କର୍ମଚାରୀଙ୍କ ପାଇଁ ଖୁସିଖବର : ବର୍ତ୍ତମାନ ସ୍ୟାଲେରୀ ପାଇଁ ଆଉ ମାସ ସାରା ଅପେକ୍ଷା କରିବାକୁ ପଡିବ ନାହିଁ, ପ୍ରତ୍ୟେକ ସପ୍ତାହରେ ମିଳିବ ସ୍ୟାଲେରୀ

0

Get real time updates directly on you device, subscribe now.

କର୍ମଚାରୀଙ୍କ ପାଇଁ ବହୁତ ଜରୁରୀ ଖବର ରହିଛି | କରୋନା ମହାମାରୀ ପରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କ ସ୍ୟାଲେରୀ କାଟୁଛନ୍ତି | କିନ୍ତୁ ଏହା ମଧ୍ୟରେ ଏମିତି ଗୋଟିଏ କମ୍ପାନୀ ରହିଛି, ଯିଏ କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ସ୍ୟାଲେରୀ ଦେବ | ବାସ୍ତବରେ ବିଶ୍ୱ ମହାମାରୀର ଏହି ସମୟରେ କର୍ମଚାରୀମାନଙ୍କ ଆର୍ଥିକ ସ୍ଥିତି ସୁଧୁରିବା ପାଇଁ ଇଣ୍ଡିଆମାର୍ଟ କମ୍ପାନୀ ଏପରି କରିବାକୁ ଘୋଷଣା କରିଛି | ବର୍ତ୍ତମାନ କର୍ମଚାରୀମାନଙ୍କୁ ସ୍ୟାଲେରୀ ପାଇଁ ସାରା ମାସ ଅପେକ୍ଷା କରିବାକୁ ପଡିବ ନାହିଁ |

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଅନେକ ଦେଶରେ କମ୍ପାନୀ ଗୁଡିକ ନିଜ କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ସ୍ୟାଲେରୀ ଦେଇଥାନ୍ତି | ବର୍ତ୍ତମାନ ଭାରତରେ ଇଣ୍ଡିଆମାର୍ଟ ଏହାର ପର୍ଯ୍ୟାୟ ଆରମ୍ଭ କରିଛି | ଇଣ୍ଡିଆମାର୍ଟ କମ୍ପାନୀ ନିଜ କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ସ୍ୟାଲେରୀ ଦେବାକୁ ନିଷ୍ପତ୍ତି ନେଇଛି | ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି |

ଅନେକ ଦେଶରେ ଚାଲିଛି :-

ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆମାର୍ଟ ଦେଶରେ ସାପ୍ତାହିକ ବେତନ ଦେବାକୁ ଯାଉଥିବା ପ୍ରଥମ କମ୍ପାନୀ ଅଟେ | କମ୍ପାନୀ ଅନୁଯାୟୀ, ‘ ବଦଳୁଥିବା ସମୟ ଏବଂ ବଢୁଥିବା ଆର୍ଥିକ ବୋଝକୁ ଦୃଷ୍ଟିରେ ରଖି ଏହାର ଆବଶ୍ୟକତା ଅନୁଭବ କରାଯାଉଛି |ମହାମାରୀରେ ଏହାର ଗୁରୁତ୍ୱ ଆହୁରି ବଢିଯାଇଛି | ନ୍ୟୁଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ହଂକଂ ଏବଂ ଆମେରିକା ଭଳି ଅନେକ ଦେଶଗୁଡିକରେ ଏହିପରି ସ୍ୟାଲେରୀ ଦେଉଛନ୍ତି | ବିଶ୍ୱ ଅର୍ଥବ୍ୟବସ୍ଥାର ବଦଳିଥିବା ପରିସ୍ଥିତି, କର୍ମଚାରୀଙ୍କ ଫାଇଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି |’

ସମସ୍ତେ ଏହି ନିଷ୍ପତ୍ତିକୁ କରୁଛନ୍ତି ସ୍ୱାଗତ :-

ଇଣ୍ଡିଆମାର୍ଟର ସିଓଓ ଦୀନେଶ ଗୁଲାଟି କହିଛନ୍ତି, ‘କମ୍ପାନୀରେ ସମସ୍ତେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବେ | କମ୍ପାନୀ ଅନେକ ବର୍ଷ ପୂର୍ବରୁ ହିଁ ଏହି ଦିଗରେ କାମ କରିବା ଆରମ୍ଭ କରି ଦେଇଥିଲା | ଆମର ଏଠାରେ ଅନେକ ଲୋକଙ୍କୁ ପ୍ରତି ସପ୍ତାହରେ ଇନସେଣ୍ଟୀଭ ଦିଆଯାଇଥାଏ |’ ଆପଣଙ୍କୁ କହିରଖୁଛୁ ଯେ କରୋନା ମହାମାରୀ ପରେ ଇଣ୍ଡିଆମାର୍ଟ ସମ୍ପୂର୍ଣ୍ଣ ଭାବେ ୱାର୍କ ଫ୍ରମ ହୋମ ଲାଗୁ କରିଥିବା ପ୍ରଥମ କମ୍ପାନୀ ଥିଲା |

କର୍ମଚାରୀମାନଙ୍କୁ ପ୍ରତି ସପ୍ତାହରେ ମିଳିବ ସ୍ୟାଲେରୀ :-

କମ୍ପାନୀ କହିଛି ଯେ ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କୁ ପ୍ରତି ସପ୍ତାହରେ ସ୍ୟାଲେରୀ ମିଳିବା ଦ୍ୱାରା ତାଙ୍କ ପାଇଁ ନିଜର ଆର୍ଥିକ ଆବଶ୍ୟକତାକୁ ପୁରା କରିବା ପୂର୍ବଠାରୁ ସହଜ ହେବ | ଏହାଦ୍ୱାରା କର୍ମଚାରୀ ମାନଙ୍କୁ ବର୍ତ୍ତମାନ ସ୍ୟାଲେରୀ ପାଇଁ ସାରା ମାସ ଅପେକ୍ଷା କରିବାକୁ ପଡିବ ନାହିଁ | ଦେଶରେ ପ୍ରଥମଥର ପାଇଁ କୌଣସି କମ୍ପାନୀ ଏମିତି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି | ଏହାଦ୍ୱାରା କର୍ମଚାରୀ ମାନଙ୍କୁ ସବୁ ପ୍ରକାରର ଫାଇଦା ହେବ |

Leave A Reply

Your email address will not be published.