ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା : ସରକାର ପଠାଇଲେ କିସ୍ତି ଟଙ୍କା କିନ୍ତୁ ଚାଷୀଙ୍କ ଆକାଉଣ୍ଟକୁ ଆସିନି, ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ଦେଶରେ ଆଗକୁ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ଆସୁଅଛି। ଏହାରି ମଧ୍ୟରେ ପିଏମ କିଷାନର ଡିସେମ୍ୱର ଓ ମାର୍ଚ୍ଚ ମାସର କିସ୍ତି ଚାଷୀମାନଙ୍କ ନିକଟକୁ ଆସିବା ଜାରି ରହିଛି। ଏହାପରେ ମଧ୍ୟ ୨ କୋଟି ୨୦ ଲକ୍ଷରୁ ଅଧିକ ଚାଷୀ ୨ ହଜାର ଟଙ୍କାର ପିଏମ କିଷାନର କିସ୍ତିକୁ ଅପେକ୍ଷା କରି ରହିଛନ୍ତି। ପିଏମ କିଷାନ ପୋର୍ଟାଲରେ ଦିଆଯାଇଥିବା ତଥ୍ୟ ଅନୁସାରେ, ମୋଟ ୧୨.୪୭ କୋଟି ଚାଷୀ ଏଥିରେ ପଞ୍ଜୀକରଣ କରିଛନ୍ତି। ଏଥିରୁ ୧୦.୬୦ କୋଟିରୁ ଅଧିକ ଚାଷୀଙ୍କର FTO ଜେନେରେଟ ହୋଇସାରିଛି ଏବଂ ୧୦.୨୨ କୋଟି ଚାଷୀଙ୍କର ଆକାଉଣ୍ଟକୁ ଡିସେମ୍ୱର ରୁ ମାର୍ଚ୍ଚ ମାସ ମଧ୍ୟରେ କିସ୍ତି ପହଞ୍ଚିସାରିଛି।

ଯେଉଁ ଚାଷୀମାନଙ୍କର ଏଫଟିଓ ଜେନେରେଟ ହୋଇସାରିଛି, ସେଥିରୁ ୧୬.୬୩ ଲକ୍ଷ ଚାଷୀଙ୍କର ପେମେଣ୍ଟ ରିସପଣ୍ଡ ପେଣ୍ଡିଂ ରହିଛି। ଏହା ସହିତ ୨୧.୬୪ ଲକ୍ଷ ଚାଷୀଙ୍କର ଆକାଉଣ୍ଟରେ ଆଦୌ ଟଙ୍କା ପହଞ୍ଚିନାହିଁ। ଅର୍ଥାତ ସରକାର ଟଙ୍କା ପଠାଇଛନ୍ତି, କିନ୍ତୁ ବୈଷୟିକ ତ୍ରୁଟି ପାଇଁ ଚାଷୀଙ୍କର ଖାତାକୁ ଟଙ୍କା ଯାଇପାରୁ ନାହିଁ।

ଟଙ୍କା ପାଇନଥିବା ଚାଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚାଷୀ ଉତ୍ତରପ୍ରଦେଶରୁ ରହିଛନ୍ତି। ଉତ୍ତରପ୍ରଦେଶର ୧୪.୮୮ ଲକ୍ଷ ଚାଷୀଙ୍କର ଖାତାରେ ବର୍ତ୍ତମାନ ସୁଦ୍ଧା ଟଙ୍କ ପହଞ୍ଚି ନାହିଁ। ଅନ୍ୟପଟେ ପେମେଣ୍ଟ ଫେଣ୍ଡିଂ ମାମଲାରେ ୧.୯୬ ଲକ୍ଷ ଚାଷୀଙ୍କର ଭାଗ୍ୟ ଝୁଲି ରହିଛି। ମଣିପୁରରେ ସର୍ବାଧିକ ୩ ଲକ୍ଷ ଚାଷୀଙ୍କର ଭାଗ୍ୟ ବର୍ତ୍ତମାନ ଝୁଲିରହିଛି। ଏହାପରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଆସାମର ଚାଷୀମାନେ ରହିଛନ୍ତି।

ଯଦି ଆପଣଙ୍କୁ ୨ ହଜାର ଟଙ୍କାର ପୂର୍ବରୁ ମିଳିବାକୁ ଥିବା କିସ୍ତି ମିଳିପାରି ନାହିଁ, ତେବେ କାଗଜପତ୍ରରେ କୌଣସି ପ୍ରକାର ତ୍ରୁଟି ଥାଇପାରେ। ଆଧାର ନମ୍ୱର, ଆକାଉଣ୍ଟ ନମ୍ୱରରେ ମଧ୍ୟ ଭୁଲ ହୋଇଥାଇପାରେ। ଯଦି ଏପରି କିଛି ହୋଇଥିବ ତେବେ ଭବିଷ୍ୟତରେ ମଧ୍ୟ ଆପଣଙ୍କୁ କିସ୍ତି ମିଳିନପାରେ।

Leave A Reply

Your email address will not be published.