Ind Vs WI: ମ୍ୟାଚ ଜିତିବା ପରେ ରୋହିତଙ୍କ ବଡ ବୟାନ,ଚାରୋଟି ଉଇକେଟ ନେଇଥିବା ପ୍ରସିଦ୍ଧ କ୍ରିସ୍ନାଙ୍କୁ ନୁହେଁ ବରଂ ଏହି ଦୁଇ ଖେଳାଳିଙ୍କୁ କହିଲେ ବିଜୟର ହିରୋ
ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ଦିନ ଏଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତିନୋଟି ଦିନିକିଆରେ 2-0 ରେ ଆଗୁଆ ରହି ସାରିଛି। ବିଜୟ ପରେ ରୋହିତ ନିଜ ବୋଲରଙ୍କ ପ୍ରଶଂସା କରିଥିବା ବେଳେ 91 ରନ ର ଭାଗିଦାରୀ ବନାଇଥିବା ସୂର୍ଯ୍ୟ କୁମାର ଯାଦବ ଓ କେଏଲ ରାହୁଲଙ୍କୁ ମୁଖ୍ୟ ହିରୋ ଭାବିଥିଲେ।
ତାଙ୍କୁ ମ୍ୟାଚ ର ଅସଲ ହିରୋ ମଧ୍ୟ ମାନିଥିଲେ:-
ନୂଆ ଅଧିନାୟକ ରୋହିତ ଶର୍ମାଙ୍କର ଏହା ପ୍ରଥମ ସିରିଜ ବିଜୟ ଅଟେ। ୱେଷ୍ଟ ଇଣ୍ଡିଜକୁ ଦ୍ଵିତୀୟ ଦିନିକିଆରେ 44 ରନରେ ହରାଇବା ପରେ ରୋହିତ କହିଥିଲେ, ସିରିଜ ଜିତିବା ଏକ ଭଲ ଅନୁଭୂତି ଦେଇଥାଏ। ଏଥିରେ କୌଣସି ଶକ ନାହିଁ। ଆଜି ଆମେ ଚ୍ୟାଲେଞ୍ଜ ଅନୁଭବ କଲୁ ଓ ଏଥିରେ ଲଢ଼ି ଆମେ ଏକ ସମ୍ମାନ ଜନକ ସ୍କୋର କରିଥିଲୁ ଯାହାକି ମହତ୍ୱପୂର୍ଣ୍ଣ ଥିଲା। ସୂର୍ଯ୍ୟ କୁମାର ଯାଦବ(64) ଓ କେଏଲ ରାହୁଲ (49)ନ୍କ ପାର୍ଟନରସିପ ବିଷୟରେ ସେ କହିଥିଲେ ଆମକୁ ପରିପକ୍ୱତା ଦରକାର ଓ ସମ୍ମାନ ଜନକ ସ୍କୋର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା।
ସୂର୍ଯ୍ୟ କୁମାରଙ୍କୁ ବହୁତ ପ୍ରଶଂସା:-
ରୋହିତ ଶର୍ମା କହିଲେ, ସମସ୍ତ ଖେଳାଳି ଏକଜୁଟ ହୋଇ ପ୍ରଦର୍ଶନ କରିଥିଲେ। ଏହି ଖେଳାଳିଙ୍କ ପାଇଁ ଏମିତି ପରିସ୍ଥିତିରେ ବ୍ୟାଟିଂ କରିବା ମହତ୍ୱପୂର୍ଣ୍ଣ ଅଟେ। ତେବେ ତାଙ୍କୁ ଆପଣ ଚିହ୍ନି ପାରିବେ। ଆଜିର ପାଳି ସୂର୍ଯ୍ୟ କୁମାରଙ୍କ ଆତ୍ମବିଶ୍ବାସ ବଢ଼ାଇବ। ଏହି ପିଚ ରେ ବ୍ୟାଟିଂ ସମ୍ଭବ ନଥିଲା କିନ୍ତୁ ଦଳକୁ ଯାହା ଦରକାର ଥିଲା ସେ କରି ଦେଖାଇଥିଲେ। ରାହୁଲ ଓ ଦୀପକ ହୁଡ଼ା ମଧ୍ୟ ଭଲ ବ୍ୟାଟିଂ କରିଥିଲେ।
