କେବଳ ନାକକୁ କଭର କରିଥାଏ ଏହି ଅଜବ ମାସ୍କ, ଫାଇଦା ଜାଣିଲେ ଆଜି ହିଁ କିଣିବାକୁ ଇଛା ହେବ

0

Get real time updates directly on you device, subscribe now.

ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି | ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ କରୋନାର ଶିକାର ହୋଇଯାଇଛନ୍ତି | ସେହିପରି କରୋନାଠାରୁ ବଞ୍ଚିବାପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ | ଏକାପ୍ରକାରରେ ମାସ୍କ ବର୍ତ୍ତମାନ ଆମ ଜୀବନପାଇଁ ବାଧ୍ୟତାମୂଳକ ହୋଇଗଲାଣି | ଆପଣ ଘରେ ରୁହନ୍ତୁ କିମ୍ବା ବାହାରକୁ ବାହାରନ୍ତୁ, ମାସ୍କ ଲଗାଇବା ଜରୁରୀ ଅଟେ | ତେବେ କିଛି ଲୋକଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡିଥାଏ |

କୋରିଆର କମ୍ପାନୀ ତିଆରି କଲା ଅଜବ ମାସ୍କ :-

କିଛି ଲୋକଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡିଥାଏ ଏବଂ ଖାଇବା ପିଇବା ସମୟରେ ମାସ୍କ ଖୋଲିବାକୁ ପଡିଥାଏ | ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ଗୋଟିଏ କମ୍ପାନୀ ଗୋଟିଏ ଅଜବ ମାସ୍କ ତିଆରି କରିଛି | ଏହି ଅଜବ ମାସ୍କ ନିଜ ଡିଜାଇନ କାରଣରୁ ସାରା ଦୁନିଆରେ ହେଡଲାଇନରେ ରହୁଛି |

ଦକ୍ଷିଣ କୋରିଆ କମ୍ପାନୀ ଏଟମନ ଏହି ଅନନ୍ୟ ମାସ୍କକୁ ତିଆରି କରିଛ | ଏହି ମାସ୍କରେ ଅଜବ କଥା ଏହା ଯେ ଏହା କେବଳ ନାକକୁ ହିଁ କଭର କରିଥାଏ ଏବଂ ଏହାକୁ ପିନ୍ଧିବପରେ ଆପଣଙ୍କ ମୁହଁ ଖୋଲା ରହିଥାଏ | ଏହି କାରଣରୁ ଏହାର ନାମ ‘Kosk ‘ ରଖାଯାଇଛି | ତେବେ ଏହା ପୁରା ମାସ୍କ ମଧ୍ୟ ଅଟେ ଏବଂ ଆପଣ ଚାହିଁଲେ ଏହାକୁ ପୁରା ମଧ୍ୟ ପିନ୍ଧିପାରିବେ, ଅଥବା ଏହାକୁ ଫୋଲଡ଼ କରି ନାକ ପର୍ଯ୍ୟନ୍ତ ହିଁ ସୀମିତ ରଖିପାରିବେ |

ଶ୍ୱାସକ୍ରିୟା ପାଇଁ ଅସୁବିଧାରେ ଫଳପ୍ରଦ :-

ଏହାର ଅନନ୍ୟ ଷ୍ଟାଇଲ କାରଣରୁ ଏହି ମାସ୍କ ଖାଇବା- ପିଇବା ସମୟରେ ବହୁତ ଲାଭ ଦେବ | ଏହା ସେହି ଲୋକଙ୍କ ପାଇଁ ଅଧିକ ଲାଭଦାୟକ ଅଟେ, ଯାହାକୁ ଶ୍ୱାସକ୍ରିୟାରେ ଅସୁବିଧା ସାମ୍ନା କରିବାକୁ ପଡୁଥିଲା | ଏହି ମାସ୍କର ନାମ ଏଥିପାଇଁ ‘Kosk’ ରଖାଯାଇଛି, କାରଣ ‘Kosk’ କୋରିଆରେ ନାକ ପାଇଁ ୟୁଜ ହେଉଥିବା ଶବ୍ଦ ‘Ko’ ଏବଂ ମାସ୍କ ସହିତ ମିଶି ପ୍ରସ୍ତୁତ ହୋଇଛି |

ଯଦି ଆପଣ ଏହି ମାସ୍କ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଅନେକ ଅନଲାଇନ ପ୍ଲାଟଫର୍ମରେ କିଣିପାରିବେ | ଏହି ମାସ୍କକୁ KF80 ଟ୍ୟାଗ ଦିଆଯାଇଛି | କାରଣ ଏଥିରେ K Korean ଏବଂ F ଶବ୍ଦ ଫିଲ୍ଟର ପାଇଁ ବ୍ୟବହାର କରାଯାଇଛି | ଏହାକୁ ତିଆରି କରିଥିବା କମ୍ପାନୀ ଦାବି କରିଛି ଯେ ଏହାଦ୍ୱାରା ୦.୩ ମାଇକ୍ରୋନ କୋଣକୁ ୮୦ ପରସେଣ୍ଟ ଦକ୍ଷତା ସହିତ ଫିଲ୍ଟର କରାଯାଇପାରେ |

Leave A Reply

Your email address will not be published.