ ବହୁତ ଚିଲେଇଥିଲେ କିନ୍ତୁ ଦୁଇ ଜଣ ଲୋକ ଥିବା କାରଣରୁ ସେ କିଛି କରିପାରୁନଥିଲେ |

କିନ୍ତୁ ସେତିକିବେଳେ ହିଁ ଜଣେ ବ୍ୟକ୍ତି କିରଣଙ୍କ ଜୀବନରେ ଦୂତ ବନିକରି ଆସିଲେ | ପ୍ରକୃତରେ, ଯେତେବେଳେ ଗୁଣ୍ଡା ମାନେ କିରଣଙ୍କୁ ଜଙ୍ଗଲ ଆଡକୁ ନେଇଯାଉଥିଲେ, ସେତେବେଳେ ସେଇ ବାଟ ଦେଇ ଗୋଟେ ଟ୍ରକ୍ ଯାଉଥିଲା | ଯେତେବେଳେ ଟ୍ରକ ଡ୍ରାଇଭର (ଅସଲମ୍) କିରଣଙ୍କ ସ୍ୱର ଶୁଣିଲେ, ସେ ଟ୍ରକକୁ ଅଟକାଇ ତାଙ୍କର ସାଙ୍ଗଙ୍କୁ ସାଙ୍ଗରେ ନେଇ ଜଙ୍ଗଲ ଆଡକୁ ଦୌଡ଼ି ଗଲେ | ଜଙ୍ଗଲରେ ପହଞ୍ଚିବା ପରେ ତାଙ୍କ ସାମ୍ନାକୁ ଯାହା ନଜର ଆସିଲା ତାହା ବହୁତ ଭୟଙ୍କର ଥିଲା |

ସେ ଦେଖିଲେ ଦୁଇ ମଣିଷ ରୂପୀ ରାକ୍ଷସ ଗୋଟେ ଝିଅକୁ ନିଜ ଯୌନ ସୁଖର ଶିକାର ବନାଉଥିଲେ | ଏହା ଦେଖିବା ମାତ୍ରେ ହିଁ ଅସଲମ୍ ଗୋଟେ ଗୁଣ୍ଡାକୁ ନିଜର ଦୁଇହାତରେ ଜାବୁଡି ଧରିଲେ | ସେତିକି ବେଳେ ଦ୍ୱିତୀୟ ଗୁଣ୍ଡା ଆସିଲା ଆଉ ସେ ପଛପଟୁ ଅସଲମ୍ ଙ୍କ ମୁଣ୍ଡକୁ ଜୋରରେ ମାଡ ମାରିଲା | ଅସଲମ୍ ଙ୍କୁ ଗଭୀର ଆଘାତ ଲାଗିଗଲା,କିନ୍ତୁ ସେ ହାର ମାନିଲେନି ପୁଣି ସେ ଝିଅଟିକୁ ବଂଜେଇବାରେ ଲାଗିଗଲେ |

ଝିଅଟିକୁ ବଞ୍ଚାଇବାକୁ ଯାଇ ଅସଲମଙ୍କ ବନ୍ଧୁଙ୍କୁ ମଧ୍ୟ ଆଘାତ ଲାଗିଗଲା | ସେ ସାହସର ସହ ଉଭୟ ଗୁଣ୍ଡାଙ୍କ ସାମ୍ନା କରିଥିଲେ ଆଉ ଶେଷରେ ଗୁଣ୍ଡାମାନଙ୍କୁ ପଳାଇବାକୁ ହିଁ ପଡିଲା | ସାହସ ଦେଖାଇ ଅସଲମ କିରଣଙ୍କ ଇଜ୍ଜତକୁ ବଞ୍ଜେଇ ଦେଲେ | ଅସଲାମଙ୍କୁ ବହୁତ ଆଘାତ ଲାଗିଥିଲା ଯେଉଁଥିପାଇଁ ତାଙ୍କୁ କିଛି ଦିନ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା | ଆଉ ସୁସ୍ଥ ହେବା ପରେ ଅସଲମ ସାବିତ୍ରୀ ଆଉ କିରଣଙ୍କୁ ଭେଟିଲେ ଆଉ ଚାଲିଗଲେ |

