Flipkart Sale : ୩୪୭ ଟଙ୍କାରେ କିଣନ୍ତୁ 50MP କ୍ୟାମେରା ଥିବା ଫୋନ, ମିଳିବ 5000mAh ବ୍ୟାଟେରୀ, ଜାଣନ୍ତୁ ଏହାର ଡ଼ିଲ ବିଷୟରେ

0

Get real time updates directly on you device, subscribe now.

Flipkart ରେ ଆଜିକାଲି Infinix Days Sale ଚାଲୁଛି | ଫେବୃଆରୀ ୫ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ Infinix ର ସ୍ମାର୍ଟଫୋନସ ଉପରେ ଆକର୍ଷଣୀୟ ଅଫର ମିଳୁଛି | ଯଦି ଆପଣ ଗୋଟିଏ ନୂତନ ସ୍ମାର୍ଟଫୋନ କିଣିବାକୁ ପ୍ଲାନିଂ କରୁଛନ୍ତି, ତେବେ Infinix Hot 11s ଗୋଟିଏ ଭଲ ଅପସନ ହୋଇପାରେ | ଆସନ୍ତୁ ଜାଣିବା ଏହା ଉପରେ ମିଳୁଥିବା ଅଫର ଏବଂ ଏହାର ବିଶେଷ କଥା ବିଷୟରେ |

Infinix Hot 11s ସ୍ମାର୍ଟଫୋନରେ Android 11 ଉପରେ ଆଧାରିତ XOS 7.6 ମିଳିଥାଏ | ଫୋନରେ 6.78-inch ର full-HD+ (1,080×2,480 pixels) LTPS LCD ସ୍କ୍ରିନ ଦିଆଯାଇଛି, ଯାହା 90Hz ରିଫ୍ରେଶ ରେଟ ସପୋର୍ଟ ସହିତ ଆସିଥାଏ | ସ୍କ୍ରିନର ପ୍ରୋଟେକ୍ସନ ପାଇଁ NEG Dinorex T2X -1 Glass ଲାଗିଛି |

ସ୍ମାର୍ଟଫୋନରେ MediaTek Helio G88 ପ୍ରୋସେସର ଦିଆଯାଇଛି, ଯାହା 4GB RAM ସହିତ ଆସିଥାଏ | ସେହିପରି ଏଥିରେ 64GB ଏବଂ 128GB ଷ୍ଟୋରେଜର ଅପସନ ମିଳିଥାଏ | ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ 256GB ପର୍ଯ୍ୟନ୍ତ ବଢାଯାଇପାରେ |

ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି, ଯାହାର ମେନ ଲେନ୍ସ 50MP ର ଅଟେ | ଏହାବ୍ୟତୀତ ଫୋନରେ 2MP ର ସେକେଣ୍ଡାରୀ ଲେନ୍ସ ଏବଂ AI ଲେନ୍ସ ମିଳିଥାଏ, ଯାହା କ୍ୱାଡ଼ LED ଫ୍ଲାସ ସହିତ ଆସିଥାଏ | ଫ୍ରଣ୍ଟରେ କମ୍ପାନୀ 8MP ର AI ଫିଚର ଥିବା ସେଲ୍ଫି କ୍ୟାମେରା ଦେଇଛି, ଯାହା ଡୁଆଲ LED ଫ୍ଲାସ ସହିତ ଆସିଥାଏ |

Infinix Hot 11s କୁ ପାୱାର ଦେବାପାଇଁ 5000mAh ର ବ୍ୟାଟେରୀ ଦିଆଯାଇଛି, ଯାହା 18W ର ଚାରଜିଙ୍ଗ ସପୋର୍ଟ ସହିତ ଆସିଥାଏ | ଫୋନର ଓଜନ ୨୦୫ ଗ୍ରାମ ଅଟେ | କନେକ୍ଟିଭିଟି ପାଇଁ Wi-Fi, 4G LTE, Bluetooth v5, USB Type-C ମିଳିଥାଏ | ଏଥିରେ ରିୟର ମାଉଁଟେଡ଼ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି |

Infinix Hot 11s କୁ ଆପଣ ୯,୯୯୯ ଟଙ୍କାରୁ କିଣିପାରିବେ | ଏହି ପ୍ରାଇସ ଫୋନର 4GB RAM + 64GB ଷ୍ଟୋରେଜ ଭାରିଆଣ୍ଟର ଅଟେ | ସେହିପରି ଏହାର 4GB RAM + 128GB ଷ୍ଟୋରେଜ ଭାରିଆଣ୍ଟ ୧୦,୯୯୯ ଟଙ୍କାରେ ମିଳୁଛି | ଡିଭାଇସକୁ ଆପଣ EMI ରେ ମଧ୍ୟ କିଣିପାରିବେ | Flipkart ରେ ଏହି ଫୋନ ୩୪୭ ଟଙ୍କାର EMI ରେ ମିଳୁଛି |

Leave A Reply

Your email address will not be published.