ମହିଳା ଦେଲେ ୫ ମାସର ପିଲାକୁ ଜନ୍ମ, ଓଜନ ଅଛି ମାତ୍ର ଅଧା କିଲୋ, ବର୍ତ୍ତମାନ ପର୍ଯ୍ୟନ୍ତ ଅଛି ଜୀବିତ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଅନେକଥର ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ, ଯାହା ଆମ ହାତରେ ନଥାଏ ବରଂ ଭାଗ୍ୟ ଉପରେ ଆମକୁ ବିଶ୍ୱାସ କରିବାକୁ ପଡିଥାଏ | ଅନେକ ଘଟଣା ଆମ ସାମ୍ନାରେ ଏମିତି ଘଟିଯାଏ କିମ୍ବା ଶୁଣିବାକୁ ମିଳିଯାଏ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ | ଏହାମଧ୍ୟରେ ଗୋଟିଏ ପିଲା ଜନ୍ମ ସହିତ ଜଡିତ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି |

ଏହା କୌଣସି ସାଧାରଣ ପିଲା ନୁହେଁ | ଆଜ୍ଞା ହଁ, ଏହାକୁ ମେରିକଲ କୁହାଯାଉଛି, କାରଣ ଏହି ପିଲା କେବଳ ୪ ମାସର ଅଟେ | ସାଧାରଣତଃ ଜଣେ ମହିଳା ୯ ମାସରେ ଶିଶୁକୁ ଜନ୍ମ ଦେଇଥାନ୍ତି, କିନ୍ତୁ ଏହି ପିଲାର କାହାଣୀ ସମସ୍ତଙ୍କୁ ଆକର୍ଷିତ କରୁଛି | ଅଧା କିଲୋ ଟମାଟୋ ଯେତିକି ଓଜନ ଏହି ପିଲାର ଓଜନ ମଧ୍ୟ ସେତିକି |

ବାସ୍ତବରେ ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ, ଏହା ଇଂଲଣ୍ଡରୁ ସାମ୍ନାକୁ ଆସିଛି | ଇଂଲଣ୍ଡର କ୍ୟାମ୍ବ୍ରିଜଶାୟରରେ ରହୁଥିବା କିମ୍ବରଲି ବୟେସ ଏବଂ ତାଙ୍କ ସ୍ୱାମୀ ଗ୍ଲେନ ପିଲା ସାତ ମାସର ହେବାପରେ ଏହି ଫଟୋ ସେୟାର କରିଛନ୍ତି | ଏହି ଫଟୋକୁ ସେୟାର କରି ଦମ୍ପତି କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ରୋରୀର ଜନ୍ମ ହେଲା, ସେତେବେଳେ ସେ ମାତ୍ର ୪ମାସର ଥିଲା ଏବଂ ତାର ଓଜନ କେବଳ ୬୦୦ ଗ୍ରାମ ଥିଲା |

ଯେତେବେଳେ କିମ୍ବରଲି ପ୍ରେଗ୍ନେଣ୍ଟ ଥିଲେ, ସେତେବେଳେ ଲଗାତାର ତାଙ୍କ ପେଟ ଖରାପ ହେଉଥିଲା | ଏହାସହିତ ୧୪ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ ଏବଂ ଅନେକ ପ୍ରକାରର ଆଣ୍ଟିବାୟୋଟିକ ଖାଇ ସେ ନିଜର ପ୍ରେଗ୍ନେନ୍ସି ପିରିୟଡ଼ ବିତାଇଲେ | କିନ୍ତୁ ଏହି ସମୟରେ ଅଚାନକ ପାଞ୍ଚ ମାସ ମଧ୍ୟରେ ତାଙ୍କୁ ଲିଭର ପେନ ଆରମ୍ଭ ହୋଇଗଲା, ଯାହାପରେ ହସ୍ପିଟାଲରେ ସେ ନିଜ ୪ ମାସର ପୁଅକୁ ଜନ୍ମ ଦେଲେ |

କିମ୍ବରଲି ସିଜେରିଆନ ମାଧ୍ୟମରେ ନିଜ ପୁଅକୁ ଜନ୍ମ ଦେଇଥିଲେ | ଯେତେବେଳେ ରୋରୀଙ୍କ ଜନ୍ମ ହୋଇଥିଲା, ସେତେବେଳେ ତାର ଓଜନ ବହୁତ କମ ଥିଲା | ୪ ମାସ ପୂର୍ବରୁ ହିଁ ଜନ୍ମ ହୋଇଥିବା ଏହି ପିଲାକୁ ଡାକ୍ତରଙ୍କ ଦେଖାଶୁଣାରେ ରଖିବାକୁ ପଡୁଛି, କାରଣ ତାର ସମ୍ପୂର୍ଣ ବିକାଶ ହୋଇପାରି ନାହିଁ | ୭ମାସର ହେବା ପରେ ମଧ୍ୟ ରୋରୀ ଡାକ୍ତରଙ୍କ ଦେଖାଶୁଣାରେ ଅଛନ୍ତି |

Leave A Reply

Your email address will not be published.