SBI ରେ ଖାଲିପଡିଛି ସ୍ପେଶାଲ କ୍ୟାଡର ଅଫିସର ପଦବୀ,ଜଲଦି ଆବେଦନ କରନ୍ତୁ | ଜାଣନ୍ତୁ କେମିତି ଆବେଦନ କରିବେ ?

0

Get real time updates directly on you device, subscribe now.

ଆପଣ ବର୍ତ୍ତମାନ ଏସବିଆଇରେ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏସବିଆଇ ତରଫରୁ ସ୍ପେଶାଲ କ୍ୟାଡର ଅଫିସର(SCO) ପାଇଁ ଆବେଦନ ଗ୍ରହଣ କରାଯାଉଅଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ sbi.co.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏହିସବୁ ପଦବୀ ପାଇଁ ଆବେଦନ କରିବା ତାରିଖ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇ ୨୫ ଫେବୃଆରୀରେ ସମାପ୍ତ ହେବ।

ପଦବୀ ବିବରଣୀ: ୪୮

ଆସିଷ୍ଟାଣ୍ଟ ମ୍ୟାନେଜର (ନେଟଓ୍ଵାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ): ୧୫
ଆସିଷ୍ଟାଣ୍ଟ ମ୍ୟାନେଜର (ରାଉଟିଂ ଆଣ୍ଡ ସୁଇଚିଂ): ୩୩

ଜରୁରୀ ତାରିଖ:-

ଆବେଦନ କରିବାର ଶେଷ ତାରିଖ ୫ ଫେବୃଆରୀରୁ ଆରମ୍ଭ ହୋଇଥିବା ସମୟରେ ଶେଷ ତାରିଖ ୨୫ ଫେବୃଆରୀରେ ହେବ।

ବୟସର ସୀମା:-

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସର୍ବାଧିକ ୪୦ ବର୍ଷ ହୋଇଥିବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ କୌଣସି ବିଭାଗର ସ୍ନାତକ ଡିଗ୍ରୀ କରିଥିବା ଜରୁରୀ ଅଟେ।

ଆବେଦନ ଶୁଳ୍କ:-

ସାଧାରଣ ବର୍ଗ/ଓବିସି/ EWS ପ୍ରାର୍ଥୀମାନଙ୍କ ପାଇଁ ଆବେଦନର ଶୁଳ୍କ ୭୫୦ ଟଙ୍କା ରହିଥିବା ସମୟରେ ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା:-

ଆବେଦନକାରୀଙ୍କର ଚୟନ ପ୍ରକ୍ରିୟା ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଲିଙ୍କରେ କ୍ଲିକ କରନ୍ତୁ:-
https://ibpsonline.ibps.in/sbiscorjan22/

Leave A Reply

Your email address will not be published.