ଭିଡିଓ ଦେଖିଲେ ମଧ୍ୟ କହିପାରିବେ ନାହିଁ କାହାର ଥିଲା ଭୁଲ, ଭାଇରଲ ହେଲା ଅଜବ ପ୍ରକାରର ଆକ୍ସିଡେଣ୍ଟ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଗୋଟିଏ ଫନି ଆକ୍ସିଡେଣ୍ଟର ଭିଡିଓ ଭାଇରଲ ହେଉଛି | ଏହି ଭିଡିଓ ଦେଖି ସବୁଠାରୁ ପ୍ରଥମେ ତ ଆପଣଙ୍କୁ ହସ ଲାଗିବ | ଏହାପରେ ଆପଣ ଯେତେବେଳେ ଭିଡିଓରେ ଏହା ଦେଖିବାକୁ ଚେଷ୍ଟା କରିବେ ଯେ ଏହି ଆକ୍ସିଡେଣ୍ଟରେ କାହାର ଭୁଲ ଅଛି, ସେତେବେଳେ କାହାର ବି ଭୁଲ ଜଣାପଡିବ ନାହିଁ |

ରୋଡ଼ ଆକ୍ସିଡେଣ୍ଟର ମଜାଳିଆ ଘଟଣା :-

ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ରାସ୍ତା ଉପରେ କେତେବେଳେ କୋଉଠୁ କଣ ଆସିଯାଏ, କିଛି ବି ଜଣାପଡେ ନାହିଁ | ଆଜିକାଲି ରୋଡ଼ ଆକ୍ସିଡେଣ୍ଟର ଘଟଣା ସାଧାରଣ ହୋଇଯାଇଛି | ଅନେକଥର ଆମେ ନିଜ ଆଖିରେ ରାସ୍ତା ଉପରେ ଆକ୍ସିଡେଣ୍ଟ ଦେଖିଛନ୍ତି | ଆଜି ଆମେ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ତାହା ବହୁତ ମଜାଳିଆ ଅଟେ | ଭିଡିଓରେ ଦେଖାଯାଇପାରେ ଯେ ଜଣେ ଯୁବକ ରାସ୍ତା ପାର ହେବାକୁ ଚେଷ୍ଟା କରୁଛି | ଏହା ମଧ୍ୟରେ ଜଣେ ଯୁବକ ବହୁତ ସ୍ପିଡ଼ରେ ସାଇକେଲ ଚଳାଉଥିବାର ଦେଖାଯାଇପାରେ |

ଭିଡିଓରେ ଦେଖିପାରିବେ ଯେ ରାସ୍ତା ପାର କରିବାକୁ ଯାଉଥିବା ଯୁବକଙ୍କ ନଜର ସାଇକେଲ ଉପରେ ପଡିବା ମାତ୍ରେ ହିଁ ସେ ବହୁତ ସ୍ପିଡ଼ରେ ଆଗକୁ ଦୌଡିବାକୁ ଲାଗେ | କିନ୍ତୁ ତାର ଏହି ଭୁଲ ତା ଉପରେ ଭାରି ପଡ଼ିଯାଏ | ରାସ୍ତା ପାର କରୁଥିବା ଯୁବକ ଯାହାଠାରୁ ବଞ୍ଚିବାକୁ ଚେଷ୍ଟା କରେ, ଶେଷରେ ତା ସହିତ ହିଁ ଧକ୍କା ହୋଇଯାଏ |

ଦେଖନ୍ତୁ ଭିଡିଓ :-

https://twitter.com/i/status/1489939241937543172

IPS ଅଧିକାରୀ ସେୟାର କରିଛନ୍ତି ଭିଡିଓ :-

ଏହି ମଜାଳିଆ ଭିଡିଓକୁ IPS ଅଧିକାରୀ ଦୀପାନସୁ କାବ୍ରା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଏହାସହିତ ସେ କ୍ୟାପ୍ସନରେ ଲେଖିଛନ୍ତି, “ଭୁଲ କାହାର ?” | ୫ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି | ଭିଡିଓକୁ ଦେଖି ଲୋକମାନେ ମଜାଳିଆ କମେଣ୍ଟ କରୁଛନ୍ତି | ଜଣେ ୟୁଜର ଭିଡିଓ ଦେଖି କମେଣ୍ଟରେ ଲେଖିଛନ୍ତି, ‘ଭୁଲ ଚାଲି ଚାଲି ଯାଉଥିବା ୟୁବକଙ୍କର ଅଟେ, କାରଣ ସେ ରାସ୍ତା ଦେଖି ପାର ହେଉନଥିଲା |’ ସେହିପରି ଅନ୍ୟ ଜଣେ ୟୁଜର ସାଇକେଲ ଵାଲାର ଭୁଲ ବୋଲି କହିଛନ୍ତି | ତେବେ ଆପଣ କାହାର ଭୁଲ ଅଛି ବୋଲି ଭାବୁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

Leave A Reply

Your email address will not be published.