ଗୋଟିଏ ହାତରେ ନିଜ ସ୍ତ୍ରୀ ର କଟାମୁଣ୍ଡ ଓ ଅନ୍ୟ ହାତରେ ଛୁରୀ,ଆଉ ଓଠରେ ହସ,ଭିଡ଼ିଓ ଦେଖି ପୁରା ଅଞ୍ଚଳରେ ଖେଳିଗଲା ହଲଚଲ,ଜାଣନ୍ତୁ ପୁରା ଘଟଣା
ଏକ ଗଲିରେ କ୍ଷତ ବିକ୍ଷତ ଏକ ଯୁବକ ନିଜ ହାତରେ ନିଜ ପତ୍ନୀଙ୍କ କଟାମୁଣ୍ଡ ଧରି ଭିଡ଼ିଓ କରି ସମ୍ପୂର୍ଣ୍ଣ ଇରାନକୁ ହଲାଇ ଦେଇଛି। ବ୍ୟକ୍ତିଙ୍କୁ ଯେତେବେଳେ ଜଣାପଡିଥିଲା ତାଙ୍କ ପତ୍ନୀ କଥିତ ରୂପରେ ଅନ୍ୟ ଜଣଙ୍କ ସହିତ ସମ୍ବନ୍ଧ ରଖିବାର କଥା ଶୁଣିଥିଲେ ସେତେବେଳେ ସେ ଏହି ଘଟଣା ଘଟାଇ ଦେଇଥିଲେ। ପୋଲିସକୁ ସନ୍ଦେହ ହେଉଛି କି, 17 ବର୍ଷୀୟ ମୋନା ହଇଦାରୀଙ୍କୁ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ଭଉଣୀ ଦକ୍ଷିଣ ପଶ୍ଚିମ ସହର ଅହବାଜ ଠାରେ ହତ୍ୟା କରିଛନ୍ତି। ଇରାନର ଆଇଏସଏନଏ ଏହାର ସୂଚନା ଦେଇଥିଲେ।
ସରକାରୀ ସମାଚାର ଏଜେନ୍ସି ଆଇଆରଏନଏ ସ୍ଥାନୀୟ ପୋଲିସର ଆଭାର ସହ କହିଥିଲେ କି, ଅଧିକାରୀମାନେ ଯାଞ୍ଚ ସମୟରେ ସେହି ସ୍ଥାନରୁ ଦୁଇଜଣଙ୍କୁ ଗିରଫ କରିଥିଲେ। ଏହି ମୁଦ୍ଦା ପରେ ଇରାନରେ ମହିଳାଙ୍କ ସହିତ ଜଡିତ ଉପାଧ୍ୟକ୍ଷ ଏନ୍ସିହ ଖଜାଲି ସଂସଦରେ ତତ୍କାଳ ଉପାୟ କରିବା ଓ ଏମିତି ଘଟଣାକୁ ରୋକିବା ଓ ଜାଗୃକତାକୁ ବଢ଼ାଇବା କୁ ନଜରରେ ରଖି ପ୍ରେରିତ ହୋଇଛନ୍ତି।
ଘଟଣା ଯୋଗୁଁ ଇରାନର ଲୋକମାନେ କ୍ରୋଧିତ:-
ଇରାନୀ ଖବର କାଗଜ ଓ ସୋସିଆଲ ମିଡ଼ିଆରେ ଏହି ହତ୍ୟାକୁ ନେଇ କ୍ରୋଧ ଓ ଲଜ୍ୟା ସାମ୍ନାକୁ ଆସୁଛି। ଯେଉଁଥିରେ କିଛି ଲୋକ ଆଇନ ବ୍ୟବସ୍ଥା ସୁଧାରିବାକୁ ଦାବି ରଖିଛନ୍ତି। ସୁଧାରବାଦୀ ଦୈନିକ ସଜାନ୍ଦେଗୀ କହିଲେ, ଜଣେ ବ୍ୟକ୍ତିର ମୁଣ୍ଡକାଟ କରି ଦିଆଯାଇଥିଲା। ଯାହାର ମୁଣ୍ଡ ରାସ୍ତା ଉପରେ ଦେଖା ଯାଇଥିଲା ଓ ହତ୍ୟାକାରୀ ଏଥିପାଇଁ ଗର୍ବ ଅନୁଭବ କରୁଥିଲା। ଏହା ଉପରେ ଲୋକମାନେ କହିଥିଲେ, କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ କାରଣ ଦ୍ଵିତୀୟ ଥର କୌଣସି ସ୍ତ୍ରୀ ସହିତ ଯେମିତି ଏହା ନଘଟିବ।
