ବହୁତ ଜଲଦି ସନ୍ୟାସ ଘୋଷଣା କରିବେ ଭାରତୀୟ ଦଳର ଏହି ବ୍ୟାଟ୍ସମ୍ୟାନ୍ ! ଦୀର୍ଘ ୪ ବର୍ଷ ହେଲାଣି ଦଳଠାରୁ ବାହାରେ ଅଛନ୍ତି !

0

Get real time updates directly on you device, subscribe now.

ଭାରତୀୟ ଦଳର ଲଢୁଆ ଓପନର ରୋହିତ ଶର୍ମା ବ୍ୟାଟ୍ସମ୍ୟାନ କିଛି ବର୍ଷଧରି ଭାରତୀୟ ଦଳର ମୁଖ୍ୟ ଶକ୍ତି ଭାବେ ପରିଚିତ|ପାଳିର ଆରମ୍ଭ କରି ରୋହିତ ଭାରତୀୟ ଦଳକୁ ବହୁବାର ଜିତାଇଛନ୍ତି|କିନ୍ତୁ ରୋହିତ ଯେତେବେଳେ ଓପନିଙ୍ଗରେ ନିଜର ଜାଗା ପକା କରିଛନ୍ତି ତେଵେ ବହୁ ଓପନର କ୍ୟାରିୟର ବରବାଦ ହୋଇଗଲା|ଏହି ଲିଷ୍ଟରେ ଏପରି ଏକ ନାଁ ରହିଛି ଯାହା ପୂର୍ବରୁ ୪ ବର୍ଷ ଧରି ଦଳରୁ ବାହାରେ ରହିଛନ୍ତି|ଏହି ଖେଳାଳୀ ପାଖରେ ସନ୍ୟାସ ବ୍ୟତୀତ କୈଣସି ବିକଳ୍ପ ନାହିଁ|

ଭାରତୀୟ ଟେଷ୍ଟ ଦଳର ଓପନିଙ୍ଗ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଏକଦା ଭାରତୀୟ ଦଳର ପସନ୍ଦୀୟ ଓପନର ଥିଲେ|କିନ୍ତୁ କିଛି ବର୍ଷଧରି ବିଜୟକୁ ଦଳରେ ସ୍ଥାନ ମିଳିନାହିଁ|ଡିସେମ୍ବର ୨୦୧୮ ରେ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ମ୍ୟାଚ ଖେଳିଥିଲେ|ଏହାପରେ ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା ତାଙ୍କ ପର କାଟିଦେଲେ|ଏଵେ ଏପରି ଲାଗୁନି ଯେ ବିଜୟ ଦଳକୁ ଫେରି ପାଇବେ|କାରଣ ମୁରଲୀ ଘରୋଇ କ୍ରିକେଟରେ ମଧ୍ୟ ଆକ୍ଟିଭ ନୁହନ୍ତି|୩୭ ବର୍ଷୀୟ ଏହି ଖେଳାଳୀଙ୍କ ପାଖରେ ଏଵେ କୈାଣସି ବିକଳ୍ଫ ନାହିଁ|ସେ ଏହା ଶିଘ୍ର କରିଦେଇ ପାରନ୍ତି|

ମୁରଲୀ ଟେଷ୍ଟ କ୍ରିକେଟରେ ମୋଟ ୬୧ ମ୍ୟାଚ ଖେଳି ମୋଟ ୩୯୮୨ ରନ ବନାଇଛନ୍ତି|ଏଥିରେ ସେ ୧୨ ଶତକ ଲଗାଇଛନ୍ତି|ଏକଦିବସୀୟ ଓ ଟି-୨୦ ରେ ଅଧିକ ସୁଯୋଗ ନମିଳିବାରୁ ସେ ପ୍ରଦର୍ଶନ କରି ପାରିନଥିଲେ|ପୁର୍ବ ୩ ବର୍ଷ ଧରି ସେ ଦଳରୁ ବାହାରେ ଅଛନ୍ତି|ଏଵେ ରୋହିତ ଓ ରାହୁଲଙ୍କ ଫର୍ମକୁ ଦେଖି ଲାଗୁନାହିଁ ଯେ ତାଙ୍କୁ ଦଳରେ ସ୍ଥାନ ମିଳିବ|

ରୋହିତ ଏଵେ କେବଳ ଭାରତର ବେଷ୍ଟ ଓପନର ନାହିଁ ଦୁନିଆର ମଧ୍ୟ ଅଟନ୍ତି|ଏକଦିବସୀୟ ଓ ଟି-୨୦ରେ ରାଜ କରୁଥିବା ରୋହିତଙ୍କ ନାମ ପ୍ରଥମେ ଟେଷ୍ଟ କ୍ରିକେଟରେ କୈାଣସି ଶତକ ବିଦେଶ ମାଟିରେ ନଥିଲା କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ନିକଟରେ ହୋଇଥିବା ଗସ୍ତରେ ସେ କରି ଦେଖାଇଛନ୍ତି|ରୋହିତଙ୍କ ନାମରେ ଏକଦିବସୀୟ ମ୍ୟାଚରେ ୩ଟି ଦ୍ୱିଶତକ ରହିଛି|ଏହି ସମୟରେ କୈଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ପାଖ ମାଡି ପାରୁନାହିଁ|

ନିକଟରେ ଟି-୨୦ ବିଶ୍ୱକପରେ ଭାରତ ହାରିବା ସହ କୋହଲି ଦଳର ଅଧିନାୟକ ଛାଡିଥିଲେ|ଫଳରେ ବୋର୍ଡ ରୋହିତଙ୍କୁ ଦଳର କ୍ୟାପଟେନ ଭାବେ ଘୋଷଣା କରିଥିଲେ|ଏହାପରେ ବିସିସିଆଇ ତାଙ୍କୁ ଏକଦିବସୀୟ ମ୍ୟାଚର ଅଧିନାୟକ ଦାୟିତ୍ଵ ଦେଇଥିଲେ ଓ ଏବେ ସେ ଦୁଇ ଫର୍ମାଟର ଅଧିନାୟକ ଅଟନ୍ତି|

Leave A Reply

Your email address will not be published.