ମୋ କାହାଣୀ : ମୁଁ ମୋ ଭାଇ ସହିତ ବାହାଘର ହେବାକୁ ଚାହୁଁଛି, କିନ୍ତୁ ଏହି ସମ୍ପର୍କ ସ୍ୱୀକାର ଯୋଗ୍ୟ ନୁହେଁ !

0

Get real time updates directly on you device, subscribe now.

ମୁଁ ଜଣେ ଅବିବାହିତା ଝିଅ ଅଟେ | ମୁଁ ଏମିତି ଗୋଟିଏ ପରିସ୍ଥିତିରେ ଫସିଯାଇଛି, ଯାହା ବିଷୟରେ ସମସ୍ତଙ୍କୁ କହିପାରିବି ନାହିଁ | ବାସ୍ତବରେ, ମୁଁ ମୋ ସମ୍ପର୍କୀୟ ଭାଇଙ୍କୁ ଭଲପାଇ ବସିଛି, ଯିଏକି ସମ୍ପର୍କରେ ମୋର ମାମୁଁ ପୁଅ ଅଟେ | ସେ କେବଳ ମତେ ବହୁତ ଭଲପାଏ ନାହିଁ ବରଂ ଅନ୍ୟମାନଙ୍କ ଠାରୁ ମୋ କଥାକୁ ଅଧିକ ଚିନ୍ତା କରେ | ଆମ ଦୁହିଁଙ୍କ ମଧ୍ୟରେ ଭାଇ ଭଉଣୀ ଠାରୁ ଆହୁରି ଅଧିକ ସମ୍ପର୍କ ଅଛି | ପ୍ରକୃତରେ ଆମେ ଦୁହେଁ ତିନି ବର୍ଷ ଧରି ସମ୍ପର୍କରେ ଅଛୁ | ଆମ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଅଛି | ଆମେ ଦୁହେଁ ପରସ୍ପରର ଏତେ ପାଖକୁ ଆସିଯାଇଛୁ ଯେ ଆମେ ଜଣେ ସାଧାରଣ ସ୍ୱାମୀ-ସ୍ତ୍ରୀ ପରି ରହିବାକୁ ଚାହୁଁଛୁ |

ତେବେ ମୋ ସମସ୍ୟା ଏହା ଯେ ଆମେ ଦୁହେଁ ହିନ୍ଦୁ, ଯେଉଁ କାରଣରୁ ଆମ ବାପା ମା କେବେ ବି ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ହେବେ ନାହିଁ | ମୁଁ ଭଲ ଭାବେ ଜାଣିଛି ଯେ ହିନ୍ଦୁ ଧର୍ମ ଅନୁସାରେ ଏହି ସମ୍ପର୍କ ସ୍ୱୀକାର ଯୋଗ୍ୟ ନୁହେଁ, କିନ୍ତୁ ଆମେ ପରସ୍ପର ବିନା ରହିପାରିବୁ ନାହିଁ | ତାଙ୍କ ଘରେ ବାହାଘର ବିଷୟରେ କଥା ଚାଲିଲାଣି, ଯେଉଁ କାରଣରୁ ମୋ ହୃଦୟ ଭାଙ୍ଗିବାକୁ ଲାଗିଲାଣି | ଏପରି ପରିସ୍ଥିତିରେ ମୁଁ କଣ କରିବି କିଛି ବି ବୁଝିପାରୁ ନାହିଁ | କଣ ଆମେ ନିଜ ବାପା-ମାଙ୍କୁ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି କହିବୁ ?

ଏକ୍ସପର୍ଟଙ୍କ ଜବାବ :-

ଜୟପୁରରେ ମନୋବୈଜ୍ଞାନିକ ପରାମର୍ଶ କେନ୍ଦ୍ରର ପ୍ରତିଷ୍ଠାତା ଏବଂ ଅଲ ଇଣ୍ଡିଆ ଜୈନ ଡକ୍ଟର ଫୋରମର କାର୍ଯ୍ୟକାରୀ ସଦସ୍ୟ ଡ. ଅନାମିକା ପାପଡିବାଲ କହିଛନ୍ତି ଯେ ଭାଇ ଭଉଣୀ କିମ୍ବା ସମ୍ପର୍କୀୟ ରକ୍ତର ସମ୍ପର୍କରେ ବୈବାହିକ ସମ୍ପର୍କ ସ୍ଥାପନ କରାଯାଇପାରିବ ନାହିଁ | ଏହା ଏଥିପାଇଁ କାରଣ ଏହା କେବଳ ସମାଜରେ ଥିବା ନିୟମ ବିରୁଦ୍ଧ ନୁହେଁ, ବରଂ ମେଡିକାଲ ଟର୍ମରେ ମଧ୍ୟ ଏହାକୁ ଠିକ ବୋଲି କୁହାଯାଇନାହିଁ |

