ନିକଟ ଅତୀତରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କର ଫିଲ୍ମ ପୁଷ୍ପାର କ୍ରେଜ ସାରା ବିଶ୍ବରେ ବର୍ତ୍ତମାନ ଚହଳ ପଡିଛି। ଏହି ଫିଲ୍ମ ସହ ଏହାର ଗୀତ ଗୁଡିକ ମଧ୍ୟ ସେତେ ମାତ୍ରାରେ ହିଟ ହୋଇଛି। ଛୋଟରୁ ବଡ ପର୍ଯ୍ଯନ୍ତ ସମସ୍ତେ ଗୀତରେ ନାଚି ଭିଡିଓ ବନାଉଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିବା ମାତ୍ରେ ଭିଡିଓରେ ରିଲ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପୁଷ୍ପାର ଟ୍ରେଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବରେ ପୁଷ୍ପାର ଗୀତ ଶ୍ରୀବଲ୍ଲୀକୁ ବହୁତ ପସନ୍ଦ କରାଯାଉଛି। ଆପଣ ନିଶ୍ଚିତ ଭାବରେ ଏହାର ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭର୍ସନକୁ ଶୁଣିଥିବେ। ବର୍ତ୍ତମାନ କେହି ଇଂରାଜୀ ଭର୍ସନରେ ଶୁଣିଛନ୍ତି କି? ଡଚର ଗାୟକ ଏମା ହେଷ୍ଟର୍ସ ଏହି ଗୀତକୁ ଇଂରାଜୀ ଭର୍ସନରେ ଗାଇଛନ୍ତି। ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିନ୍ନ ଢଙ୍ଗରେ ଏହି ଲୋକପ୍ରିୟ ଗୀତଟିକୁ ଗାଇ ପରିବେଷଣ କରିଛନ୍ତି।
ପୁଷ୍ପା ଫିଲ୍ମର ଗୀତ ଶ୍ରୀବଲ୍ଲୀର ଆଉ ଏକ ଭର୍ସନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଏହି ଭର୍ସନଟି ଇଂରାଜୀ ଏବଂ ତେଲୁଗୁର ମିକ୍ସର ଅଟେ। ଏହାକୁ ଏମା ହିଷ୍ଟର୍ସ ଗାଇଛନ୍ତି। ସେ ଜଣେ ଡଚ ଗାୟକ ଭାବରେ ବହୁତ ଜଣାଶୁଣା। ଏମା ଏହି ଗୀତଟିକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଗାଇ ସେୟାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତକୁ ୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି।
View this post on Instagram
ସବୁଠାରୁ ବଡ କଥା ହେଲାକି ଗୀତଟିକୁ ଏମା ଏତେ ସୁନ୍ଦର ଢଙ୍ଗରେ ଗାଇଛନ୍ତିଯେ ଶୁଣିବାକୁ ଇଚ୍ଛା ପ୍ରକାଶ କରିବେ। ଏହା ବ୍ୟତୀତ ଲୋକମାନେ ତାଙ୍କର ତେଲୁଗୁ ଏବଂ ଇଂରାଜୀ ଭର୍ସନକୁ ମଧ୍ୟ ବହୁତ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ଅଛି ଏଥିପାଇଁ ତାଙ୍କୁ ଅନେକ କମେଣ୍ଟ ଦିଆଯାଇଛି। ଏହା ସହିତ ଅନେକ ୟୁଜର୍ସ ତାଙ୍କର ଗୀତକୁ ବହୁତ ପ୍ରଶଂସା କରିବା ସହିତ ବହୁତ ଲାଇକ ଓ ସେୟାର ମଧ୍ୟ କରିଛନ୍ତି।