ପ୍ରେମ ସପ୍ତାହରେ ଏୟାରଲାଇନ୍ସର ସ୍ପେଶାଲ ଅଫର : ଆକାଶରେ ୪୫ ମିନିଟର ରୋମାନ୍ସ କରିବା ପାଇଁ ଦେବେ ଏତିକି ଟଙ୍କା

0

Get real time updates directly on you device, subscribe now.

ଆପଣ ବିମାନ ମାଧ୍ୟମରେ ଅନେକ ସ୍ଥାନକୁ ନିଶ୍ଚିତ ଯାତ୍ରା କରିଥିବେ। ଆଉ ଏଥିପାଇଁ କେତେ କ’ଣ ସବୁ ନିୟମ ରହିଛି ତାହା ମଧ୍ୟ ଆପଣ ନିଶ୍ଚିତ ଜାଣିଥିବେ। ବିମାନ ଯାତ୍ରା ସମୟରେ ଏମିତି କିଛି ନିୟମ ଥାଏ, ଯାହାକୁ ଆପଣ ଆଦୌ ଉଲ୍ଲଙ୍ଘନ ମଧ୍ୟ କରିପାରିବେ ନାହିଁ। ସେହିପରି ବିମାନରେ ଯାତ୍ରା କରିବା ସମୟରେ ରୋମାନ୍ସ କରିବା ଅସମ୍ଭବ ହୋଇଥାଏ। କିଏ କ’ଣ ଭାବିବ, ଲୋକମାନଙ୍କ ମଧ୍ୟରେ ଲଜ୍ଜା ଅନୁଭବ କରିବେ ଏମିତି କିଛି ପ୍ରଶ୍ନ ମନକୁ ଆସେ। କିନ୍ତୁ କେବେ ବିମାନରେ ରୋମାନ୍ସ କିମ୍ବା ସେକ୍ସ କଥା କେହି ଚିନ୍ତା କରିନଥିବେ। ଏମିତି କରିବା ପାଇଁ ଏୟାରଲାଇନ୍ସ ସୁଯୋଗ ଦେଉଛି। ଯେଉଁଥିରେ କେବଳ ରୋମାନ୍ସ ନୁହେଁ ବରଂ ଆପଣଙ୍କର ପ୍ରାଇଭେସୀକୁ ମଧ୍ୟ ଏଥିପାଇଁ ଧ୍ୟାନରେ ରଖାଯିବ।

ଆମେରିକାର ଲାସ ଭେଗାସ ଏୟାରଲାଇନ୍ସ କପଲମାନଙ୍କ ପାଇଁ ଆକାଶରେ ଉଡିବା ସମୟରେ ରୋମାନ୍ସ କରିବାର ଏକ ସ୍ୱତନ୍ତ୍ର ପ୍ଲାନ ଆରମ୍ଭ କରିଛି। ଏହି ଏୟାରଲାଇନ୍ସ ୪୫ ମିନିଟର ଏକ ପ୍ଲାନ ଆରମ୍ଭ କରିଛି। ଯେଉଁଥିରେ ଆପଣ କମ ପଇସା ଖର୍ଚ୍ଚ କରି ଆକାଶରେ ରୋମାନ୍ସ କରିପାରିବେ। ଏହି ପ୍ଲାନ ପାଇଁ ଆପଣଙ୍କୁ କେବଳ ୭୪ ହଜାର ଟଙ୍କା ଦେବା ପାଇଁ ପଡିବ। ଏୟାରଲାଇନ ଅନୁସାରେ, ବିମାନରେ ରୋମାନ୍ସ ପାଇଁ ଅଲଗା ଅଲଗା ରୁମର ସୁବିଧା ମଧ୍ୟ ଆପଣଙ୍କୁ ମିଳିବ।

ପାଇଲଟଙ୍କ ପାଇଁ କଡା ନିୟମ:-

ଏହି ବିମାନ ଲସଭେଗାସରୁ ଅଳ୍ପ ଦୂର ସ୍ଥାନକୁ ଉଡାଣ ଭରିବ। ଏହି ସମୟରେ ବିମାନର ପାଇଲଟ ହେଡଫୋନ ପିନ୍ଧିବା ସହ ଉଡାଣ ସମୟରେ କୌଣସି ଯାତ୍ରୀମାନଙ୍କୁ ଆଦୌ ଡିଷ୍ଟର୍ବ କରିବେ ନାହିଁ। ପାଇଲଟ କକପିଟରୁ ବାହାରକୁ ଆସିପାରିବେ ନାହିଁ। ଯଦି ଏହାକୁ କେହି ନ ମାନନ୍ତି, ତେବେ ପାଇଲଟଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।

ଯେଉଁ କମ୍ପାନୀ ଏହି ପ୍ଲାନକୁ ଆଣିଛି, ସେହି କମ୍ପାନୀର ନାମ ‘Love Cloud’ ରହିଛି। କମ୍ପାନୀ ଏହି ଅଫର ମାଧ୍ୟମରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ କରିବା ଏବଂ ଥଣ୍ଡାରୁ ରକ୍ଷା କରିବା ପାଇଁ କାମ କରିବ। କମ୍ପାନୀ ଦାବି କରିଛିକି ଯଦି ଆକାଶରେ ବିବାହ ହୋଇପାରୁଛି, ତେବେ ରୋମାନ୍ସ କାହିଁକି ହୋଇପାରବନି।

Leave A Reply

Your email address will not be published.