ମଙ୍ଗଳରେ ଜୀବସତ୍ତା ଅଛି କି ନାହିଁ ତାହାକୁ ନେଇ ଦୀର୍ଘ ବର୍ଷ ହେଲାଣି ତର୍କ ବିତର୍କ ଜାରି ରହିଛି। ବୈଜ୍ଞାନିକମାନେ ମଧ୍ୟ ବାରମ୍ବାର ନିଜର ରିସର୍ଚ୍ଚ ଜାରି ରଖିଛନ୍ତି। କୁହାଯାଉଛିକି ଯଦି କେବେ ପୃଥିବୀ ଧ୍ୱଂସ ହୁଏ ତେବେ ଲୋକମାନେ ଅନ୍ୟ ଗ୍ରହକୁ ଯାଇ ନିଜର ବସତି ସ୍ଥାପନ କରିପାରିବେ। ଏଭଳି ଭାବରେ ମଣିଷ ସମାଜ ଡାଇନୋସର ଭଳି ବିଲୁପ୍ତ ହେବାରୁ ବଞ୍ଚିଯିବ। ତେବେ ମଙ୍ଗଳରେ ରିସର୍ଚ୍ଚ କରିବା ସମୟରେ ବୈଜ୍ଞାନିକମାନେ ଅନେକ ଥର ଏଲିୟନ୍ ଓ ୟୁଏଫ୍ଓ ଉଡ଼ୁଥିବାର ଫଟୋ ମଧ୍ୟ ଦେଖିଛନ୍ତି। କିନ୍ତୁ ବର୍ତ୍ତମାନ ଯାଏଁ କେବେ କେହି ସତ ସତିକା ଡାଇନୋସରକୁ ଦେଖିନଥିଲେ।
Foot-tall pink 'alien' seen watching Mars rover in '100% proof of life' UFO expert sayshttps://t.co/8JRqacnpJE pic.twitter.com/7IebgA8an5
— Daily Star (@dailystar) February 4, 2022
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ କନସ୍ପେରେସି ଥିଓରିଷ୍ଟ ସ୍କାର୍ଟ ସି ଓ୍ଵରିଂ ଏମିତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପିଙ୍କ୍ ରଙ୍ଗର ଏଲିୟନ୍ ସ୍ପଷ୍ଟ ଭାବରେ ନଜର ଆସୁଛି। ଏହି ଫଟୋ ଆଧାରରେ ସ୍କାର୍ଟ ଦାବି କରିଛନ୍ତିଯେ ବର୍ତ୍ତମାନ ମଧ୍ୟ ଲାଲ ଗ୍ରହରେ ଜୀବନ ଅଛି। ସେଠାରେ ଏଲିୟନ୍ମାନେ ମଣିଷଙ୍କ ନଜରରୁ ଲୁଚିକି ରହିଛନ୍ତି। ଏହି ଫଟୋକୁ ନାସା ନେଇଛି। ନିଜକୁ ଜଣେ ଏକ୍ସପର୍ଟ ବୋଲି ଦାବି କରୁଥିବା ସ୍କାର୍ଟ କହିଛନ୍ତିକି, ଏହି ଫଟୋ ମଙ୍ଗଳରେ ଜୀବନ ଅଛି ବୋଲି ପ୍ରମାଣ ଦେଉଅଛି। ଫଟୋରେ ଏକ ବଡ଼ ପିଙ୍କ କଲରର ଜୀବ ଶୋଇଥିବାର ନଜର ଆସୁଛି।
ଏହି ଫଟୋକୁ ଏପ୍ରିଲ ମାସ ୨୦୨୧ ମସିହାରେ ମାର୍ସ ରୋଭର ଉଠାଇଥିଲା। ଫେବ୍ରୁଆରୀ ୩ ତାରିଖରେ ନାସା ଏହାକୁ ସେୟାର କରିଛି। ସ୍କାର୍ଟଙ୍କ ଅନୁଯାୟୀ, ଏହି ଏଲିୟନ କଡ଼ରେ ତା’ ପାଦ ଚିହ୍ନ ବି ରହିଛି। ସୂଚନା ଅନୁସାରେ ଗତ ବର୍ଷଠାରୁ ଏଲିୟନ୍ ଓ ସ୍ପେସ୍ ସିପ୍କୁ ନେଇ ଆମେରିକା ବହୁତ ବିବାଦରେ ରହିଛି। କିଛି ଅଧିକାରୀ କହୁଛନ୍ତିକି ଆମେରିକାକୁ ଏଲିୟନ୍ଙ୍କ ସମ୍ପର୍କରେ ଅନେକ କଥା ଜଣାଅଛି। କିନ୍ତୁ ସେମାନେ ଏହି ତଥ୍ୟକୁ ଲୁଚାଉଛନ୍ତି।