କାର ଚଲାଇବା ସମୟରେ ଫୋନରେ କଥା ହେଲେ ବି କଟିବନି ଚାଲାଣ, ଜାଣନ୍ତୁ ଟ୍ରାଫିକର ନୂଆ ନିୟମ

0

Get real time updates directly on you device, subscribe now.

ଯଦି ଆପଣ କାର ଚଲାଉଥିବା ସମୟରେ ଟ୍ରାଫିକ ପୋଲିସ ଆପଣଙ୍କୁ ମୋବାଇଲରେ କଥା ହେଉଥିବାର ଦେଖିଦିଅନ୍ତି ତେବେ ସଙ୍ଗେ ସଙ୍ଗେ ଆପଣଙ୍କୁ ଅଟକାଇ ଲମ୍ବା ଚାଲାଣ କାଟିଦିଅନ୍ତି। କିନ୍ତୁ ବର୍ତ୍ତମାନ ଆପଣ ବିନ୍ଦାସ ହୋଇ ଫୋନରେ କଥା ମଧ୍ୟ ହୋଇପାରିବେ। କାରଣ ଆପଣଙ୍କୁ କଥା ହେବାକୁ କେହି ବି ବିରୋଧ କରିପାରିବେ ନାହିଁ। ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବର୍ତ୍ତମାନ ଆପଣ ଗାଡି ଚଲାଇବା ସମୟରେ ମୋବାଇଲରେ ମଧ୍ୟ କଥା ହୋଇପାରିବେ। କିନ୍ତୁ ଯଦି ଟ୍ରାଫିକ ପୋଲିସ ଆପଣଙ୍କର ଚାଲାଣ କାଟିଦେଉଛନ୍ତି ତେବେ ଆପଣ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇପାରିବେ। ଯଦି ଆପଣ ଚାଲାଣ କଟିବାକୁ ଚାହୁଁନାହାଁନ୍ତି ତେବେ ମୋବାଇଲ ଆପଣଙ୍କୁ କାନରେ ନୁହେଁ ବରଂ ପକେଟରେ ରଖି ବ୍ୟବହାର କରିବାକୁ ପଡିବ। ଅର୍ଥାତ୍‌ ଆପଣଙ୍କୁ ହ୍ୟାଣ୍ଡସଫ୍ରୀ ଡିଭାଇସକୁ କନେକ୍ଟ କରି କଥା ହେବାକୁ ପଡିବ। ସିଧାସଳଖ ମୋବାଇଲ ଧରି ଯଦି ଆପଣ ଗାଡ଼ି ଭିତରେ ଚଲାଇବା ସମୟରେ କଥା ହେବେ ତେବେ ଟ୍ରାଫିକ ପୋଲିସ ଆପଣଙ୍କର ଚାଲାଣ ନିହାତି ଭାବରେ କାଟିପାରିବେ।

ନିଜେ କେନ୍ଦ୍ର ସଡକ ପରିହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାରେ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତିକି ଯଦି ଚାଳକ ହ୍ୟାଣ୍ଡସ-ଫ୍ରୀ ଡିଭାଇସର ବ୍ୟବହାର କରୁଛନ୍ତି ଏବଂ ଫୋନରେ କଥା ହେଉଛନ୍ତି ତେବେ ମହଜୁଦ ଟ୍ରାଫିକ ନିୟମ ଅନୁସାରେ ଏହା କୌଣସି ଦଣ୍ଡନୀୟ ଅପରାଧ ବୋଲି ଆଦୌ ଧରାଯିବନାହିଁ। ଏମିତି ସ୍ଥିତିରେ ଟ୍ରାଫିକ ପୋଲିସ ଆପଣଙ୍କ ଉପରେ କୌଣସି ପ୍ରକାର ଜରିମାନା ମଧ୍ୟ ଲଗାଇ ପାରିବେନି। ଆଉ ଯଦି ଆପଣ ନିୟମ ଭିତରେ ଥିବେ କିନ୍ତୁ ଟ୍ରାଫିକ କର୍ମଚାରୀ ଆପଣଙ୍କର ଚାଲାଣ କାଟୁଛନ୍ତି ତେବେ ଆପଣ ଏହାକୁ ନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ କରିପାରିବେ।

କେରଳର କଂଗ୍ରେସ ସାଂସଦ ହିବି ଇଡେନ ଲୋକସଭାରେ ଏହି ପ୍ରଶ୍ନ କରିଥିଲେଯେ ମୋଟର ଭେଇକିଲ ଆକ୍ଟ ୨୦୧୯ ଧାରା ୮୪ ଅନ୍ତର୍ଗତ ବାହନ ଚଲାଇବା ସମୟରେ ଯଦି ହ୍ୟାଣ୍ଡସ ଫ୍ରୀ ଡିଭାଇସରେ ମୋବାଇଲରେ କଥା ହେଲେ ତାହା କୌଣସି ଦଣ୍ଡନୀୟ ଅପରାଧ ନା ନୁହେଁ? ତେବେ ଏହାର ଉତ୍ତରରେ ନିତିନ୍‌ ଗଡକରୀ କହିଛନ୍ତିଯେ ଏହି ଆକ୍ଟ ଅନ୍ତର୍ଗତ ଗାଡି ଚଲାଇବା ସମୟରେ କଥା ହେବା କୌଣସି ପ୍ରକାର ଦଣ୍ଡନୀୟ ଅପରାଧ ନୁହେଁ। କିନ୍ତୁ ଯଦି ମୋବାଇଲକୁ ହାତରେ ଧରି କଥା ହେଉଛନ୍ତି ତେବେ ଆପଣଙ୍କର ଚାଲାଣ ନିଶ୍ଚିତ କଟିବ।

ଯଦି ଆପଣ ବିନା ହେଲମେରେ ଧରାପଡୁଛନ୍ତି ତେବେ ଆପଣଙ୍କର ଲାଇସେନ୍ସକୁ ସସପେଣ୍ଡ ମଧ୍ୟ କରିଦିଆଯିବ। ମୋଟର ଭେଇକିଲ ଆକ୍ଟ ୨୦୧୯ ଅନୁସାରେ ବିନା ହେଲମେଟରେ ଗାଡି ଚଲାଇଲେ ଆପଣଙ୍କୁ ଭାରି ମାତ୍ରାରେ ଜରିମାନା ମଧ୍ୟ ଦେବାକୁପଡିପାରେ। ଟ୍ରାଫିକ ପୋଲିସ ଚାଲକଙ୍କ ଉପରେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ ମଧ୍ୟ କଟାଯାଇପାରେ। ଏହା ସହିତ ୩ ମାସ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯାଇପାରେ।

Leave A Reply

Your email address will not be published.