ଉଡନ୍ତା ବିମାନରେ ମହିଳାଙ୍କୁ ଦୁଷ୍କର୍ମ,ଫ୍ଲାଇଟର ଫାଷ୍ଟ କ୍ଲାସ କେବିନରେ ଘଟିଛି ଘଟଣା

0

Get real time updates directly on you device, subscribe now.

ପବନରେ ଉଡୁଥିବା ବିମାନରେ ଜଣେ ମହିଳାଙ୍କ ସହିତ ବଳାତ୍କାର କରାଗଲା । ପୀଡ଼ିତ ମହିଳା ଫର୍ଷ୍ଟ କ୍ଲାସ କେବିନରେ ଥିଲେ, ଠିକ୍ ସେତିକିବେଳେ ଜଣେ ବ୍ୟକ୍ତି ତାଙ୍କୁ ନିଜ ଭୋକର ଶିକାର କରିନେଲା । ବିମାନଟି ଲଣ୍ଡନରେ ହିଥ୍ରୋ ଏୟାରପୋର୍ଟ ରେ ପହଞ୍ଚିବା ମାତ୍ରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଲା ।

ମହିଳା କେବିନ୍ କ୍ରୁଙ୍କୁ ଦେଲେ ସୂଚନା :-

ଡେଲି ମେଲର ରିପୋର୍ଟ୍ ଅନୁଯାୟୀ, ବିମାନ ନେୱର୍କ, ନ୍ୟୁ ଜର୍ଶିରୁ ଲଣ୍ଡନ ଯାଉଥିଲା । ଓଭର ନାଇଟ ଫ୍ଲାଇଟର ଏହି ଫର୍ଷ୍ଟ କ୍ଲାସରେ ସଫର୍ କରୁଥିବା ବ୍ରିଟିଶ ମହିଳା ଅଭଯୋଗ କରିଛନ୍ତି ଯେ ଯେତେବେଳେ ସବୁ ଯାତ୍ରୀ ଶୋଇଥିଲେ, ଠିକ୍ ସେତିକିବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ବଳାତ୍କାର କଲେ । ଅଭିଯୁକ୍ତ ମଧ୍ୟ ବ୍ରିଟେନର ବାସିନ୍ଦା ଅଟନ୍ତି । ଘଟଣା ପରେ ମହିଳା ୟୁନାଇଟେଡ ଏୟାର ଲାଇନ୍ସର କେବିନ୍ କ୍ରୁ କୁ ଏହି ବିଷୟରେ କହିଲେ, ଯିଏ ହିଥରୋ ଏୟାରପୋର୍ଟ କୁ ସୂଚନା ଦେଲେ ଏବଂ ଫ୍ଲାଇଟ ଲ୍ୟାଣ୍ଡ କରିବାମାତ୍ରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଗଲା ।

ଅଭିଯୋଗର ସତ୍ୟତାକୁ ଯାଞ୍ଚ କରୁଛି ପୋଲିସ :-

ଗତ ସପ୍ତାହରେ ହୋଇଥିବା ଏହି ଘଟଣାର ଅଭିଯୁକ୍ତ ଏବଂ ପୀଡ଼ିତ ମହିଳାଙ୍କ ବୟସ ପ୍ରାୟ 40 ପାଖାପାଖି ହେବ । ପୋଲିସ ବିମାନର ଲଗଜରୀ କେବିନ୍ ଫିଙ୍ଗର ପ୍ରିଣ୍ଟ ଇତ୍ୟାଦି ପ୍ରମାଣ ଏକାଠି କରିଛନ୍ତି । ସେହିପରି କିଛି ଯାତ୍ରୀ କହିଛନ୍ତି ଯେ ଫର୍ଷ୍ଟ କ୍ଲାସ୍ କେବିନରେ ଦୁଇଜଣ ଲୋକ ଥିଲେ ଏବଂ ଆରମ୍ଭରେ ଦୁହେଁ ଅଜଣା ଲାଗୁଥିଲେ । କିନ୍ତୁ ପରେ ସେମାନଙ୍କୁ ଏକାଠି କେବିନର ଲାଉଞ୍ଜରେ ଥିବା ବାର ରେ ଦେଖାଗଲା । ପୋଲିସ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେ ମହିଳାଙ୍କ କଥାରେ କେତେ ସତ୍ୟତା ଅଛି ।

ଏୟାର ଲାଇନ୍ କୌଣସି ବୟାନ ଦେଇନାହିଁ :-

ଏହି ପୁରା ମାମଲାରେ ଏୟାରଲାଇନ ତରଫରୁ କୌଣସି ବୟାନ ଆସିନାହିଁ । ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ ପ୍ରକୃତରେ ବିମାନର ଫଷ୍ଟ କ୍ଲାସ କେବିନରେ ଏମିତି ଘଟଣା କିପରି ହୋଇପାରେ ? ବର୍ତ୍ତମାନ ପୋଲିସ କହୁଛି ଯେ ସେ ମହିଳାଙ୍କ ଅଭିଯୋଗର ଭଲ ଭାବେ ଯାଞ୍ଚ କରୁଛି । ସେମାନେ DNA ଏବଂ ଅନ୍ୟ ପ୍ରମାଣକୁ ଆଧାର କରି ସତ ଜାଣିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.