ମହିଳାଙ୍କ ସୁରକ୍ଷା ପାଇଁ ଆଇନରେ ସୁଧାର ଆଣିବାକୁ ଦାବି:-
ଲୋକପ୍ରିୟ ନାରୀବାଦୀ ଫିଲ୍ମ ନିର୍ମାତା ତହମିନେ ମିଲାନି ଇଂଷ୍ଟାଗ୍ରାମରେ ଲେଖିଲେ, ମୋନା ହାଇଦରୀ ବିନାଶକାରୀ ଅଜ୍ଞାନତାର ଶିକାର ଥିଲେ। ଏହି ଅପରାଧ ପାଇଁ ଆମେ ସମସ୍ତେ ଦାୟୀ। ଏହି ଘଟଣା ପରେ ମହିଳା ମାନଙ୍କ ସୁରକ୍ଷାରେ ଆଇନ ବ୍ୟବସ୍ଥା କଠୋର ଓ ଆଇନଗତ ବୈବାହିକ ବୟସକୁ ବଢାଇବା ଉଚିତ। ବର୍ତ୍ତମାନ ଇରାନରେ ବିବାହର ନ୍ୟୁନତମ ବୟସ 13 ବର୍ଷ ଅଟେ।
ଏହି ବ୍ୟବସ୍ଥା ପାଇଁ ଆଇନ ବ୍ୟବସ୍ଥା ସମ୍ପୂର୍ଣ ରୂପରେ ଦାୟୀ:-
ମିଡ଼ିଆ ରିପୋର୍ଟ ଅନୁସାରେ, ଝିଅଟିର ଯେତେବେଳେ ବିବାହ ହୋଇଥିଲା ସେତେବେଳେ ତାଙ୍କୁ 12 ବର୍ଷ ହୋଇଥିଲା ଓ ହତ୍ୟା ବେଳକୁ ତାଙ୍କର ଏକ ତିନି ବର୍ଷୀୟ ପୁଅ ଥିଲେ। ଜଣେ ବଡ଼ ଓକିଲ ସୁଧାରବାଦୀ ପେପରରେ କହିଥିଲେ, ଏହି ହତ୍ୟାକାଣ୍ଡକୁ ବଢ଼ାଇବା ଦିଗରେ ମୁଖ୍ୟତଃ ରୂପରେ ଆଇନ ବ୍ୟବସ୍ଥା ଦାୟୀ।
ସଂସଦ ସଦସ୍ୟ ଏହଲାମ ନଦାଫ ଆଇଏଲଏନଏ ସମାଚାର ଏଜେନ୍ସିକୁ କହିଥିଲେ, ଦୁର୍ଭାଗ୍ୟ ବଶତଃ ଆମେ ଏଭଳି ଘଟଣାକୁ ଦେଖୁଛୁ କାରଣ ମହିଳାଙ୍କ ବିପକ୍ଷରେ ହିଂସାକୁ ରୋକିବା ପାଇଁ ଆଇନ ବ୍ୟବସ୍ଥାରେ ଆରୋପୀ ବିପକ୍ଷରେ କୌଣସି ଶକ୍ତ କାନୁନ ନାହିଁ।
ଆଇଆରଏନଏ କହିଥିଲା ଅଧିକାରୀ ମାନେ ଏହାମଧ୍ୟରେ ସମାଚାର ୱେବସାଇଟ Rokna କୁ ଏହା କହି ବନ୍ଦ କରିଦେଲେ ଯେ, ମନୋବୈଜ୍ଞାନିକ ରୂପରେ ଚିନ୍ତାରେ ସମାଜ ରହିଛି। ଏହି ୱେବସାଇଟ ସେହି ବ୍ୟକ୍ତିଙ୍କ ଭାଇରାଲ ଭିଡ଼ିଓ ବନାଇଥିଲା।