Under 19 world cup 2022: ମହେନ୍ଦ୍ର ସିଂ ଧୋନିଙ୍କ ପରି ଦୀନେଶ ବାନା ଛକା ମାରି ଜିତାଇଲେ ବିଶ୍ୱକପ, ପୁଣି ଲୋକଙ୍କ ହୃଦୟରେ ଆସିଲା 2011 ମସିହାର ଅନୁଭୂତି,ଦେଖନ୍ତୁ ଭିଡିଓ
ଭାରତର ଯୁବା ଖେଳାଳି ଏଣ୍ଟିଗାରେ ଇତିହାସ ରଚି ଦେଇଛନ୍ତି। ଭାରତୀୟ ଟିମ ଅଣ୍ଡର-19 ବିଶ୍ୱକପ 2022 ଫାଇନାଲ୍ କୁ ଦମଦାର ଖେଳ ଦେଖାଇ 4 ଉଇକେଟରେ ଜିତିନେଇଛି। ଭାରତ ପ୍ରଥମେ ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ 44.5 ଓଭରରେ ଇଂଲଣ୍ଡକୁ 189 ରନରେ ଅଲ ଆଉଟ କରିଥିଲା। ଏହାପରେ 47.4 ଓଭରରେ 6 ଉଇକେଟ ହରାଇ ଦଳ ବିଜୟ ହାସଲ କରିଥିଲା। ଭାରତ ତରଫରୁ ଦୀନେଶ ବାନା ଭାରତକୁ ଛକା ମାରି ବିଜୟ ଦେଇଥିଲେ। ଏହା ଠିକ ଏହିପରି ହୋଇଥିଲା ଯେବେ ମହେନ୍ଦ୍ର ସିଂହ ଧୋନୀ 2011 ମସିହାରେ ଛକା ମାରି ଭାରତକୁ 28 ବର୍ଷ ପରେ 50 ଓଭରରେ ଚମ୍ପିୟାନ କରାଇଥିଲେ। ବାନା ନିଜ ପାଳିରେ ଦୁଇଟି ଛକା ମାରିଛନ୍ତି ଓ ସେ 5 ଟି ବଲରୁ 13 ରନ କରି ନିଜ ଦଳକୁ ବିଜୟ ଦେଇଥିଲେ। ଏଥିସହ ଭାରତ 4 ବର୍ଷ ପରେ ପୁଣିଥରେ ଚମ୍ପିୟାନ ହୋଇଥିଲା।
ଭାରତୀୟ ବ୍ୟଟ୍ସମ୍ୟାନ ଦେଖାଇଲେ ସଂଯମତା:-
ଭାରତ ସାମ୍ନାରେ 190 ରନର ଲକ୍ଷ୍ୟ ଥିଲା। ଭାରତ ନିଜ ପାଳିର ଦ୍ଵିତୀୟ ବଲରେ ପ୍ରଥମ ଉଇକେଟ ହରାଇଥିଲା। ଏହାପରେ ହରନୂର ସିଂହ ଓ ଶେଖ ରସିଦଙ୍କ ମଧ୍ୟରେ ପାର୍ଟନରସିପ ହୋଇଥିଲା। ପୁଣି ଟିମ 95 ଓ 97 ରେ ଲଗାତାର ଦୁଇଟି ଉଇକେଟ ପକାଇ ଦେଇଥିଲେ। ଏହାପରେ ନିଶାନ୍ତ ସିନ୍ଧୁ, ରାଜ ବାୱା ଓ ଦୀନେଶ୍ ବାନାଙ୍କ ଶାନଦାର ପ୍ରଦର୍ଶନ ଦ୍ୱାରା ଦଳ ଚମ୍ପିୟାନ ହୋଇଥିଲା।
View this post on Instagram
ସର୍ବାଧିକ 5 ଥର ଅଣ୍ଡର-19 ବିଶ୍ୱକପ ବିଜେତା:-
ଏହାସହ ଭାରତ ଲଗାତାର 5 ଥର ଅଣ୍ଡର-19 ବିଶ୍ୱକପ ଜିତିନେଇଛି। ଟିମ ଇଣ୍ଡିଆ ଏହାପୂର୍ବରୁ 2000,2008,2012,2018 ଓ ଏବେ 2022 ରେ ଟ୍ରଫି ଜିତିନେଇଛି। ଏହାସହ ଭାରତ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର 8 ଥର ଫାଇନାଲ୍ ଖେଳିଥିବାର ରେକର୍ଡ଼ ନିଜ ନାମରେ କରିଛି। ଏହାସହ ଫାଇନାଲ୍ ମ୍ୟାଚ ଜିତି ଭାରତ ଇତିହାସ ରଚିଛି। ଭାରତ ପରେ ଅଷ୍ଟ୍ରେଲିଆ ନାମରେ ତିନିଥର ଏହି ରେକର୍ଡ଼ ରହିଥିବା ବେଳେ ପାକିସ୍ତାନ ନାମରେ ଦୁଇଥର ଏହି ରେକର୍ଡ ରହିଛି। ଏହି ଟିମ ବ୍ୟତୀତ ସାଉଥ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟ ଇଣ୍ଡିଜ ଓ ବାଂଲାଦେଶ ଥରେ ଲେଖାଏଁ ଟ୍ରଫି ଜିତିଛନ୍ତି।