ବୋହୂକୁ ହୋଟେଲ ନେଇଗଲେ ଶଶୁର,ସାରା ରାତି କଲେ ବଳାତ୍କାର,ଆଉ ପରେ ଫୋଟୋ …..ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ଜଣେ ବିବାହିତା ମହିଳା ସମ୍ପର୍କରେ ତାଙ୍କ ଶଶୁର ଲାଗୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାରର କେସ୍ ଦର୍ଜ କରିଛନ୍ତି | ଏହି ବ୍ୟକ୍ତି ଜଣଙ୍କ ବିବାହିତା ମହିଳାଙ୍କୁ ତାଙ୍କ ମାଆଙ୍କ ଘରେ ଛାଡି ଦେବାର ପ୍ରତିଶୃତି ଦେଇଥିଲେ ଆଉ ତାଙ୍କୁ ଗୋଟେ ହୋଟେଲକୁ ନେଇଯାଇ ତାଙ୍କୁ ଡରାଇ-ଧାମକାଇ ତାଙ୍କ ସହ ବଳାତ୍କାର କରିଥିଲେ | ଏହି ସମୟରେ ସେହି ଆରୋପି ଶଶୁର ଜଣଙ୍କ ଉକ୍ତ ମହିଳାଙ୍କର ଫଟୋ ଉଠାଇଦେଇଥିଲେ | ପରେ ଯେବେ ଶଶୁର ପୁନର୍ବାର ତାଙ୍କ ଇଜ୍ଜତ ଲୁଟିବାକୁ ତାଙ୍କୁ ନିଜ ପାଖକୁ ଡାକିଲେ, ଆଉ ଯେତେବେଳେ ମହିଳା ଜଣଙ୍କ ତାଙ୍କ ପାଖକୁ ଗଲେ ନାହିଁ, ସେତେବେଳେ ସେହି ବ୍ୟକ୍ତି ଜଣଙ୍କ ମହିଳାଙ୍କ ଫୋଟୋକୁ ଭାଇରାଲ୍ କରିଦେଲେ | ଏହି ଘଟଣା ଡୁଙ୍ଗରପୁର ଜିଲ୍ଲାର ନିଠାଔବା ପୋଲିସ ଷ୍ଟେସନ ଅଞ୍ଚଳର ଅଟେ |

ଜବରଦସ୍ତି ବୋହୂକୁ ନେଇଗଲେ ହୋଟେଲ :-

ନିଠାଔବା ପୋଲିସ ଅଧିକାରୀ ଅବଦୁଲ ରଜ୍ଜାକ କହିଛନ୍ତି ଯେ ମହିଳା ଜଣଙ୍କ 1 ଜାନୁଆରୀରେ ନିଜ ମାଆଙ୍କ ଘଋକୁ ଯିବା ପାଇଁ ବସଷ୍ଟାଣ୍ଡରେ ଠିଆ ହୋଇଥିଲେ | ସଂପର୍କରେ ଦାଦା-ଶଶୁର କାଳିଆ ମୀଣା (21) ପୁଅ ଥାବରା ମୀଣା ବାସିନ୍ଦା ରେଟୁଆ ବାଇକ୍ ନେଇକରି ଆସିଲେ | ଆଉ ସେ ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆସିବାର ପ୍ରସ୍ତାବ ଦେଇଥିଲେ | ରାସ୍ତାରେ ସେ ନିଜ ବୋହୂକୁ ଜବରଦସ୍ତି ସାବାଲାର ଏକ ହୋଟେଲକୁ ନେଇ ଡରେଇ-ଧାମକେଇ ତାଙ୍କ ସହ ବଳାତ୍କାର କରିଥିଲେ | ଏହି ସମୟରେ ଆରୋପି ମହିଳାଙ୍କର ଫଟୋ ମଧ୍ୟ ଉଠେଇନେଇଥିଲେ | ଆଉ ଏହି କଥା କାହାକୁ କହିଲେ ସେ ସେହି ଫଟୋକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲେ |

ସୋସିଆଲ ମେଡିଆରେ ପୋଷ୍ଟ କଲେ ଫୋଟୋ :-

ପୋଲିସ ଅଧିକାରୀ କହିଛନ୍ତି ଯେ ବିବାହିତ ମହିଳାଙ୍କ ସ୍ୱାମୀ ଗୁଜରାଟରେ ଶ୍ରମିକ ଭାବେ କାମ କରନ୍ତି | ଡରରେ ବିବାହିତ ମହିଳା ମଧ୍ୟ ଏହି ଘଟଣା ବିଷୟରେ କାହାକୁ କିଛି କହି ନଥିଲେ | ଆରୋପି ଡରାଇ-ଧାମକାଇ ତାଙ୍କୁ ନିଜ ପାଖକୁ ଡାକିବା ଆରମ୍ଭ କରିଦେଲେ | ବାରମ୍ବାର ଡାକିଲା ପରେ ମଧ୍ୟ ଯେତେବେଳେ ମହିଳା ଜଣଙ୍କ ତାଙ୍କ ପାଖକୁ ଗଲେ ନାହିଁ, ସେତେବେଳେ ବ୍ୟକ୍ତି ଜଣଙ୍କ ସେହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ | ଭାଇରାଲ ଫଟୋ ଦେଖି ସ୍ୱାମୀ ଘରକୁ ଆସି ସମ୍ପୂର୍ଣ ଘଟଣା ବିଷୟରେ ପଚାରିଥିଲେ | ଆଉ ଏହା ପରେ ମାମଲା ଦର୍ଜ କରେଇଥିଲେ | ଯାଞ୍ଜ ଆସପୁର ଥାନା-ଧିକାରି ସାୱାଇ ସିଂଙ୍କୁ ହସ୍ତାନ୍ତର କରାଯାଇଛି |

Leave A Reply

Your email address will not be published.