ପୁଷ୍ପା ପାଲଟିଲା ବର, ବରଣମାଳା ସମୟରେ କହିଲା ‘ମେଁ ଝୁକେଗା ନେହିଁ’,ଆଉ ତା ପରେ ,,,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଆଜିକାଲି ବହୁତ ହେଡଲାଇନରେ ରହୁଛି | ସୋସିଆଲ ମିଡିଆରେ ପୁଷ୍ପା ଫିଲ୍ମର ଗୀତଠାରୁ ନେଇ ଡାଇଲଗ ପର୍ଯ୍ୟନ୍ତ ସବୁକିଛି ଭାଇରଲ ହେବାରେ ଲାଗିଛି | ତେବେ ପୁଷ୍ପା ଫିଲ୍ମର ଡାଇଲଗ ବହୁତ ଫେମସ ହେଉଛି |

ବର ବିବାହରେ କହିଲା ପୁଷ୍ପାର ଡାଇଲଗ :-

ପୁଷ୍ପାର ପାଗଳପଣ ବିବାହରେ ମଧ୍ୟ ଦେଖିବାକୁ ମିଳୁଛି | ଏହାର ତାଜା ଉଦାହରଣ ଆଜିକାଲି ଗୋଟିଏ ଭିଡିଓ ରୂପରେ ଭାଇରଲ ହେଉଛି | ଏହି ଭିଡିଓରେ ବର ବରଣମାଳା ସମୟରେ ପୁଷ୍ପାର ଫେମସ ଡାଇଲଗ “ମେ ଝୁକେଗା ନେହିଁ” କହୁଥିବାର ଦେଖାଯାଉଛି | ବରର ଏହି ଡାଇଲଗ କହିବାର ଟାଇମିଙ୍ଗ ମଧ୍ୟ ବହୁତ ଜବରଦସ୍ତ ଅଟେ | ସେ ଏହି ଡାଇଲଗକୁ ସେତେବେଳେ କହୁଛି, ଯେତେବେଳେ କନ୍ୟା ତାକୁ ବରଣମାଳା ପିନ୍ଧାଇବାକୁ ଚେଷ୍ଟା କରୁଛି |

ବରଣମାଳା ସମୟରେ କହିଲା “ମେଁ ଝୁକେଗା ନେହିଁ ” :-

ଭିଡିଓରେ ଦେଖାଯାଇପାରେ ଯେ ବର-କନ୍ୟା ଅନେକ ଅତିଥିଙ୍କ ମେଳାରେ ଠିଆ ହୋଇଛନ୍ତି | ବରଣମାଳା କାର୍ଯ୍ୟକ୍ରମ ଷ୍ଟାର୍ଟ ହେବାକୁ ଯାଉଛି | କନ୍ୟା ହାତରେ ବରଣମାଳା ଅଛି, ଯାହାକୁ ସେ ବରକୁ ପିନ୍ଧାଇବାକୁ ଚାହୁଁଛି | ତେବେ ଏପରି କରିବାରେ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି | କନ୍ୟା ବରକୁ ବରଣମାଳା ପକାଇବା ପାଇଁ ଆଗକୁ ବଢେ, ବର ପୁଷ୍ପାର ପପୁଲାର ଡାଇଲଗ “ମେଁ ଝୁକେଗା ନେହିଁ” କହେ |

ଲୋକେ କହିଲେ – ବିବାହ ପରେ ସାରା ଜୀବନ ନଇଁବ :-

ବର ଏହି ଡାଇଲଗକୁ କହିବା ସହିତ ପୁଷ୍ପାର ଆକ୍ଟିଙ୍ଗ ମଧ୍ୟ କରିଥାଏ | ତାର ଏହି ଷ୍ଟାଇଲ ଦେଖି ସବୁ ଲୋକ ହସିବାକୁ ଲାଗନ୍ତି | ଏହି ଭିଡିଓକୁ ଇନ୍ସଟାଗ୍ରାମରେ instantbollywood ନାମକ ଆକାଉଣ୍ଟ ସେୟାର କରିଛି | ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଲୋକମାନଙ୍କୁ ବରର ଷ୍ଟାଇଲ ବହୁତ ଭଲ ଲାଗୁଛି | ଏହି ଭିଡିଓରେ ବହୁତ ମଜାଳିଆ କମେଣ୍ଟ ମଧ୍ୟ ଆସୁଛି |

ଜଣେ ୟୁଜର ଲେଖିଛନ୍ତି “ସବୁ ବର ଫିଲ୍ମ ‘ପୁଷ୍ପା’ ଦେଖିବାପରେ |” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ ପୁଅ ତତେ ବିବାହ ପରେ ସାରା ଜୀବନ ନଇଁବାକୁ ପଡିବ |” ତାପରେ ଆଉ ଜଣେ କମେଣ୍ଟ କରିଛନ୍ତି “୪ ଦିନ ପରେ ଇଏ ଶ୍ରୀଭଲ୍ଲି ଶ୍ରୀଭଲ୍ଲି କରି ବୁଲିବ |” ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ” ପୁଷ୍ପାର ଜର ବର୍ତ୍ତମାନ ବିବାହରେ ମଧ୍ୟ ବ୍ୟାପିଗଲାଣି |”

ଦେଖନ୍ତୁ ଭିଡିଓ :-

Leave A Reply

Your email address will not be published.