ଦୁଇଜଣ ଅଲଗା ଅଲଗା ଲୋକଙ୍କ ମଧ୍ୟରେ ବୈବାହିକ ସମ୍ବନ୍ଧ ହେବା ପଛରେ ଗୋଟିଏ ବାୟୋଲୋଜିକାଲ ରିଜିନ ଥାଏ, ଯେଉଁ କାରଣରୁ ରକ୍ତ ସମ୍ପର୍କରେ ବିବାହ କରାଯାଇନଥାଏ | ସେହିପରି କୌଣସି କାରଣବଶତଃ ଗୋଟିଏ କାଟାଗୋରି ଥିବା ଲୋକ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ସେମାନଙ୍କ ଠାରୁ ହେବାକୁ ଯାଉଥିବା ପିଲାମାନଙ୍କ ମଧ୍ୟରେ ଅନେକ ପ୍ରକାରର ରୋଗ ହେବାର ବିପଦ ରହିଥାଏ |

ବାସ୍ତବରେ ରକ୍ତ ସମ୍ପର୍କରେ ବୈବାହିକ ସମ୍ପର୍କ ରଖିବା ଦ୍ୱାରା ଜନ୍ମ ହେବାକୁ ଯାଉଥିବା ପିଲାକୁ ମାନସିକ ଏବଂ ଶାରୀରିକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ | ଏହି କାରଣରୁ ମଧ୍ୟ ବିବାହ ପାଇଁ ବର-କନ୍ୟାଙ୍କ ପ୍ରସ୍ତାବ ସବୁବେଳେ ଦୂର ଦୁରାନ୍ତରେ ରଖାଯାଇଥାଏ | ଆପଣ ଚାହିଁଲେ ନିଜ ନିକଟସ୍ଥ କୌଣସି ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଠାରୁ ମଧ୍ୟ ଏହି ବିଷୟରେ ପରାମର୍ଶ ନେଇପାରିବେ | ସେ ଆପଣଙ୍କୁ ଏହି କଥା ଭଲ ଭାବରେ ବୁଝାଇ ପାରିବେ |

ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଉପରେ ଆଙ୍ଗୁଠି ଉଠିବ :-

ଏହି ସମ୍ପର୍କକୁ କେବେ ବି ଅନୁମତି ମିଳିବ ନାହିଁ ଏବଂ ଯଦି ବି ଲକ୍ଷ ଲକ୍ଷ ଚେଷ୍ଟା ପରେ ଅନୁମତି ମିଳିଯାଏ, ତେବେ ଆପଣଙ୍କ ବାପାମା ଏସବୁ ସହିପାରିବେ ନାହିଁ | ସମାଜରେ ଆପଣଙ୍କର ବଦନାମୀ ହେବ | ଭାଇ ଭଉଣୀର ପବିତ୍ର ସମ୍ପର୍କ ଉପରେ କେବଳ ଆଙ୍ଗୁଠି | ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିବ ଯେ କେମିତି ଭାଇ ଭରସାରେ ଭଉଣୀକୁ ଛାଡି ହେବ ? ଆଜିର ସମୟରେ ଭାଇ ପାଖରେ ମଧ୍ୟ ଭଉଣୀ ସୁରକ୍ଷିତ ନୁହେଁ |

ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ :-

ଏହି ପୁରା ମାମଲାରେ ମୁଁ ଆପଣଙ୍କୁ ଏହା ପରାମର୍ଶ ଦେବାକୁ ଚାହିଁବି ଯେ ସାମାଜିକ, ମାନସିକ ଏବଂ ଶାରୀରିକ ସବୁ ପରିସ୍ଥିତିକୁ ଭାବିଚିନ୍ତି, ବୁଝି ବିଚାରି ଜୀବନର ନିଷ୍ପତ୍ତି ନିଅନ୍ତୁ | ଆପଣ ଚାହିଁଲେ କୌଣସି ସାଇକୋଥେରେପିସ୍ଟଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ | ଆପଣ ଚାହିଁଲେ ତ ଏହି ସମ୍ପର୍କକୁ ଏଇଠି ଶେଷ କରି ନିଜ ବାପାମାଙ୍କ ଇଚ୍ଛାରେ ଅନ୍ୟ ସ୍ଥାନରେ ବିବାହ କରି ନିଜର ଭବିଷ୍ୟତ ଜୀବନକୁ ଖୁସିରେ ବଦଳାଇ ଦେଇପାରିବେ | ଏହାଦ୍ୱାରା ଆପଣ ଭାଇ-ଭଉଣୀର ପବିତ୍ର ସମ୍ପର୍କ ଉପରେ ଆଙ୍ଗୁଠି ଉଠିବାରୁ ବଞ୍ଚାଇ ପାରିବେ ଏବଂ ଏହାସହିତ ଘରର ବାତାବରଣ ମଧ୍ୟ ଖରାପ ହେବାକୁ ବଞ୍ଚାଇ ପାରିବେ |

Leave A Reply

Your email address will not be published.