ଏହି ଘଟଣାକୁ 4 ବର୍ଷ ବିତିଗଲା :-

ଗୋଟେ ଦିନ ଅସଲମ ସେହି ରାସ୍ତା ଦେଇ କୌଣସି ଗୋଟେ ସ୍ଥାନକୁ ଯାଉଥିଲେ, ସେତେବେଳେ ହଠାତ୍ ତାଙ୍କ ଟ୍ରକରେ କୌଣସି କାରଣରୁ ନିଆଁକୁ ଲାଗିଗଲା ଆଉ ଟ୍ରକଟି ନିଜର ନିୟନ୍ତ୍ରିତ ହରାଇ ଘାଇରେ ଯାଇ ପଡିଲା | ସେ ମଧ୍ୟ ଟ୍ରକ୍ ସହିତ ଘାଇରେ ଅଟକି ରହିଥିଲେ | ସେହି ଘାଇଟି ସାବିତ୍ରୀଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିଲା | ରାତିରେ ଜୋର ପାଟିର ଚିତ୍କାର ଶୁଣି ହଠାତ୍ ସାବିତ୍ରୀ ଆଉ କିରଣଙ୍କ ନିଦ ଭାଙ୍ଗିଗଲା | ଆଉ ଉଭୟ ସେହି ସ୍ୱର ଶୁଣି ଯାଇ ଘାଇ ପାଖରେ ପହଞ୍ଚିଲେ |

ସେ କୌଣସି ପ୍ରକାରେ ଅସଲମଙ୍କ ଜୀବନ ରକ୍ଷା କରି ତାଙ୍କୁ ନିଜ ଘରକୁ ନେଇଆସିଲେ | ସେ ଜଣେ ଡାକ୍ତରଙ୍କୁ ଡାକି ଆହତ ଅସଲମ୍ ଙ୍କର ଚିକିତ୍ସା କରେଇଲେ | ଯେତେବେଳେ ଅସଲମଙ୍କର ଚେତନା ଫେରି ଆସିଲେ, ସେ କିରଣଙ୍କୁ ଚିନ୍ହିଗଲେ | ସେ ପଚାରିଥିଲେ ଯେ କଣ ସେ ସେହି ଝିଅ ଅଟନ୍ତି ଯାହାଙ୍କୁ ଗୁଣ୍ଡାମାନେ ଉଠେଇ ନେଇଥିଲେ |

ଏହା ଶୁଣି କିରଣ ମଧ୍ୟ ତାଙ୍କୁ ଚିହ୍ନି ପାରିଲା ଆଉ ତାଙ୍କୁ କୁଣ୍ଡେଇ ଧରି କାନ୍ଦିବାକୁ ଲାଗିଲା | ଏପରିକି ଅସଲାମଙ୍କ ଆଖିରୁ ମଧ୍ୟ ଲୁହ ବନ୍ଦ ହେବାର ନା ନେଉନଥିଲା | ସେହି ଦିନଠାରୁ, କିରଣ ଅସଲମଙ୍କୁ ନିଜ ଭାଇ କରିଦେଲେ ଆଉ ବର୍ତ୍ତମାନ ସେ ପ୍ରତିବର୍ଷ ରାକ୍ଷୀପୁର୍ଣିମାକୁ ତାଙ୍କ ହାତରେ ରାକ୍ଷୀ ବନ୍ଧୁଛନ୍ତି |

ମଜହବ ଆଉ ଧର୍ମ ସେତେବେଳେ ଯାଇ ଜଣଙ୍କୁ ଜଣାପଡିବ ଯେତେବେଳେ ଆପଣ ତାଙ୍କୁ କହିବେ,ନଚେତ୍ ମାନବିକତାର ତ କୌଣସି ମଜହବ କିମ୍ବା ଧର୍ମ ନଥାଏ | ବନ୍ଧୁଗଣ, ଆଶାକରୁଛୁ କି ଆପଣମାନଙ୍କୁ ଆମର ଏହି ଆର୍ଟିକିଲ୍ ପସନ୍ଦ ଆସିଥିବ |

Leave A Reply

Your email address will not be published.