ପୁଅ ହେବ ବୋଲି ଏହି ଗ୍ୟାରେଣ୍ଟି ପାଇଁ ଗର୍ଭବତୀ ମହିଳା ନେଲେ ଏହି ଭୟଙ୍କର ପଦକ୍ଷେପ, ଜାଣନ୍ତୁ କଣ ପଦକ୍ଷେପ ନେଇଥିଲା ଏହି ୩ ଝିଅଙ୍କ ମା

0

Get real time updates directly on you device, subscribe now.

ପାକିସ୍ତାନରେ ଜଣେ ଗର୍ଭବତୀ ମହିଳା ପୁଅ ହେବା ଆଶାରେ ଏମିତି ପଦକ୍ଷେପ ନେଲା ଯେ ତାର ଚର୍ଚ୍ଚା ସବୁଆଡେ ହେଉଛି । ଏହି ମହିଳାଙ୍କର ଆଗରୁ ମଧ୍ୟ 3ଟି ଝିଅ ଅଛନ୍ତି ଏବଂ ଏଥର ସେ ପୁଅ ଜନ୍ମ କରିବାକୁ ଚାହୁଁଥିଲେ । ଏଥିପାଇଁ ମହିଳା ଏମିତି ଜଣେ ବ୍ୟକ୍ତିଙ୍କ ଶରଣ ନେଇଥିଲେ, ଯିଏ ତାଙ୍କୁ ଭରଷା ଦେଇଥିଲା ଯେ ଯଦି ମହିଳା ତାଙ୍କ କଥା ମାନିବେ ତେବେ ଯେକୌଣସି ପରିସ୍ଥିତିରେ ପୁଅ ହିଁ ଜନ୍ମ ହେବ । ତେଣୁ ମହିଳା ତାଙ୍କ କଥା ମାନିଲେ । ଏହି ବ୍ୟକ୍ତି କହିବା ଅନୁଯାୟୀ ସେ ନିଜ ମୁଣ୍ଡରେ କଣ୍ଟା ବାଡେଇ ଦେଇଥିଲେ । ଏହାପରେ ତାଙ୍କ ଅବସ୍ଥା ବିଗିଡ଼ି ଗଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା ।

ସେହିପରି ଡାକ୍ତର କହିଛନ୍ତି ଯେ ଜଣେ ଠକ ବ୍ୟକ୍ତି କହିବା ଉପରେ ମହିଳା ନିଜ ମୁଣ୍ଡରେ ଦୁଇ ଇଞ୍ଚରୁ ବଡ କଣ୍ଟାକୁ ଗୋଟିଏ ହାତୁଡ଼ିରେ ବାଡେଇ ଦେଲେ । ପ୍ରଥମେ ମହିଳା କହିଥିଲେ ଯେ ଏହି କାମ ସେ ନିଜେ କରିଥିଲେ, କିନ୍ତୁ କିଛି ସମୟ ପରେ ସେ କହିଲେ ଯେ ଏହି କଣ୍ଟା ସେହି ଠକ ବ୍ୟକ୍ତି ଯାଦୁ ନାମରେ ତାଙ୍କ ମୁଣ୍ଡରେ ବାଡେଇ ଦେଇଥିଲା । ପୋଲିସ ଏହି ବୟାନ ର ସତ୍ୟତା କୁ ଯାଞ୍ଚ କରିବ । ସେ କହିଛନ୍ତି ଯେ ମହିଳାଙ୍କ ମୁଣ୍ଡରେ ଫସି ରହିଥିବା କଣ୍ଟାକୁ ବାହାର କରିବାପାଇଁ ଅପରେସନ କରିବାକୁ ପଡ଼ିଲା । ଖୁସିର କଥା ଯେ ଏହି କଣ୍ଟା ମହିଳାଙ୍କ ମସ୍ତିଷ୍କ ରେ କୌଣସି ଅଧିକ ଘା କରିନଥିଲା । ପାକିସ୍ତାନରେ ଏମିତି ଦାବି କରି ଚିକିତ୍ସା କରୁଥିବା ଲୋକ ଅଧିକ ସଂଖ୍ୟାରେ ମିଳିଥାଆନ୍ତି ।

ଡାକ୍ତର କହିଛନ୍ତି ଯେ ମହିଳା ପ୍ରଥମେ ନିଜେ ଏହି କଣ୍ଟାକୁ ବାହାର କରିବାପାଇଁ ଚେଷ୍ଟା କରିଥିଲେ । ଏହାପରେ ସେ ପେଶାବର ସହରରେ ଗୋଟିଏ ହସ୍ପିଟାଲରେ ପହଞ୍ଚି ଥିଲେ । ସେପଟେ ସହରର ମୁଖ୍ୟ ପୋଲିସ କହିଛନ୍ତି ଯେ ଆମେ ହସ୍ପିଟାଲର ସବୁ ସିସିଟିଭି ଫୁଟେଜ ଏକାଠି କରିଛନ୍ତି ଏବଂ ଆଶା କରାଯାଉଛି ଯେ ପୋଲିସ ଶୀଘ୍ର ଏହି ମହିଳାଙ୍କ ପର୍ଯ୍ୟନ୍ତ ପହଞ୍ଚି ଯିବେ । ସେହିପରି ସେହି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ, ଯିଏ କଥିତ ଭାବରେ ମହିଳାଙ୍କ ମୁଣ୍ଡରେ କଣ୍ଟା ବାଡେଇ ଦେଇଥିଲା ।

Leave A Reply

Your email address will not be published.