ଦେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ବର୍ତ୍ତମାନ ଗମ୍ଭୀର ହୋଇଯାଇଛନ୍ତି। ସୂତ୍ର ଅନୁସାରେ, କିଛିଦିନ ଭିତରେ ଇଲେକ୍ଟ୍ରିକ ଯାନର ଦର 30 ପ୍ରତିଶତ କମ ହୋଇଯିବ। ଯାହାଦ୍ୱାରା ଇଲେକ୍ଟ୍ରିକ ବାହାନ ସମ୍ପୂର୍ଣ ଭାବରେ ସାଧାରଣ ଜନତାଙ୍କ ବଜେଟ ଭିତରେ ରହିବ। ଫେବ୍ରୁଆରୀ 1 ତାରିଖରେ ବଜେଟ ମଧ୍ୟରେ ବିତ୍ତ ମନ୍ତ୍ରୀ ଇଲେକ୍ଟ୍ରିକ ବାହାର ବ୍ୟାଟେରୀ ଅଦଳ ବଦଳ ପଲିସିର ଘୋଷଣା କରିଛନ୍ତି। ଯାହାପରେ ବର୍ତ୍ତମାନ ସରକାର ଟ୍ୟାକ୍ସରେ ଛାଡ଼ କରିବା ଉପରେ ପ୍ରସ୍ତୁତ କରୁଛନ୍ତି। ସୂଚନା ଅନୁଯାୟୀ, ସରକାର ଲକ୍ଷ୍ୟ ରଖିଛନ୍ତି କି, 2030 ପର୍ଯ୍ୟନ୍ତ 70 ପ୍ରତିଶତ କମର୍ସିଆଲ ବାହାନ 30 ପ୍ରତିଶତ ବ୍ୟକ୍ତିଗତ ବାହାନ ଇଲେକ୍ଟ୍ରିକ ହୋଇଯିବ।ବର୍ତ୍ତମାନ ଟ୍ୟାକ୍ସରେ ଛାଡ଼ କରିବା ଉପରେ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ। କିନ୍ତୁ ସୂତ୍ରର ଦାବି ହେଉଛି କି, ସରକାର ଏହି ଫଇସଲା ଉପରେ ମୋହର ଲଗାଇପାରେ। ସେହିପରି କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ କେତେକ ନିର୍ବାଚନୀ ସଭାରେ ଚାର୍ଜିଂ ପଏଣ୍ଟ ବଢାଇବା ଠାରୁ ନେଇ ଇଲେକ୍ଟ୍ରିକ ବାହାନକୁ ପ୍ରୋତ୍ସାହନ ଦେବା କଥା କହି ସାରିଛନ୍ତି।
ଜଣାଇଦେଉଛୁ କି, ଇଲେକ୍ଟ୍ରିକ ବାହାନକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ବ୍ୟାଟେରୀ ଦର ପ୍ରମୁଖ କାରଣ ହୋଇ ସାମ୍ନାକୁ ଆସୁଛି। ଏହାର ଦାମ ଗାଡ଼ି ଦାମର 30 ରୁ 40 ପ୍ରତିଶତ ହେବ। ଏବେ ବ୍ୟାଟେରୀ ସ୍ୱାପିଂ ବ୍ୟବସ୍ଥା ଜରିଆରେ ଗାଡିରୁ ବ୍ୟାଟେରୀ ଦର ହଟିଯିବ ଓ ଗାଡ଼ି ନେବା ସମୟରେ କେବଳ ଗାଡ଼ି ଦର ହିଁ ଦେବାକୁ ପଡ଼ିବ। ଏହାପରେ ଗ୍ରାହକ ଅଲଗା ଅଲଗା କମ୍ପାନୀ ଠାରୁ ବ୍ୟାଟେରୀ ଭଡ଼ାରେ ନେଇପାରିବେ। ସୂତ୍ର ମୁତାବିକ, 5ଟି ରାଜ୍ୟରେ ନିର୍ବାଚନ ଶେଷ ହେବାପରେ ସରକାର ଏହାଉପରେ ପଦକ୍ଷେପ ନେବେ। ଏହାସହ ଇଲେକ୍ଟ୍ରିକ ବାହାନ ଗୁଡ଼ିକର ଦାମ 30 ରୁ 40 ପ୍ରତିଶତ କମ କରିବା ଦିଗରେ କମ୍ପାନୀ ଆଲୋଚନା କରିଥିଲେ।
ସରକାରଙ୍କ ଲକ୍ଷ୍ୟ:-
ସରକାରଙ୍କ ଲକ୍ଷ୍ୟ ରହିଛି 2030 ପର୍ଯ୍ୟନ୍ତ 30 ପ୍ରତିଶତ ବ୍ୟକ୍ତିଗତ ଗାଡ଼ି, 70 ପ୍ରତିଶତ ବ୍ୟବସାୟିକ ବାହାନ ଓ 40 ପ୍ରତିଶତ ବସ ଇଲେକ୍ଟ୍ରିକ ହୋଇଯିବ। 2 ଚକିଆ ଓ 3 ଚକିଆ ଯାନ ଉପରେ 80 ପ୍ରତିଶତ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ହେବ। ଲକ୍ଷ୍ୟ ବଡ଼ ରହିଛି କିନ୍ତୁ ସରକାର ଯେଭଳି ଇଲେକ୍ଟ୍ରିକ ବାହାନ ସପକ୍ଷରେ କାର୍ଯ୍ୟ କରିବାରେ ଲାଗିଛନ୍ତି ଲାଗୁଛି କି, ବହୁତ ଜଲଦି ପେଟ୍ରୋଲ ଓ ଡ଼ିଜେଲ ଉପରେ ନିର୍ଭରତା କମିବାରେ ଲାଗିବ। ଏହାସହ ଦେଶର ଟ୍ରାନ୍ସପୋର୍ଟ ଇଲେକ୍ଟ୍ରିକ ଓ ଅନ୍ୟ ଇନ୍ଧନରେ ଚାଲିବ।