ଭୟଙ୍କର ସଡକ ଦୁର୍ଘଟଣା : ଟ୍ରକ ଭିତରେ ଯାଇ ପଶିଗଲା ଦ୍ରୁତ ଗତିରେ ଯାଉଥିବା କାର,୫ଜଣଙ୍କର ମୃତ୍ୟୁ..

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ରାମପୁରରେ ଶୁକ୍ରବାର ଦିନ ରାତିରେ ହୋଇଥିବା ସଡକ ଦୁର୍ଘଟଣାରେ ୫ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି | ସୂଚନା ଅନୁଯାୟୀ ଏଠାରେ ଗୋଟିଏ ଅନିୟନ୍ତ୍ରିତ କାର ଟ୍ରକରେ ଯାଇ ପଶିଗଲା | ଦୁର୍ଘଟଣାର ଶିକାର ହୋଇଥିବା କାରରେ ଡ୍ରାଇଭର ସହିତ ୬ଜଣ ଲୋକ ବସିଥିଲେ, ଯେଉଁମାନଙ୍କ ମଧ୍ୟରୁ ୫ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା | ଦୁର୍ଘଟଣାରେ ଡ୍ରାଇଭର ବହୁତ ଜୋରରେ ଆହତ ହୋଇଯାଇଛି, ଯାହାର ଚିକିତ୍ସା ଜାରି ରହିଛି |

ଏହି ଦୁର୍ଘଟଣା ରାମପୁରର ଟାଣ୍ଡା ଥାନା ଅଞ୍ଚଳର ଅଟେ | କାରରେ ବସିଥିବା ସମସ୍ତ ୬ଜଣ ଲୋକ ୟୁପି-ଉତ୍ତରାଖଣ୍ଡ ବର୍ଡ଼ରରେ ଥିବା ସ୍ବାର ସହରରେ ବିବାହ ସମାରୋହରେ ସାମିଲ ହୋଇ ନିଜ ଘର ମୁରାଦାବାଦ ଫେରୁଥିଲେ | ଏହି ସମୟରେ କାର ଅନିୟନ୍ତ୍ରିତ ହୋଇ ଆଗରେ ଚାଲୁଥିବା ଟ୍ରକରେ ପଶିଗଲା | ସୂଚନା ମିଳିବା ମାତ୍ରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତକମାନଙ୍କର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି | ସେହିପରି ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି |

ଟାଣ୍ଡାର ଏସଡ଼ିଏମ ରାଜେଶ କୁମାରଙ୍କ ଅନୁଯାୟୀ ଦୁର୍ଘଟଣା ଟାଣ୍ଡାର ସିକମପୁର ଅଂଚଳରେ ହୋଇଛି | ଘଟଣାସ୍ଥଳ ପାଖରେ ଗୋଟିଏ ଛକ ଅଛି | ଆଶଙ୍କା ରହିଛି ଯେ କାର ଏଠାରେ ସ୍ପିଡ଼ ବ୍ରେକର ଦ୍ୱାରା ଯିବା ପରେ ଅନିୟନ୍ତ୍ରିତ ହୋଇଗଲା | ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମୁରାଦାବାଦର ଜୟନ୍ତିପୁରର ବାସିନ୍ଦା ଭାବରେ ହୋଇଛି | ଦୁର୍ଘଟଣାର ଶିକାର ହୋଇଥିବା ସବୁ ଲୋକ ଇକୋ ଗାଡ଼ିରେ ବସି ଯାଉଥିଲେ | ଅନିୟନ୍ତ୍ରିତ କାର ଯେଉଁ ଟ୍ରକ ସହିତ ଧକ୍କା ହେଲା, ତା ବିଷୟରେ ମଧ୍ୟ ପଚରାଉଚରା କରାଯାଉଛି |

ସେପଟେ ଉନ୍ନବରେ ପୋଲିସ ଭ୍ୟାନ ଉପରେ ଟ୍ରକ ଓଲଟିଲା, ୩ଜଣ ପୋଲିସ ମୃତ :-

ୟୁପିର ଉନ୍ନବରେ ମଧ୍ୟ ଶୁକ୍ରବାର ଦିନ ବଡ଼ ସଡକ ଦୁର୍ଘଟଣା ହୋଇଛି | ଏଠାରେ ରାସ୍ତା କଡରେ PRV ଗାଡି ଉପରେ ଟ୍ରକ ଓଲଟି ପଡିଲା | ଟ୍ରକ ଓଲଟିବା କାରଣରୁ PRV ରେ ଥିବା ସବୁ ପୋଲିସ ଚାପି ହୋଇଗଲେ, ଯେଉଁଥିରେ ୩ଜଣ ପୋଲିସଙ୍କ ମୃତ୍ୟୁ ହୋଇଗଲା | ଏହାବ୍ୟତୀତ ଦୁର୍ଘଟଣାରେ ଜଣେ ପୋଲିସ ଗୁରୁତର ଭାବେ ଆହତ ହୋଇଛନ୍ତି | ମରିଯାଇଥିବା ଲୋକମାନଙ୍କ ମଧ୍ୟରେ ୨ଜଣ ମହିଳା କନେଷ୍ଟବଳ ଏବଂ ଜଣେ ପୁରୁଷ କନେଷ୍ଟବଳ ସାମିଲ ଅଛନ୍ତି |

Leave A Reply

Your email address will not be published.