ମାତ୍ର ୧୦ ଟଙ୍କାରେ କିଣନ୍ତୁ ୧୨ ୱାଟର ଇଲେକ୍ଟ୍ରିକ ବଲବ, ପ୍ରତ୍ୟେକ ପରିବାରକୁ ମିଳିବ ୫ଟି ଲେଖାଏଁ ଇଲେକ୍ଟ୍ରିକ ବଲବ !

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଘରେ ଇଲେକ୍ଟ୍ରିକ ବଲବ ର ବହୁତ ଅଧିକ ବ୍ୟବହାର କରାଯାଉଛି। ଇଲେକ୍ଟ୍ରିକ ବଲବ ବ୍ୟବହାରରେ ବହୁତ ବିଜୁଳି ବଞ୍ଚିଥାଏ। ଖୋଲା ବଜାରରେ ଉଚ୍ଚକୋଟୀର ଇଲେକ୍ଟ୍ରିକ ବଲବର ଦାମ ବହୁତ ଅଧିକ ରହିଥାଏ। ଯଦି ଆପଣଙ୍କୁ କୁହାଯାଏ, ମାତ୍ର ୧୦ ଟଙ୍କାରେ ଆପଣଙ୍କୁ ୧୨ ୱାଟର ଇଲେକ୍ଟ୍ରିକ ବଲବ ଦିଆଯିବ, ତାହେଲେ ଆପଣଙ୍କୁ ଏଥିରେ ବିଶ୍ବାସ ହେବନାହିଁ। କିନ୍ତୁ ଏହା ଏକଦମ ସତ୍ୟ ଅଟେ। ଶସ୍ତା ଇଲେକ୍ଟ୍ରିକ ବଲବ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଓ ଏଥିରେ 3 ବର୍ଷର ଗ୍ୟାରେଣ୍ଟି ମଧ୍ୟ ଦିଆଯାଉଛି। ଆପଣ ଏହି ବଲବ କେମିତି ନେଇପାରିବେ ଆସନ୍ତୁ ଏହାବିଷୟରେ ଜାଣିବା।

ଏହି ରାଜ୍ୟରେ ରହିଛି ଯୋଜନା:-

ଏହି ଉଜଳା ଯୋଜନା ସରକାର ବର୍ତ୍ତମାନ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଚଳାଉଛନ୍ତି। ଏଠାର ଗାଁ ଲୋକେ ୧୨ ୱାଟର LED ବଲବ କୁ ମାତ୍ର ୧୦ ଟଙ୍କାରେ କିଣି ପାରୁଛନ୍ତି। ଆପଣ ଏହି ସରକାରୀ ଯୋଜନାର ଫାଇଦା 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ନେଇପାରିବେ। ଆପଣଙ୍କୁ ମାତ୍ର 50 ଟଙ୍କାରେ 5ଟି ବଲବ ମିଳିଯିବ।

ଏହିଠାରୁ ବଲବ କିଣନ୍ତୁ:-

ଗ୍ରାମ୍ୟ ଉଜଳା ଯୋଜନାରେ ସରକାର ବିଜୁଳି ଖର୍ଚ୍ଚକୁ କମ କରିବାକୁ ଚାହାଁନ୍ତି। LED ବଲବ ଜରିଆରେ ବିଜୁଳିର ସଂରକ୍ଷଣ ହୋଇଥାଏ। ବିଜୁଳି ମନ୍ତ୍ରାଳୟ ବତାଇଛନ୍ତି କି, ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ସହାୟକ କମ୍ପାନୀ CESL ଗ୍ରାମ୍ୟ ଉଜଳା ପରିଯୋଜନା ଅନ୍ତର୍ଗତ 50
କୋଟି ବଲବ ବାଣ୍ଟିବାକୁ ଟାର୍ଗେଟ ରଖିଛନ୍ତି।

ଗୋଟିଏ ପରିବାରକୁ ମିଳିବ 5ଟି ବଲବ:-

CESL ବିଜୁଳିର ଅଧିକ ଖର୍ଚ୍ଚ କରାଉଥିବା ବଲବ ପରିବର୍ତ୍ତେ ୧୨ ୱାଟର ବଲବ ମାତ୍ର ୧୦ ଟଙ୍କାରେ 3 ବର୍ଷର ଗ୍ୟାରେଣ୍ଟି ସହିତ ଉପଲବ୍ଧ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଗୋଟିଏ ପରିବାରକୁ ଅଧିକତମ 5ଟି ବଲବ ଦିଆଯାଇଥାଏ। ଏଲଇଡ଼ି ବଲବ ଏତେ କମ ଦାମ ହେବା କାରଣରୁ ସରକାର ଏଥିରେ କୌଣସି ସହାୟତା କିମ୍ବା ସବ୍ସିଡ଼ି ପ୍ରଦାନ କରୁନାହାନ୍ତି।

Leave A Reply

Your email address will not be published.