କୃଷକ ଜଣକ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରର ଛାତ ଉପରେ କ୍ରେନ ଦ୍ୱାରା ରଖିଲେ ଟ୍ରାକ୍ଟର,ସବୁ ଅଞ୍ଚଳରୁ ଦେଖାଯାଉଛି ଏହି ଟ୍ରାକ୍ଟର,ଜାଣନ୍ତୁ କଣ ପାଇଁ ଏମିତି କଲେ !

0

Get real time updates directly on you device, subscribe now.

ଯେପରି ପୁରୁଣା ସମୟରେ କୃଷକ ଏବଂ ବଳଦର ସମ୍ପର୍କ ଥିଲା, ଠିକ ସେହିପରି ସମ୍ପର୍କ ଆଧୁନିକ ଯୁଗରେ କୃଷକ ଏବଂ ଟ୍ରାକ୍ଟରର ରହିଛି | ଟ୍ରାକ୍ଟର ଭରସାରେ କୃଷକ ନିଜ ଚାଷ କରିଥାଏ | ଯାହା ପାଖରେ ଟ୍ରାକ୍ଟର ଅଛି, ସେହି କୃଷକ ସମୃଦ୍ଧ ମଧ୍ୟ ଅଟେ | ରାଜସ୍ଥାନର ଶ୍ରୀଗଙ୍ଗାନଗରର ଜଣେ ଚାଷୀ କୃଷକ ଏବଂ ଟ୍ରାକ୍ଟରକୁ ଏହି ସମ୍ପର୍କର ସମ୍ମାନ ଦେବାପାଇଁ ଏମିତି କିଛି କରିଛନ୍ତି ଯେ ଆଖପାଖ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ |

ଘରର ଛାତ ଉପରେ ରଖାଇଲେ ଟ୍ରାକ୍ଟର :-

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ କୃଷକଙ୍କର NRI ପୁଅ ନିଜ ଘରର ଛାତ ଉପରେ ୩୩ ବର୍ଷ ପୁରୁଣା ଟ୍ରାକ୍ଟର ରଖାଇଛନ୍ତି | ଅନୁପଗଢ଼ ତହସିଲର ରାମସିଂହପୁର ଅଞ୍ଚଳରେ ରହୁଥିବା ଅଙ୍ଗରେଜ ସିଂହ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଟ୍ରାକ୍ଟରକୁ କିଣିଲେ ଏବଂ ତାପରେ ତାର ଡେଣ୍ଟିଙ୍ଗ-ପେଣ୍ଟିଙ୍ଗ କରାଇଲେ | ତାପରେ ତାକୁ ଗୋଟିଏ ବଡ଼ କ୍ରେନ ସାହାଯ୍ୟରେ ଛାତ ଉପରେ ରଖାଇଲେ |

ଅଙ୍ଗରେଜ ସିଂହ ଟ୍ରାକ୍ଟରରେ ଲାଇଟ ଏବଂ ମ୍ୟୁଜିକ ସିଷ୍ଟମ ମଧ୍ୟ ଲଗାଇଛନ୍ତି | ଆମେରିକାରୁ ଫେରିଥିବା କୃଷକଙ୍କ ପୁଅଙ୍କ ଏହି ଟ୍ରାକ୍ଟର ଦୂରରୁ ହିଁ ଦେଖାଯାଉଛି | ଅଙ୍ଗରେଜ ସିଂହ କହିଛନ୍ତି ଯେ କୃଷକମାନଙ୍କୁ ସମ୍ମାନ ଦେବାପାଇଁ ସେ ଏହା କରିଛନ୍ତି |

ବହୁତ ପରିଶ୍ରମ କରିବାପରେ ଛାତ ଉପରେ ରଖାଗଲା ଟ୍ରାକ୍ଟର :-

ରାମସିଂହପୁର ଥାନା ଅଂଚଳର ଗାଁ ୫୮ ଜିବିରେ ଜଣେ NRI କୃଷକ ନିଜର ନୁଆଁ ଘରେ ସିଫ୍ଟ ହେବା ପୂର୍ବରୁ ଗୋଟିଏ ଟ୍ରାକ୍ଟରକୁ କ୍ରେନ ସାହାଯ୍ୟରେ ଘରର ତିନି ମହଲା ଉପରେ ରଖାଇଛନ୍ତି |

NRI କୃଷକ ଅଙ୍ଗରେଜ ସିଂହ ମଲ୍ଲି ନିଜ ନୁଆଁ ଘରର ତିନି ମହଲା ଉପରେ ଆଧୁନିକ କ୍ରେନ ସାହାଯ୍ୟରେ ଘଣ୍ଟା ଘଣ୍ଟାର ପରିଶ୍ରମ ପରେ ଟ୍ରାକ୍ଟରକୁ ରଖାଇଲେ | କେବଳ ଏତିକି ନୁହେଁ, ତିନି ମହଲା ଉପରେ ରଖାଯାଇଥିବା ଟ୍ରାକ୍ଟରକୁ ପ୍ରତିଦିନ ରିମୋଟ ସାହାଯ୍ୟରେ ଷ୍ଟାର୍ଟ ମଧ୍ୟ କରାଯିବ, ଯେପରିକି ତାହା ଖରାପ ହେବନାହିଁ |

କୃଷକଙ୍କର ସ୍ୱପ୍ନ ଥିଲା ଛାତ ଉପରେ ଟ୍ରାକ୍ଟର ରଖିବାପାଇଁ :-

୧୯୯୨ ମସିହାରୁ ଆମେରିକାରେ ରହୁଥିବା NRI କୃଷକ ଅଙ୍ଗରେଜ ସିଂହ ମଲ୍ଲି କହିଛନ୍ତି ଯେ କୃଷକଙ୍କ ପାଇଁ ଟ୍ରାକ୍ଟର ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ | ତାଙ୍କ କହିବା ଅନୁଯାୟୀ ଟ୍ରାକ୍ଟର ସବୁ କୃଷକଙ୍କ ପାଇଁ ପୂଜନୀୟ ଅଟେ | ଟ୍ରାକ୍ଟର ସାହାଯ୍ୟରେ କୃଷକ ନିଜ କ୍ଷେତରେ ଫସଲ ଉତ୍ପାଦନ କରିଥାଏ ଏବଂ ଏହି ଫସଲ କୃଷକଙ୍କ ଭାଗ୍ୟକୁ ବଦଳାଇ ଦିଏ |

ତେଣୁ ସେ ନିଜର ନୁଆଁ ଘରର ସବୁଠାରୁ ଉପର ମହଲା ଉପରେ ଟ୍ରାକ୍ଟରକୁ ରଖି ତାକୁ ସମ୍ମାନ ଦେବାକୁ ଚେଷ୍ଟା କରିଛନ୍ତି | ମଲ୍ଲି କହିଛନ୍ତି ଯେ ସେ ପିଲାଟି ଦିନରୁ ବୁଲେଟ ମୋଟର ସାଇକେଲ ଏବଂ ଟ୍ରାକ୍ଟରକୁ ବହୁତ ଭଲ ପାଆନ୍ତି | ତାଙ୍କର ସ୍ୱପ୍ନ ଥିଲା ଯେ ଟ୍ରାକ୍ଟର ତାଙ୍କ ଘରର ଛାତ ଉପରେ ରଖାଯିବ ଏବଂ ଆଜି ସେ ନିଜର ଏହି ସ୍ୱପ୍ନକୁ ସାକାର କରିପାରିଲେ |

Leave A Reply

Your email address will not be published.