ମାଂସ ଖୁଆଇବା ଚକ୍କରରେ ଫସିଗଲେ ବ୍ୟକ୍ତି,ଆଉ ଗୋଡ ଖସିଯିବା ମାତ୍ରେ କୁମ୍ଭୀର କଲା ଆକ୍ରମଣ ଏବଂ ତା’ପରେ …ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଅନେକଥର ଲୋକମାନେ ନିଜକୁ ବହୁତ ହୁସିଆର ଭାବନ୍ତି, ସେମାନଙ୍କୁ ଲାଗେ ଯେ ସେମାନେ ଯାହା କରନ୍ତି ସେମିତି ଆଉ କେହି କରିପାରିବେ ନାହିଁ | ଏହି କାରଣରୁ ପୁରୁଣା ଜମାନାର ଲୋକମାନଙ୍କର ଗୋଟିଏ ଲୋକପ୍ରିୟ ରୂଢି ରହିଛି ଯେ ‘ପାଣିରେ ରହି କୁମ୍ଭୀର ସହିତ ଶତ୍ରୁତା କରାଯାଇପାରିବ ନାହିଁ |’ ଏହି ରୂଢି ବର୍ତ୍ତମାନ ଭାଇରଲ ହେଉଥିବା ଗୋଟିଏ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି, କାରଣ ଜଣେ ବ୍ୟକ୍ତି କୁମ୍ଭୀର ସହିତ ପଙ୍ଗା ନେଉଥିବାର ଦେଖାଯାଉଛି | ଅବଶ୍ୟ କୁମ୍ଭୀର ପାଣିରେ ଚୁପଚାପ ବସିଥାଏ, କିନ୍ତୁ ଶିକାର ସମୟରେ ତା ପାଇଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ବହୁତ୍ ଅଧିକ ଅଟେ । ଯଦି ସତର୍କତା ଅବଲମ୍ବନ କରାନଯାଏ, ତେବେ କୁମ୍ଭୀରର ଶିକାର ହେବାପାଇଁ ବେଶୀ ସମୟ ଲାଗିବ ନାହିଁ ।

କୁମ୍ଭୀରର ଶିକାର ହେବାରୁ ବଞ୍ଚିଲା ଏହି ବ୍ୟକ୍ତି :-

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖାଯାଇ ପାରେ ଯେ ଗୋଟିଏ ନଦୀ କୂଳରେ ବଡ କୁମ୍ଭୀର ବସିଛି । ତାକୁ ମାଂସ ଖୁଆଇବା ପାଇଁ ଜଣେ ବ୍ୟକ୍ତି ଆଗକୁ ଆସେ । ସେ ନିଜ ହାତରେ ମାଂସର ଛୋଟ ଖଣ୍ଡ ନେଇଥାନ୍ତି । ସେ କୁମ୍ଭୀରର ନିକଟତର ହେବା ମାତ୍ରେ ସେ ଜୋରରେ ଆକ୍ରମଣ କରିଦେଲା । ଭାଗ୍ୟ କାରଣରୁ କୁମ୍ଭୀର ପାଟିରେ ବ୍ୟକ୍ତିଙ୍କ ଗୋଡ଼ ପଶିଲାନାହିଁ । ନଚେତ୍ ସେ ମାଂସ ଖଣ୍ଡ ବଦଳରେ ତାଙ୍କ ଗୋଡ଼କୁ ହିଁ ଚୋବାଇ ଦେଇଥାନ୍ତା । ଭିଡିଓ ଦେଖିବା ପରେ ଆପଣଙ୍କର ନିଶ୍ବାସ ନିଶ୍ଚିତ ଭାବେ ଅଟକିଯିବ ।

ଦେଖନ୍ତୁ ଭିଡିଓ :-

ଗୋଟିଏ ଛୋଟ ଭୁଲ ପାଇଁ ଜୀବନ ଯାଇ ଥାଆନ୍ତା :-

ଆକ୍ରମଣ କରିବାପରେ କୁମ୍ଭୀର ଅଟକି ନଥିଲା, ପୁଣି ଆଉ ଥରେ ଆକ୍ରମଣ କରିବାପାଇଁ ଚେଷ୍ଟା କଲା । କିନ୍ତୁ ସେହି ବ୍ୟକ୍ତି ପଛକୁ ହଟି ଯାଆନ୍ତି ଏବଂ ଅଳ୍ପକେ ବଞ୍ଚି ଯାଆନ୍ତି । ଭାଇରାଲ ହେଉଥିବା ଭିଡିଓ କୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଯଦି ସେହି ବ୍ୟକ୍ତିଙ୍କ ଦ୍ଵାରା ଗୋଟିଏ ଛୋଟ ଭୁଲ ହେଇଯାଇଥାନ୍ତା, ତେବେ ତାଙ୍କ ଜୀବନ ଚାଲି ଯାଇଥାନ୍ତା । ଏହି ଭିଡିଓ କୁ instagram ରେ ଦି ଡ଼ାର୍କ ସାଇଡ ଅଫ ନେଚର୍ ନାମକ ଆକାଉଣ୍ଟ ଅପଲୋଡ଼ କରିଛି, ଏହାକୁ ଲୋକମାନେ ମଧ୍ୟ ବହୁତ୍ ପଶନ୍ଦ କରିଛନ୍ତି । ଏହି ଭିଡିଓ କୁ ପ୍ରାୟ 82 ହଜାର ଲାଇକ କରିଛନ୍ତି ଏବଂ ପ୍ରାୟ 10 ଲକ୍ଷ ଥର ଏହାକୁ ଦେଖାଯାଇଛି ।

Leave A Reply

Your email address will not be published.