୪୦ କୋଟି ଗ୍ରାହକଙ୍କୁ ଚେତାବନୀ ଦେଲା SBI ! ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ସେବା ,ଜାଣନ୍ତୁ କାହିଁକି

0

Get real time updates directly on you device, subscribe now.

ସରକାର ବିଭିନ୍ନ ସମୟରେ ନିଜର ଭିନ୍ନ ଭିନ୍ନ ନିୟମକୁ ଜାରି କରିଥାନ୍ତି। ଯାହା ଫଳରେ ଲୋକମାନଙ୍କର ଅସୁବିଧା ନହୁଏ, ସେଥିପାଇଁ କଡା ବ୍ୟବସ୍ଥା ମଧ୍ୟ କରିଥାନ୍ତି। ତେବେ ବର୍ତ୍ତମାନ ୪୦ କୋଟି ଲୋକଙ୍କୁ ଏସବିଆଇ ସତର୍କ କରିଛିଯେ ବ୍ୟାଙ୍କ ସେବା ବନ୍ଦ ହୋଇପାରେ। ତେବେ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା। ସୂଚନା ଅନୁଯାୟୀ, ଦେଶର ସବୁଠାରୁ ଅଧିକ ଟ୍ରାଞ୍ଜାକ୍ସନ ହେଉଥିବା ବ୍ୟାଙ୍କ ହେଉଛି ଏସବିଆଇ।ଏସବିଆଇ ବ୍ୟାଙ୍କ ନିଜର ୪୦ କୋଟି ଗ୍ରାହକମାନଙ୍କୁ ସତର୍କ ସୂଚନା ଜାରି କରିଛି।

ଏସବିଆଇର ବ୍ୟାଙ୍କ ଏକ ନୂଆ ନିଷ୍ପତ୍ତି ନେଇଛି। ଆଧାର ନମ୍ବର ସହ ପ୍ୟାନ କାର୍ଡ ଲିଙ୍କ କରିବାକୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କରିବା ପାଇଁ ଏକ ନୋଟିସ ଜାରି କରିଛି। ଏଥିସହ ମଧ୍ୟ ଯଥା ଶୀଘ୍ର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ନିର୍ଦେଶ ମଧ୍ୟ ଜାରି କରିଛି। ତେବେ ଏସବିଆଇ ବ୍ୟାଙ୍କ ଯେଉଁ ସମୟ ଦେଇଛି ସେହି ସମୟ ମଧ୍ୟରେ ଯଦି କାର୍ଯ୍ୟ ନ କରାଗଲେ ତେବେ ଗ୍ରାହକଙ୍କର ବ୍ୟାଙ୍କ ସେବା ଯଥା ଶୀଘ୍ର ବନ୍ଦ ହୋଇଯିବ। ଏହା ଏସବିଆଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି।

ଆଧାର କାର୍ଡ ସହିତ କିପରି ଭାବରେ ପ୍ୟାନ କାର୍ଡ ଲିଙ୍କ କରିବେ ଜାଣିବା ଆସନ୍ତୁ:-

– ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ୱେବସାଇଡକୁ ଯାଆନ୍ତୁ ଓ ଏହା ପରେ WWW.incometaxindiaefiling.gov.in/home ସାଇଟର ବାମ ପଟେ ଆପଣଙ୍କୁ ଲିଙ୍କ ଆଧାରର ଏକ ବିକଳ୍ପ ଦେଖାଯିବ, ତାହା ଉପରେ କ୍ଲିକ କରନ୍ତୁ।

– ଏହା ପରେ ସେଠାରେ ଏକ ନୂଆ ପେଜ ଓପନ ହେବ, ଯେଉଁଥିରେ ଆଧାର କାର୍ଡ ଓ ପ୍ୟାନ କାର୍ଡ଼ରେ ଆପଣଙ୍କର ନାଁ ଲେଖିବାକୁ ପଡିବ।

– ଯଦି ଆଧାର କାର୍ଡ଼ରେ ଖାଲି ଜନ୍ମ ତାରିଖ ରହିଥିବ, ତା’ହେଲେ have only year of birth in aadhaar card’ ବକ୍ସ ଉପରେ ଟିକ ଚିହ୍ନ ମାରିବେ।

– ଏହା ପରେ ମୋବାଇଲ ନମ୍ବରକୁ ଆସିଥିବା ଓଟିପିକୁ ପୁରଣ କରିବେ ଓ ଏହା ପରେ ଲିଙ୍କ ଆଧାର ଅପ୍ସନ ଉପରେ ଆପଣ କ୍ଲିକ କରିବେ, ତା’ପରେ ଆଧାର ଓ ପ୍ୟାନ କାର୍ଡ ଲିଙ୍କ ହୋଇଯିବ।

ତେବେ ଆସନ୍ତୁ ଆଧାର କାର୍ଡ ଓ ପ୍ୟାନ କାର୍ଡର ଦ୍ବିତୀୟ ପ୍ରଣାଳୀ ବିଷୟରେ ଜାଣିବା:-

– ଏହି ଲିଙ୍କ ପ୍ରଣାଳୀ ଏସଏମଏସ ଦ୍ବାରା ମଧ୍ୟ ହୋଇ ପାରିବ।

– ନିଜ ମୋବାଇଲର ମେସେଜ ବକ୍ସକୁ ଯାଇ ଏହା ଟାଇପ କରନ୍ତୁ UIDPAN<12-digit Aadhaar><10 digit PAN>

– ଏହି ମେସେଜକୁ ୫୬୭୬୭୮ , ୫୬୧୬୧ ଏହି ନମ୍ବରରେ ଯଥା ଶୀଘ୍ର ପଠାଇ ଦିଅନ୍ତୁ।

– ଏତିକି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କର ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ ହୋଇଯିବ।

Leave A Reply

Your email address will not be published.