ପନ୍ତ ଏଥିପାଇଁ କଲେ ଓପନିଂ:-
ଋଷଭ ପନ୍ତଙ୍କୁ ପାଳି ଆରମ୍ଭ କରିବା ଉପରେ କହିଥିଲେ କି, ମୋତେ କୁହାଯାଇଥିଲା କିଛି ଅଲଗା କରିବା ପାଇଁ ସେଥିପାଇଁ ମୁଁ ଏହା କରିଥିଲି। ଋଷଭଙ୍କୁ ଓପନ କରୁଥିବାର ଦେଖି ଲୋକେ ଖୁସି ହେବେ କିନ୍ତୁ ଏହା ସ୍ଥାୟୀ ନୁହେଁ। ପରବର୍ତ୍ତୀ ମ୍ୟାଚରେ ଆମ ପାଖରେ ଶିଖର ଧାୱନ ଉପସ୍ଥିତ ରହିବେ। ରୋହିତ ଏହାମଧ୍ୟ କହିଥିଲେ କି, ସେମାନେ ଭାଗ୍ୟଶାଳୀ ରହିଲେ କାରଣ କାକର ପଡ଼ିଲା ନାହିଁ ଓ ସେ ବୋଲରଙ୍କୁ ମଧ୍ୟ ଶ୍ରେୟ ଦେଇଥିଲେ। ଖାଅସ କରି ପ୍ରସିଧ କ୍ରିସ୍ନାଙ୍କୁ।
ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିବା ପ୍ରସିଧ କ୍ରିସ୍ନା 9 ଓଭରରେ ତିନି ମେଡେନ ଓ 12 ରନ ଦେଇ ଚାରୋଟି ଉଇକେଟ ନେଇଥିଲେ ଓ ବହୁତ ଦିନ ହେବ ସେ ଏହିଭଳି ଏକ ପ୍ରଦର୍ଶନ ଆଶା କରୁଥିଲେ ବୋଲି କହିଲେ। ସେ କହିଲେ, ଆଜି ମୁଁ ସଠିକ ସ୍ଥାନରେ ବୋଲିଂ କରିବାକୁ ଚେଷ୍ଟା କରିଥିଲି। ସେ କହିଥିଲେ, ଯେତେବେଳେ ମୁଁ ବ୍ୟାଟିଂ କରୁଥିଲି ସେତେବେଳେ ବଲ ବହୁତ ହରକତ କରୁଥିଲା ଓ ମୁଁ ଜାଣିବାକୁ ପାଇଲି ଏଥିରେ ମୋ ପାଇଁ ମଧ୍ୟ କିଛି ରହିଛି ଓ ଏହାପରେ ମୁଁ ବୋଲିଂ କରିବା ସମୟରେ ବଲ କୁ ଯେତେ ହେବ ସେତେ ଲାଇନରେ ରଖିବାକୁ ନିରନ୍ତର ପ୍ରୟାସ କରିଥିଲି।
ୱେଷ୍ଟ ଇଣ୍ଡିଜ କାମଚଳା ଅଧିନାୟକ ନିକୋଳାସ ପୂରଣ କହିଥିଲେ କି, ସେମାନେ ପାର୍ଟନରସିପ ବନାଇ ପାରିନଥିଲେ।ଆମେ ଏକାସହ ଜିତିବା କ୍ରିକେଟ ଖେଳିବୁ ଓ ଭଲ ବ୍ୟାଟିଂ କରିବାକୁ ଚାହିଁବୁ।