ଗୁଗୁଲର ସର୍ଚ୍ଚ ଇଞ୍ଜିନକୁ ହ୍ୟାକ କରିବା ପରେ ବିହାର ଯୁବକଙ୍କୁ ଗୁଗୁଲ କୋଟିଏ ଟଙ୍କାର ଦରମାର ଚାକିରି ଦେଲା, ସତ୍ୟତା କଣ ଜାଣନ୍ତୁ?

0

Get real time updates directly on you device, subscribe now.

ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲାକି, ବିହାରର ଜଣେ ଯୁବକ ବିଶ୍ୱର ସବୁଟାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ହ୍ୟାକ କରିଥିଲେ ଏହା ସହ ବିହାରର ଜଣେ ଯୁବକଙ୍କୁ ଗୁଗୁଲ ତରଫରୁ ମୋଟା ବେତନର ଚାକିରି ମଧ୍ୟ ମିଳିଛି। ଏ ବିଷୟରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ବହୁତ ଭାଇରାଲ ହୋଇଥିଲା। ବାସ୍ତବ କଥା ହେଉଛିଯେ ପ୍ରତ୍ୟେକଟି କମ୍ପାନୀ ସେମାନଙ୍କର ଭୁଲ ଧରୁଥିବା ଲୋକମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥାନ୍ତି, ହେଲେ ଗୁଗୁଲର ଭୁଲ ଧରିବା ଓ ସର୍ଚ୍ଚ ଇଞ୍ଜିନକୁ ହ୍ୟାକ କରିବା ପରେ କମ୍ପାନୀ ତରଫରୁ ତାଙ୍କୁ ମୋଟା ବେତନରେ ଚାକିରି ଦିଆଯିବା ମନ୍ତବ୍ୟ ଉପରେ ସଂପୃକ୍ତ ଯୁବକ ଋତୁରାଜ ସ୍ପଷ୍ଟ କରିଛନ୍ତି।

ଋତୁରାଜ କହିଛନ୍ତିକି ଗୁଗୁଲର ସର୍ଚ୍ଚ ଇଞ୍ଜିନରେ ସେ ଏକ ଭୁଲ ଧରିଥିଲେ, ଯାହାକି ଗୋପନୀୟତା-୨ ରେ ରହିଛି। ହେଲେ ଏ ବିଷୟରେ ଯେଉଁ ଗୁଜବ ପ୍ରଚାର ହୋଇଛି ତାହାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତିକି ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲାକି ଏଥିପାଇଁ ଗୁଗୁଲ ତରଫରୁ ତାଙ୍କୁ ବାର୍ଷିକ ୩.୩୬ କୋଟି ଟଙ୍କା ଦରମାର ଏକ ଚାକିରି ମଧ୍ୟ ଦିଆଯାଇଛି। ଏହାକୁ ଋତୁରାଜ ଅସ୍ୱିକାର କରିଛନ୍ତି।

ସେ କହିଛନ୍ତିକି ଏଭଳି କିଛି ହୋଇ ନାହିଁ। ସେ ଆହୁରି କହିଛନ୍ତିକି ସର୍ଚ୍ଚ ଇଞ୍ଜିନରେ କିଛି ଭୁଲକୁ ଧରିବା ଓ ହ୍ୟାକ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଏହା ସହିତ ରାତାରାତି ପାସପୋର୍ଟ ତିଆରି ହୋଇଥିବା କଥାକୁ ମଧ୍ୟ ସେ ଖଣ୍ଡନ କରି କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପାସପୋର୍ଟ ପ୍ରସ୍ତୁତ ହୋଇ ନାହିଁ। ଗୁୁଗୁଲ କେବଳ ତାଙ୍କ ନାମରେ ଏକ ମେସନ କରିଛି ଓ ପୁରସ୍କାର ମଧ୍ୟ ଦେଇନାହିଁ।

Leave A Reply

Your email address will not be published.