୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ,ଛୋଟ ପିଲା ବିଦ୍ୟାଳୟ ଯିବା କେତେ ଠିକ,ଜାଣନ୍ତୁ ଏ ନେଇ ବିଶେଷଜ୍ଞମାନଙ୍କ ମତ

0

Get real time updates directly on you device, subscribe now.

ସରକାର ୧୪ ତାରିଖରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି। ହେଲେ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ କି ନାହିଁ, ଦ୍ୱନ୍ଦ୍ୱରେ ଅଛନ୍ତି। ଏମିତି ସମୟରେ ପିଲାମାନଙ୍କୁ ସତର୍କତାର ସହିତ ସ୍କୁଲ ଛାଡିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ପିଲାମାନଙ୍କୁ ସ୍କୁଲକୁ ଛାଡିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ।

ସଂକ୍ରମଣ ସଂଖ୍ୟା କମିବା ପରେ ଅଷ୍ଟମ ରୁ ଦଶମ ଶ୍ରେଣୀ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଯାଇଛି। ୧୪ ତାରିଖରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମରେ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି। ହେଲେ ଅଭିଭାବକ ବର୍ତ୍ତମାନ ପିଲାଙ୍କୁ ସ୍କୁଲକୁ ପଠାଇବେ କି ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ ହେଉଛିଜି, ସଂକ୍ରମଣ କମୁଥିବା କାରଣରୁ ବର୍ତ୍ତମାନ ସମୟରେ ସ୍କୁଲ ଖୋଲାଯିବାର ଆବଶ୍ୟକ ଅଛି।

ଛାତ୍ରଛାତ୍ରୀ ସ୍କୁଲ ଆସିବା ସପକ୍ଷରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଉଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅଭିଭାବକମାନଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତିିକି ସ୍କୁଲକୁ ଆସୁଥିବା ପିଲାଙ୍କୁ ରୁମାଲ ଓ ଏକ୍ସ୍ଟ୍ରା ମାସ୍କ ଦେବା ପାଇଁ। ସେହିପରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ ସତର୍କ ରହିବା ପାଇଁ କହିଛନ୍ତି।

ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡିବାକୁ ରାଜି ଥିଲେ ମଧ୍ୟ ୨ ବର୍ଷ ଧରି ସ୍କୁଲ ବନ୍ଦଥିବା କାରଣରୁ ଅଫଲାଇନରେ ପରୀକ୍ଷା ନ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟପଟେ ଶିକ୍ଷାବିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି। ସ୍କୁଲ କଲେଜ ଖୋଲୁଥିଲେ ମଧ୍ୟ ଅଫଲାଇନରେ ପରୀକ୍ଷା ନ କରିବାକୁ ଦାବି ବଢ଼ିବାରେ ଲାଗିଛି। ଯାହାକି ଆଗାମି ଦିନରେ ଏକ ବଡ ସମସ୍ୟା ଭାବରେ ସୃଷ୍ଟି ହୋଇଛି।

Leave A Reply

Your email address will not be published.