ନିଜ ପ୍ରେମିକକୁ ଭେଟ କରିବାକୁ 6000 କିଲୋମିଟର ଦୂରରୁ ଆସିଲେ ଯୁବତୀ, କିନ୍ତୁ ପରେ ସାମ୍ନାକୁ ଆସିଲା ମୃତ୍ୟୁ ଖବର

0

Get real time updates directly on you device, subscribe now.

ନିଜ ବୟଫ୍ରେଣ୍ଡକୁ ଭେଟ କରିବା ପାଇଁ 6000 କିଲୋମିଟର ଦୂରରୁ ଯୁବତୀ ଆସିଥିଲେ କିନ୍ତୁ ଏଠାରେ କେହି ତାଙ୍କୁ ହତ୍ୟା କରିଦେଲେ। ପୋଲିସ ମୁତାବିକ, ଘରକୁ ଯିବାର ଦୁଇଦିନ ପୂର୍ବରୁ ତାଙ୍କୁ କେହି ଛୁରୀରେ ହତ୍ୟା କରିଥିଲେ। ବିଦେଶରୁ ଯେତେବେଳେ ଯୁବତୀର ମୃତ୍ୟୁ ଖବର ଆସିଲା ସେତେବେଳେ ପରିବାରରେ ହାହାକାର ମଚିଗଲା ଓ ଯାଞ୍ଚ ଏଜେନ୍ସି ଏହି ହତ୍ୟାର ଯାଞ୍ଚ କରିବାରେ ଲାଗି ପଡ଼ିଛନ୍ତି।

ମିରର ୟୁକେ ରିପୋର୍ଟ ମୁତାବିକ, 19 ବର୍ଷୀୟ ଏହି କାନାଡ଼ା ଯୁବତୀ ଏଶଲେ ୱାର୍ଡସୱାର୍ଥ ନିଜ ବୟଫ୍ରେଣ୍ଡ ଜ୍ୟାକ ସେପଲେ ସହିତ ଭେଟ କରିବାକୁ ମୋଟ 6000 କିଲୋମିଟର ଦୂର ୟୁକେ ଯାଇଥିଲେ। କିନ୍ତୁ ବିଗତ ଦିନ ଚେମ୍ସଫୋର୍ଡ଼ର ଏସେକ୍ସରେ ମହିଳାଙ୍କ ମୃତଦେହ ମିଳିଥିଲା।

ବୟଫ୍ରେଣ୍ଡ ସହ ଭେଟ ହେବାକୁ କାନାଡ଼ାରୁ ୟୁକେ ଆସିଥିଲେ ଯୁବତୀ:-

ଏଶଲେ କାନାଡ଼ାର vernon ସହରରେ ରହୁଥିଲେ ସେ ନଭେମ୍ୱର 12 ତାରିଖରେ ବୟଫ୍ରେଣ୍ଡ ଜ୍ୟାକଙ୍କୁ ଭେଟ କରିବା ପାଇଁ ୟୁକେ ଆସିଥିଲେ। କିନ୍ତୁ ତାଙ୍କର ମୃତଦେହ ବର୍ତ୍ତମାନ ଏକ ଫ୍ଲାଟରେ ମିଳିଛି।

ସୂଚନା ଅନୁଯାୟୀ, ଏଶଲେଙ୍କୁ ବହୁତ ଜଲଦି ତାଙ୍କ ଘର କାନାଡ଼ା ଯିବାର ଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କର ହତ୍ୟା କରି ଦିଆଗଲା। ଏହି ଖବର ଶୁଣି ୱାର୍ଡସୱାର୍ଥ ପରିବାରରେ କାନ୍ଦ ବୋବାଳି ପଡ଼ିଛି।

ୟୁକେ ଯାତ୍ରା ସମୟରେ ଏଶଲେ ଲଣ୍ଡନର ବମିଙ୍ଗହାମ ପ୍ୟାଲେସ ଓ ଏଲିଜାବେଥ ଟାୱାର ବୁଲିଥିଲେ। ବର୍ତ୍ତମାନ ପୋଲିସ ମହିଳାଙ୍କ 23 ବର୍ଷୀୟ ବୟଫ୍ରେଣ୍ଡ ଜ୍ୟାକଙ୍କୁ ହତ୍ୟା ବିଷୟରେ ପଚରା ଉଚରା କରୁଛନ୍ତି।

ଏଜେନ୍ସିଙ୍କ କହିବା ହେଲା, ଯାଞ୍ଚ କାର୍ଯ୍ୟ ବହୁତ ଭଲ ଭାବରେ ଜାରି ରହିଛି। ଆମେ ବର୍ତ୍ତମାନ ପ୍ରମାଣ ଏକତ୍ରିତ କରିବା ଓ ତଥ୍ୟକୁ ଏକ ଯାଞ୍ଚ ଦିଗରେ କାମ କରୁଛୁ।

Leave A Reply

Your email address will not be published.