ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ତାଙ୍କର ଭିଡିଓ ଭାଇରଲ ହୋଇଥାଏ। ସୋନୁ ସୁଦ ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ କରିଛନ୍ତି, ଓ ପ୍ରଶଂସା ସାଉଁଟିଛନ୍ତି। କାର ଦୁର୍ଘଟଣାରେ ଆହତ ହୋଇଥିବା ଏକ ଯୁବକକୁ କାରରୁ କାଢି ନିଜ କୋଳରେ ଧରି ଦୌଡୁଥିବାର ନଜର ଆସିଥିଲେ। ଏହା ତାଙ୍କର ଫ୍ୟାନ୍ସମାନେ ଦେଖି ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।
Accident of 2 vehicles occured in Moga. Sonu Sood himself took out the unconscious boy from the car and took him to the hospital in his car. #sonusood pic.twitter.com/BM7fjvighU
— Gagandeep Singh (@Gagan4344) February 8, 2022
ସୂଚନା ଅନୁସାରେ, ସୋନୁ ସୁଦଙ୍କର ଏହି ଭିଡିଓ ମଙ୍ଗଳବାର ଦିନ ରାତି ମାଗୋ ଜିଲ୍ଲାର ବୋଲି ଜଣାପଡିଛି। ଜିଲ୍ଲାର କୋଟକପୁରା ବାଇପାସ ନିକଟରେ ଏକ କାର ଦୁର୍ଘଟଣା ହୋଇଥିଲା। ଏହି ରାସ୍ତାରେ ସୋନୁ ସୁଦ ନିଜର ଦଳ ସହିତ ଏହି ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା ଦେଖି ନିଜ କାରକୁ ଅଟକାଇଥିଲେ। କାରକୁ ଅଟକାଇ ନିଜ ଦଳ ସହିତ ଦୁର୍ଘଟଣା ଘଟିଥିବା କାରରେ ଫସିଥିବା ଜଣେ ଯୁବକକୁ ଉଦ୍ଧାର କରିଥିଲେ। ନିଜ କୋଳରେ ସେ ଆହତ ଯୁବକଙ୍କୁ ଧରି ନିଜ କାରରେ ନେଇ ହସ୍ପିଟାଲରେ ଯାଇ ପହଞ୍ଚିଥିଲେ।
ଏହି ଭିଡିଓଟିକୁ ଗଗନଦୀନ ସିଂ ନାମକ ଜଣେ ୟୁଜର୍ସ ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ପ୍ରଶଂସାର ସୁଅ ଛୁଟୁଛି। ପୂର୍ବରୁ କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସୋନୁ ସୁଦ ସାହାଯ୍ୟ କରିଥିଲେ। ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତଙ୍କ ପାଇଁ ଖାଇବା, ପିଇବା, ଓ ଘରକୁ ପଠାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ। ଯେଉଁଥିପାଇଁ ସେ ଅନେକ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିଛନ୍ତି।