ଗୋଟିଏ ଡୋଜରେ ଶେଷ ହେବାକୁ ଯାଉଛି କରୋନା, Sputnik Light କୁ DCGI ଦେଲା ମଞ୍ଜୁରୀ

0

Get real time updates directly on you device, subscribe now.

କରୋନା ବିପକ୍ଷରେ ଲଢ଼ିବାକୁ ଭାରତକୁ ଏକ ନୂଆ ହତିଆର ମିଳିଯାଇଛି। ‘ସ୍ପୁତନିକ ଲାଇଟ’ କୁ ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆ ତରଫରୁ ସବୁଜ ସଙ୍କେତ ମିଳିସାରିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ରବିବାର ଦିନ ଟ୍ୱିଟ କରି ଏହାର ସୂଚନା ଦେଇଥିଲେ। ସ୍ପୁତନିକ ଲାଇଟ ଅନୁମତି ସହିତ ଏବେ ଦେଶରେ କରୋନାର ମୋଟ 9 ଭ୍ୟାକ୍ସିନ ରହିଛି ଯାହାର ବର୍ତ୍ତମାନ ବ୍ୟବହାର କରାଯାଉଛି। ସ୍ପୁତନିକ ଲାଇଟ, ସ୍ପୁତନିକ-ଭି ର କମ୍ପୋନେଟ ଏ ଭଳି ଅଟେ।

ଡ଼ଃ ରେଡ଼ିଜ ଲାବୋରେଟୋରିଜ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ପାଖରୁ ଏହାର ମଞ୍ଜୁରୀ ମାଗିଥିଲେ। ହାଇଦ୍ରାବାଦର ଏହି ମେଡ଼ିସିନ କମ୍ପାନୀ ସ୍ପୁତନିକ ଭି ର କ୍ଲିନିକାଲି ପରୀକ୍ଷଣ କରିବା ଓ ଭାରତରେ ଏହାର ବିତରଣ ପାଇଁ ରସିଆନ ଡ଼ାଇରେକ୍ଟ ଇଂଭେସ୍ଟମେଣ୍ଟ ଫଣ୍ଡ ସହିତ ସେପ୍ଟେମ୍ବର 2020 ରେ ଡ଼ିଲ କରିଥିଲେ। ଡ଼କ୍ଟର ରେଡ଼ିଜ ଲାବୋରେଟୋରିଜ ଅନୁସାରେ, ସ୍ପୁତନିକ ଲାଇଟକୁ ଆର୍ଜେଣ୍ଟିନା ଓ ରୁଷ ସମେତ 29 ଦେଶର ମାନ୍ୟତା ମିଳିଛି।

ସ୍ପୁତନିକର ଏହି ଲାଇଟ ଭର୍ସନ ଭ୍ୟାକ୍ସିନକୁ ମସ୍କୋ ସ୍ଥିତ ଗମଲେୟା ଇନଷ୍ଟିଚ୍ୟୁଟରେ ବିକଶିତ କରାଯାଇଛି। ଅନ୍ତିମ ମଞ୍ଜୁରୀ ପାଇଁ ଏହାକୁ ଭାରତୀୟ ମହାନିୟନ୍ତ୍ରକ ପାଖକୁ ପଠାଯାଇଛି। ଯେଉଁ ଲାଇଟ ଭର୍ସନକୁ ମଞ୍ଜୁରୀ ଦିଆଯାଇଛି, ସେହି ଭ୍ୟାକ୍ସିନ ସିଙ୍ଗଲ ଡୋଜରେ କରୋନା ଭାଇରସର ଖେଳ ଶେଷ କରିଦେବ।

ଏଥିପାଇଁ ଭ୍ୟାକ୍ସିନର ଦୁଇଟି ଡୋଜ ଲଗାଇବା ଜରୁରୀ ଅଟେ। କରୋନା ଭାଇରସ ବିପକ୍ଷରେ ସ୍ପୁତନିକ ଲାଇଟ ଭର୍ସନ 79.4 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ହେବାର ମିଳିଛି। ଭ୍ୟାକ୍ସିନକୁ ଡ଼ିସେମ୍ବର 5, 2020 ରୁ ନେଇ 15 ଏପ୍ରିଲ, 2020 ମଧ୍ୟରେ ଲୋକଙ୍କୁ ଦିଆଯାଇଛି। ଲୋକଙ୍କୁ ଭ୍ୟାକ୍ସିନ ଦେବାର 18 ଦିନପରେ ଡାଟା ଏକତ୍ରିତ କରାଗଲା। ଏହି ଅନୁମାନର ବିଶ୍ଳେଷଣରୁ ମିଳିଲା କି, ସିଙ୍ଗଲ ଡୋଜ ଵାଲା ସ୍ପୁତନିକ ଲାଇଟ 79.4 ପ୍ରତିଶତ ପ୍ରଭାବୀ ଅଟେ।

Leave A Reply

Your email address will not be published.