କୋଷ୍ଟ ଗାର୍ଡରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ଖୁସିଖବର। ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି। ଭାରତୀୟ ତଟ ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଅଛି। ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ ପଦବୀ ପାଇଁ ବମ୍ପର ନିଯୁକ୍ତି ହେଉଅଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ସେମାନେ ଏହାର ଅଧିକାରିକ ୱେବସାଇଟ joinindiancoastguard.gov.in. କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
ଜରୁରୀ ତାରିଖ:-
ଆବେଦନ କରିବାର ପ୍ରକ୍ରିୟା ୧୬ ଫେବୃଆରୀ ତାରିଖରୁ ଆରମ୍ଭ ହୋଇ ୨୬ ଫେବୃଆରୀ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ବିବରଣୀ:-
କୋଷ୍ଟ ଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ
ଆବେଦନର ଶୁଳ୍କ:-
ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀମାନଙ୍କ ପାଇଁ ୨୫୦ ଟଙ୍କା ରହିଥିବା ସମୟରେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀମାନେ ନିଶୁଳ୍କରେ ମଧ୍ୟ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା:-
ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ନିର୍ଦ୍ଧାରିତ କରାଯାଇଛି। ଆପଣ ଏହି ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନକୁ ଡାଉନଲୋଡ କରନ୍ତୁ।
ବୟସର ସୀମା:-
ଆବେଦନକାରୀଙ୍କର ବୟସ ପଦବୀ ଅନୁସାରେ ଭିନ୍ନ ଭିନ୍ନ ଅଛି। ଏହି ବିଷୟରେ ଅଧିକା ଜାଣିବା ପାଇଁ ଆପଣ ନୋଟିଫିକେସନ ଦେଖିପାରିବେ।
ଆବେଦନର ପ୍ରକ୍ରିୟା:-
ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଅଧିସୂଚନାକୁ ଡାଉନଲୋଡ କରି ପଢିବା ପରେ ନିର୍ଦ୍ଦେଶ ଅନୁସାରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ରହିବା ଅନୁଚିତ।
ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-
https://freeebook.jagranjosh.com/free-pdf-page?file=download-coast-guard-ac-recruitment-2022-notification-pdf-here.pdf