ବସରେ ଯାତ୍ରା କରୁଥିବା କୁକୁଡ଼ାର ଟିକଟ କାଟିଲେ କଣ୍ଡକ୍ଟର,ଜାଣନ୍ତୁ ପୁଣି କେମିତି ଆଦାୟ କରାଗଲା ଭଡା !

0

Get real time updates directly on you device, subscribe now.

ଯେବେ ବି ଆପଣ ବସ୍ ରେ ଯାତ୍ରା କରନ୍ତି ତ ତାର ଭଡ଼ା ବି ନିଶ୍ଚୟ ଦେଇଥିବେ,କିନ୍ତୁ କଣ ଆପଣ କେବେ ଏମିତି କଥା ଶୁଣିଛନ୍ତି କି ବସ୍ ରେ ଯାତ୍ରା କରୁଥିବା ପଶୁ ବା ପକ୍ଷୀ ଙ୍କ ଠୁ ମଧ୍ୟ ଭଡା ନିଆ ଯାଇଥାଏ ? ଯଦି ନା ,ତେବେ ଚାଲନ୍ତୁ ଆପଣଙ୍କୁ କିଛି ଏମିତି ଘଟଣା ବିଷୟରେ ଜଣେଇବା,ଯେତେବେଳେ ଗୋଟେ ବସ୍ କଣ୍ଡକ୍ଟର ବସ୍ ରେ ଯାତ୍ରା କରୁଥିବା କୁକୁଡ଼ା କୁ ଭଡ଼ା ମାଗିଥିଲା । ସୋସିଆଲ ମିଡିଆରେ ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TSRTC) ର ଗୋଟେ ବସ୍ ରେ ଯାତ୍ରା କରିଥିବା ଗୋଟେ କୁକୁଡ଼ା ଠୁ ୩୦ ଟଙ୍କାର ଶୁଳ୍କ ନିଆଯାଇ ଥିଲା । ତେଲେଙ୍ଗାନା ର କରିମନଗର ଜିଲ୍ଲା ରେ ମଙ୍ଗଳବାର ଦିନ ଏହି ଅଜବ ଘଟଣା ଘଟିଥିଲା ଯେତେବେଳେ ଟିଏସଆରଟିସି ବସ୍ ର କଣ୍ଡକ୍ଟର କୁକୁଡ଼ା ନେଇଯାଉଥିବା ଜଣେ ଯାତ୍ରୀ କୁ ଦେଖି କରି ଟିକଟ ଜାରି କରିଦେଲା ।

କୁକୁଡ଼ା ର ଟିକଟ କାଟିଲା ବସ୍ କଣ୍ଡକ୍ଟର

ବସ୍ କଣ୍ଡକ୍ଟର ତିରୁପତି ପେଦ୍ଦାପଲ୍ଲି ଠୁ କରିମନଗର ପର୍ଯ୍ୟନ୍ତ ଯାତ୍ରା ର, ଅଧା ବାଟ ରେ, ସୁଲତାନାବାଦରେ ଟିକେଟ୍ କାଟିଥିଲେ,ଯେତେବେଳେ ସେ ଦେଖିଲେ କି ଜଣେ ଯାତ୍ରୀ ଗୋଟେ କପଡ଼ାରେ ଘୋଡ଼ାଇ କୁକୁଡ଼ାକୁ ଲୁଚାଇ ଦେଉଛି । ତାପରେ ସେ ଯାତ୍ରୀ ମହମ୍ମଦ ଅଲିଙ୍କୁ ୩୦ ଟଙ୍କା ଦେବାକୁ କହିଥିଲେ,ଏହା କହିକି କି ଆରଟିସି ବସ ଗୁଡିକରେ ସବୁ ଜୀବିତ ଜିନିଷର ଶୁଳ୍କ ନିଆ ଯିବ । ମହମ୍ମଦ ଅଲି ପ୍ରଥମେ ଏହାକୁ ବିରୋଧ କରିଥିଲେ କିନ୍ତୁ ପରେ ସେ ରାଜି ହୋଇଥିଲେ କାରଣ ଯେହେତୁ କଣ୍ଡକ୍ଟର ଜିଦ୍ ଧରି କହିଥିଲେ କି ତାଙ୍କୁ କୁକୁଡ଼ା ନେଇଥିବାରୁ ଶୁଳ୍କ ଦେବାକୁ ପଡିବ।

ଯେତେବେଳେ ଅଧିକାରୀମାନେ ଏହା ଜାଣିଲେ,ସେମାନେ ଆଶ୍ଚର୍ଯ୍ୟ ହେଇଗଲେ :-

କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କର ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ TSRTC ଅଧିକାରୀମାନେ ଏହି ଘଟଣା ଉପରେ ଧ୍ୟାନ ଦେଇଥିଲେ। TSRTC ଗୋଦାବରିଖାନି ଡିପୋ ର ମ୍ୟାନେଜର ଭି ଭେଙ୍କଟେଶମ୍ କହିଛନ୍ତି ଯେ କଣ୍ଡକ୍ଟର ଯାତ୍ରୀଙ୍କୁ କୁକୁଡ଼ା ସହିତ ଓହ୍ଲାଇ ପାଇଁ କହିବାର ଥିଲା କାରଣ TSRTC ନିୟମ ଅନୁଯାୟୀ ବସ୍‌ରେ ପଶୁ ପକ୍ଷୀ ମାନଙ୍କୁ ନେବାର ଅନୁମତି ନାହିଁ । ଭେଙ୍କଟେଶାମ କହିଛନ୍ତି ଯେ କଣ୍ଡକ୍ଟର ହୁଏତ କୁକୁଡ଼ାକୁ ଲକ୍ଷ୍ୟ କରି ନଥିବେ କାରଣ ଯାତ୍ରୀ ଏହାକୁ ଏକ କପଡା ତଳେ ଲୁଚାଇ ଦେଇଥିଲେ । ଅଧିକାରୀ କହିଛନ୍ତି କି କଣ୍ଡକ୍ଟରଙ୍କ ଠାରୁ ଅବହେଳା ଏବଂ ନିୟମ କୁ ଉଲ୍ଲଂଘନ କରିଥିବା ପାଇଁ ଯାତ୍ରୀଙ୍କଠାରୁ କୁକୁଡ଼ା ନେଇଯିବା ପାଇଁ ଶୁଳ୍କ ଆଦାୟ କରିବା ପାଇଁ ସ୍ପଷ୍ଟୀକରଣ ମଗାଯିବ ।

Leave A Reply

Your email address will not be published.