ପରୀକ୍ଷା ଚାଲିଥିବା ବେଳେ ଯୁବତୀ କଲେ ଏକ ସନ୍ତାନ ଜନ୍ମ,ସେଣ୍ଟରରେ ସମସ୍ତେ ମନାଇଲେ ଖୁସି

0

Get real time updates directly on you device, subscribe now.

ଫେବୃଆରୀ- ମାର୍ଚ୍ଚ ମାସରେ ପ୍ରାୟତଃ ଅଧିକାଂଶ ରାଜ୍ୟର ବୋର୍ଡ ପରୀକ୍ଷା ହୋଇଥାଏ ଏବଂ ନିକଟରେ ଆଜିକାଲି ବିହାରରେ ଇଣ୍ଟର ପରୀକ୍ଷା ଚାଲିଛି ।

ସେହିପରି ଏହି ସମୟରେ ଭାଗଲପୂରରେ ପରୀକ୍ଷା ସମୟରେ ଜଣେ ଛାତ୍ରୀ ଗୋଟିଏ ପିଲା ଜନ୍ମ କରିଛନ୍ତି ଏବଂ ଏହି ମାମଲା ବର୍ତ୍ତମାନ ହେଡଲାଇନ ପାଲଟି ଯାଇଛି । କୁହାଯାଉଛି ଯେ ଜିଲ୍ଲାର ଉର୍ଦ୍ଧୁ ବାଳିକା ବିଦ୍ୟାଳୟ ଅଶାନ୍ଦପୂରରେ ଇଣ୍ଟରମିଡ଼ିଅଟ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀଙ୍କୁ ଲିଭର୍ ପେନ ହେଲା । ଯାହା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ ନିଆଗଲା । ସେ ଗୋଟିଏ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଇଣ୍ଟର ମୁସଲିମ ଉର୍ଦ୍ଧୁ ହାଇ ସ୍କୁଲରେ ପରୀକ୍ଷା ଦେବାପାଇଁ ଆସିଥିଲେ । ଏହା ମଧ୍ୟରେ ତାଙ୍କର ଲିଭର୍ ପେନ ହେଲା । ଯାହା ପରେ ପାଖ ସରକାରୀ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲକୁ ପଠାଗଲା ଏବଂ ସେଠାରେ ସେ ଗୋଟିଏ ସୁସ୍ଥ ପିଲାକୁ ଜନ୍ମ ଦେଲେ । କେବଳ ଏତିକି ନୁହେଁ, ପରୀକ୍ଷା ସେଣ୍ଟର ରେ ସବୁ ପିଲାଙ୍କୁ ମିଠା ବଣ୍ଟା ଗଲା ଏବଂ ଡିିଇଓ କହିଛନ୍ତି ଯେ ଛାତ୍ରୀ ଜଣକ ଜୁନ ମାସରେ ହେବାକୁ ଯାଉଥିବା ବିଶେଷ ପରୀକ୍ଷାରେ ସାମିଲ ହୋଇପାରନ୍ତି ।

ସେହିପରି ଏହି ମାମଲାରେ ଇଣ୍ଟର ସ୍ତରୀୟ ଉର୍ଦ୍ଦୁ ବାଳିକା ବିଦ୍ୟାଳୟର କେନ୍ଦ୍ର ଅଧିକ୍ଷକ ଅମ୍ବିକା ପ୍ରସାଦ ମିଡ଼ିଆକୁ କହିଛନ୍ତି ଯେ ” ଦ୍ବିପ୍ରହର ପ୍ରାୟ 3ଟା30 ମିନିଟ୍ ରେ ପରୀକ୍ଷାର୍ଥୀ ରୂପା କୁମାରୀଙ୍କୁ ଲିଭର ପେନ ହେଲା । ଯାହା ପରେ ବିଳମ୍ବ ନ କରି ମୁଁ ଫୋନ୍ କଲି ଏବଂ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସ ପଠାଇଲା ଏବଂ ପରୀକ୍ଷାର୍ଥୀଙ୍କୁ ଆମ୍ବୁଲାନ୍ସ ହସ୍ପିଟାଲ୍ ନେଇ ଗଲା ଏବଂ ହସ୍ପିଟାଲ୍ ଯିବାପରେ ସନ୍ଧ୍ୟା ପ୍ରାୟ 4ଟା 30 ମିନିଟ୍ ରେ ସେ ସୁସ୍ଥ ପିଲାକୁ ଜନ୍ମ ଦେଲେ । ”

ସେହିପରି ପରୀକ୍ଷାର୍ଥୀଙ୍କ ଦ୍ଵାରା ପିଲା ଜନ୍ମ ହେବାପରେ ଏସଡିଓ ଧନଞ୍ଜୟ କୁମାର କହିଛନ୍ତି ଯେ ରୂପା ଏବଂ ତାଙ୍କ ଝିଅ ସୁସ୍ଥ ଅଛନ୍ତି । ଶେଷରେ କହିରଖୁଛୁ ଯେ ରୁପା ନାଥନଗର ବାସିନ୍ଦା ମୁକେଶଙ୍କ ଝିଅ ଅଟନ୍ତି ଏବଂ ସେ ସୁଖରାଜ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ସେହିପରି ରୁପାଙ୍କ ମା ଗୀତା କୁମାରୀ କହିଛନ୍ତି ଯେ ପିଲା ଜନ୍ମ ହେବାରୁ ସମସ୍ତେ ଖୁସି ଅଛନ୍ତି ଏବଂ ଝିଅଟିର ନା ଛୋଟି ରଖାଯାଇଛି ।

Leave A Reply

Your email address will not be published.